Advertisment

ଆଇନଜୀବୀ କହିଲେ ନ୍ୟାୟପାଳିକାରୁ ବିଶ୍ୱାସ ହରାଉଛନ୍ତି ବେଙ୍ଗଲବାସୀ, ସିଜେଆଇ ଦେଲେ ଏମିତି ଜବାବ

ପୁଲିସ୍‌ ଓ ନ୍ୟାୟପାଳିକା ଉପରୁ ବେଙ୍ଗଲବାସୀଙ୍କ ଭରସା ଉଠି ଯାଇଥିବା ନେଇ ଦାବି କରୁଥିବା ଜଣେ ଆଇନଜୀବୀଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କଡ଼ା ଜବାବ ଦେଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
CJI

CJI

ଆରଜି କର ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ପଶ୍ଚିମବଙ୍ଗ ବାହାରକୁ ନେବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏଥିସହ ପୁଲିସ୍‌ ଓ ନ୍ୟାୟପାଳିକା ଉପରୁ ବେଙ୍ଗଲବାସୀଙ୍କ ଭରସା ଉଠି ଯାଇଥିବା ନେଇ ଦାବି କରୁଥିବା ଜଣେ ଆଇନଜୀବୀଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କଡ଼ା ଜବାବ ଦେଇଛନ୍ତି।

Advertisment

ରାଜ୍ୟ ବାହାରକୁ ଶୁଣାଣିକୁ ସ୍ଥାନାନ୍ତର କରିବା ପାଇଁ ଜଣେ ଆଇନଜୀବୀ କରିଥିବା ଅନୁରୋଧ ଉପରେ ସିଜେଆଇ କହିଛନ୍ତି, “ହଁ, ଆମେ ମଣିପୁର ମାମଲାରେ ଏମିତି କରିଥିଲୁ। କିନ୍ତୁ ଏଠାରେ ଆମେ ସେମିତି କିଛି ବି କରିବୁ ନାହିଁ। କୌଣସି ସ୍ଥାନାନ୍ତର ବା ବଦଳି ହେବ ନାହିଁ।”

ସିଜେଆଇଙ୍କ ସହ ଖଣ୍ଡପୀଠରେ ଜଷ୍ଟିସ ଜେପି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରା ମଧ୍ୟ ରହିଥିଲେ। ଆରଜି କର ମାମଲାରେ ସିବିଆଇ ଦାଖଲ କରିଥିବା ଷ୍ଟାଟସ ରିପୋର୍ଟକୁ ଖଣ୍ଡପୀଠ ତର୍ଜମା କରିଛନ୍ତି।

Advertisment

ରବିବାର ଅବସର ନେବାକୁ ଯାଉଥିବା ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, “ସିବିଆଇ ଦ୍ୱାରା ଦାଖଲ ହୋଇଥିବା ୬ଷ୍ଠ ଷ୍ଟାଟସ ରିପୋର୍ଟକୁ ଆମେ ଦେଖିଛି। ଏଥିରୁ ସଙ୍କେତ ମିଳୁଛି ଯେ ଅତିରିକ୍ତ ଜିଲ୍ଲା ଦୌରା ଜଜ ଭାରତୀୟ ନ୍ୟାୟ ସଂହିତାର ଧାର ୬୪ ଓ ୧୦୩ ଅନୁସାରେ ଚାର୍ଜଫ୍ରେମ କରିଛନ୍ତି। ଆସନ୍ତା ଶୁଣାଣି ନଭେମ୍ବର ୧୧ରେ ହେବ। ତଦନ୍ତ ଚାଲିଥିବାରୁ ଆମେ କୌଣସି ମତ ରଖିବାକୁ ଚାହୁଁନାହୁଁ। ଆସନ୍ତା ୪ ସପ୍ତାହ ମଧ୍ୟରେ ଆଉ ଏକ ଅପଡେଟ ଷ୍ଟାଟସ ରିପୋର୍ଟ ଦାଖଲ ହେବା ଯାଏ ଅପେକ୍ଷା କରନ୍ତୁ।”

ଖଣ୍ଡପୀଠ ହସ୍ପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ନ୍ୟାଶନାଲ ଟାସ୍କ ଫୋର୍ସ ଦାଖଲ କରିଥିବା ରିପୋର୍ଟକୁ ମଧ୍ୟ ସମୀକ୍ଷା କରିଛନ୍ତି। ଏହାପରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଏହି ରିପୋର୍ଟ ଦେବା ପାଇଁ କହିଛନ୍ତି। ଏହାଦ୍ୱାରା ସେମାନେ ମଧ୍ୟ ପ୍ରସ୍ତାବ ଦେଇ ପାରିବେ। ଏସବୁ କାମ ୩ ସପ୍ତାହ ମଧ୍ୟରେ ସାରିବାକୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି।

ବେଙ୍ଗଲର ଡାକ୍ତରମାନଙ୍କ ପକ୍ଷ ରଖୁଥିବା ବରିଷ୍ଠ ଆଇଜୀବୀ ଇନ୍ଦିରା ଜୟସିଂ କିଛି ଆପତ୍ତି ଉଠାଇଥିଲେ। ତେବେ ସିଜେଆଇ ତାଙ୍କୁ ଲିଖିତ ଭାବେ ପ୍ରସ୍ତାବ ଦେବାକୁ କହିଛନ୍ତି।

ଶୁଣାଣିର ଗୋଟିଏ ସମୟରେ ଜଣେ ଆଇନଜୀବୀ କହିଥିଲେ ଯେ ବେଙ୍ଗଲବାସୀ ନ୍ୟାୟପାଳିକା ଉପରୁ ବିଶ୍ୱାସ ତୁଟାଇ ସାରିଲେଣି। ଏହା ଶୁଣି ସିଜେଆଇ ପୂରା ରାଗି ଯାଇଥିଲେ। ସେ ଆଇନଜୀବୀଙ୍କୁ ପଚାରିଥିଲେ ଯେ “ଆପଣ କାହା ପକ୍ଷରୁ ମାମଲା ଲଢ଼ୁଛନ୍ତି? ଏମିତି ସାଧାରଣ ବୟାନ ଦିଅନ୍ତୁ ନାହିଁ। ସେମିତି କିଛି ବି ହୋଇନାହିଁ। କ୍ୟାଣ୍ଟିନ ଗପସପ କୋର୍ଟରେ ହେଉଛି।”

CJI CJI D Y Chandrachud RG Kar Medical College RG Kar Rape-Murder Case