Advertisment

କୋର୍ଟ ପରିସରରେ ଓକିଲ ଫୁଟାଇଲେ ଗୁଳି

ଭିଡିଓରେ ମହେଶ ଶର୍ମା ନାମକ ଜଣେ ଓକିଲ ଗୁଳି ଚଳାଉଥିବା ଦେଖିବାକୁ ମିଳିଛି। ତାଙ୍କ ବ୍ୟତୀତ ଆଉ କିଛି ଓକିଲ ମଧ୍ୟ ଗୁଳି ମାଡ଼ କରିଥିବା ରିପୋର୍ଟ ପ୍ରକାଶ ପାଇଛି।

author-image
Hemant Lenka
Delhi

Delhi

ଦେଶର ରାଜଧାନୀ ଦିଲ୍ଲୀର ତିସ ହଜାରି କୋର୍ଟ କମ୍ପ୍ଲେକ୍ସ ଭିତରେ ଫୁଟିଛି ଗୁଳି। କିଛି ଓକିଲ ହିଁ ସର୍ବସମ୍ମୁଖରେ ଏପରି ଗୁଳିମାଡ଼ କରିଛନ୍ତି। ଦୁଇ ଓକିଲ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ ଝଗଡ଼ା ହୋଇଥିଲା। ଏହାପରେ ଜଣେ ଓକିଲ ନିଜ ପାଖରେ ରଖିଥିବା ବନ୍ଧୁକ କାଢ଼ି ଫାଙ୍କା ଗୁଳି ଚାଳନା କରିଥିଲେ।

Advertisment

ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ମହେଶ ଶର୍ମା ନାମକ ଜଣେ ଓକିଲ ଗୁଳି ଚଳାଉଥିବା ଦେଖିବାକୁ ମିଳିଛି। ତାଙ୍କ ବ୍ୟତୀତ ଆଉ କିଛି ଓକିଲ ମଧ୍ୟ ଗୁଳି ମାଡ଼ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ଗୁଳିମାଡ଼ର ଦୃଶ୍ୟ ସାମ୍ନାକୁ ଆସିବା ପରେ ଦିଲ୍ଲୀ ବାର କାଉନସିଲ ପକ୍ଷରୁ ମହେଶ ଶର୍ମାଙ୍କ ଲାଇସେନ୍ସକୁ ବାତିଲ କରି ଦିଆଯାଇଛି। 

ପୁଲିସ୍‌ କହିଛି ଯେ କୌଣସି କାରଣରୁ କୋର୍ଟ ପରିସର ମଧ୍ୟରେ ଦୁଇ ଓକିଲ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ସେମାନଙ୍କ ମଧ୍ୟରୁ କିଛି ଓକିଲ ଫାଙ୍କା ଗୁଳି ଚଳାଇ ପରସ୍ପରକୁ ଡରାଇବାକୁ ଚେଷ୍ଟା କରିଥିଲେ। ଏଥିରେ କେହି ବି ମୃତାହତ ହୋଇ ନାହାନ୍ତି।

Advertisment

ତେବେ କୋର୍ଟ ପରିସରରେ ଏପରି ଗୁଳିମାଡ଼ ଘଟଣାକୁ ଦିଲ୍ଲୀ ବାର୍‌ କାଉନସିଲର ଅଧ୍ୟକ୍ଷ କେକେ ମନନ ନିନ୍ଦା କରିଛନ୍ତି। ସେ କହିଛନ୍ତି, “ଏହି ଘଟଣାର ବିସ୍ତୃତ ତଦନ୍ତ ହେବ। ସେହିପରି ବନ୍ଧୁକର ଲାଇସେନ୍ସ ଅଛି କି ନାହିଁ, ତା’ର ଯାଞ୍ଚ ହେବ।

ଯଦି ବି ବନ୍ଧୁକର ଲାଇସେନ୍ସ ଥାଏ, ତଥାପି କୌଣସି ଓକିଲ ଏହାକୁ କୋର୍ଟ ପରିସରରେ ଏପରି ବ୍ୟବହାର କରିବାର କୌଣସି ପ୍ରବାଧାନ ନାହିଁ।”

Delhi Shooting