Advertisment

ଅଦାଲତରେ ମହାଭାରତ; ଜଜ୍‌ଙ୍କ ଉପରକୁ ଜୋତା ଫିଙ୍ଗିଲେ ଓକିଲ

ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଉଭୟ ପକ୍ଷ ଓକିଲଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ଟାର୍ଗେଟକୁ ଚାଲି ଆସିଲେ ଜଜ୍‌ ।

Court Room

Court Room

Advertisment

ଅଦାଲତରେ ହେଲା ମହାଭାରତ । ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଉଭୟ ପକ୍ଷ ଓକିଲଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ଟାର୍ଗେଟକୁ ଚାଲି ଆସିଲେ ଜଜ୍‌ । ନିଜ ଉପରୁ ନିୟନ୍ତ୍ରଣ ହରାଇ ଜଣେ ଓକିଲ ବିଚାରପତିଙ୍କ ଉପରକୁ ଜୋତା ଫୋପାଡ଼ିବାକୁ ପଛାଇଲେ ନାହିଁ। ଏପରି ଏକ ଚକିତ କରିବା ପରି ଘଟଣା ମଧ୍ୟପ୍ରଦେଶର ଆଗର ଜିଲ୍ଲାର ଏକ ଅଦାଲତରେ ଘଟିଛି।

Advertisment

ଆଗର ମାଲବା ଜିଲ୍ଲା ନ୍ୟାୟଳୟରେ ସୋମବାର ଅତିରିକ୍ତ ବିଚାରପତି ପ୍ରଦୀପ ଦୁବେଙ୍କ ଅଦାଲତରେ ଶୁଣାଣି ଚାଲିଥିଲା। ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଉଭୟ ପକ୍ଷ ଓକିଲଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଲାଗିଥିଲା। ଏଥିରେ ନିଜ ହିତାହିତ ଜ୍ଞାନ ହରାଇ ବସି ଓକିଲ ନିତିନ ଅଟଳ ବିଚାରପତିଙ୍କ ଉପରକୁ ଜୋତା ଫୋପାଡ଼ିଥିଲେ। ମାତ୍ର ଠିକ୍‌ ସମୟରେ ବିଚାରପତି ନଇଁ ପଡ଼ିବାରୁ ଜୋତା ତାଙ୍କ ଉପରେ ବାଜି ନ ଥିଲା।

ଏନେଇ ବିଚାରପତିଜଣକ ସଙ୍ଗେସଙ୍ଗେ ପୁଲିସ୍‌କୁ ଅବଗତ କରିଥିଲେ। ଆଗର ଜିଲ୍ଲାପାଳ, ଏସପିଙ୍କ ସମେତ ପୁଲିସ୍‌ ଅଧିକାରୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସମ୍ପୃକ୍ତ ଓକିଲ ଫେରାର ହୋଇ ଯାଇଥିବା ଜଣାଯାଇଛି।

Advertisment

ସମ୍ପୃକ୍ତ ଓକିଲଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା ବେଳେ ତାଙ୍କ ପତ୍ତା ମିଳି ପାରି ନ ଥିବା ଜଣାଯାଇଛି। ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। 

Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe