Advertisment

୧୮ ଦିନ ଜେରା, ୨ଟି ମିଛ ଧରା ପରୀକ୍ଷା: ୫୦ ମିନିଟ ଯାଏ ମହିଳା ଡାକ୍ତରଙ୍କ ମୃତ୍ୟୁ କଥା ଜାଣି ନଥିଲେ ସନ୍ଦୀପ ଘୋଷ!

ମହିଳା ଟ୍ରେନି ଡାକ୍ତରଙ୍କ ମୃତ୍ୟୁ ସମ୍ପର୍କରେ ସେ ଅଗଷ୍ଟ ୯ ତାରିଖ ଦିନ ୧୦.୨୦ରେ ଜାଣିବାକୁ ପାଇଥିଲେ। ପୁଲିସ୍‌ ମାମଲା କରିବା ପରେ ସେ ମହିଳା ଡାକ୍ତରଙ୍କ ମୃତ୍ୟୁ ସମ୍ପର୍କରେ ଜାଣିଥିଲେ ବୋଲି କହିଛନ୍ତି।

Sandip Ghosh

Sandip Ghosh

Advertisment

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦ ଘେରରେ ଥିବା ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ବଡ଼ ଦାବି କରିଛନ୍ତି। ମହିଳା ଟ୍ରେନି ଡାକ୍ତରଙ୍କ ମୃତ୍ୟୁ ସମ୍ପର୍କରେ ସେ ଅଗଷ୍ଟ ୯ ତାରିଖ ଦିନ ୧୦.୨୦ରେ ଜାଣିବାକୁ ପାଇଥିଲେ। ପୁଲିସ୍‌ ମାମଲା କରିବା ପରେ ସେ ମହିଳା ଡାକ୍ତରଙ୍କ ମୃତ୍ୟୁ ସମ୍ପର୍କରେ ଜାଣିଥିଲେ ବୋଲି କହିଛନ୍ତି।

Advertisment

କିନ୍ତୁ ଏହା ପୂର୍ବରୁ ଅର୍ଥାତ ଅଗଷ୍ଟ ୯ ତାରିଖ ସକାଳ ୯.୩୦ରେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହକୁ ଜଣେ ପ୍ରଥମ ବର୍ଷର ପିଜିଟି ଶିକ୍ଷାର୍ଥୀ ସେମିନାର ରୁମ ଭିତରେ ଦେଖିଥିଲେ। ଏହାର ୫୦ ମିନିଟ ପରେ ହିଁ ସନ୍ଦୀପ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଜାଣିଥିଲେ। ସକାଳ ୯.୩୦ରେ ମୃତଦେହ ମିଳିଥିବା ବେଳେ ଆର ଜି କର ପୁଲିସ୍‌ ଆଉଟପୋଷ୍ଟରେ ଥିବା ପୁଲିସ୍‌ ୧୦ ମିନିଟ ପରେ ତାଲା ପୁଲିସ୍‌ ଷ୍ଟେସନକୁ ଘଟଣା ସମ୍ପର୍କରେ ଖବର ଦେଇଥିଲା।

ସକାଳ ୧୦.୧୦ରେ ପୁଲିସ୍‌ ଘଟଣାକୁ ଡାଏରୀରେ ପଞ୍ଜୀକରଣ କରିଥିଲା। ତଥାପି ସନ୍ଦୀପ ଘୋଷ ୧୦.୨୦ରେ ଘଟଣା ସମ୍ପର୍କରେ ଜାଣିଥିଲେ।

Advertisment

ଏହି ସମୟକ୍ରମକୁ ନେଇ ପ୍ରଥମ କୋଲକାତା ପୁଲିସ୍‌ ଓ ପରେ ସିବିଆଇ ଡାକ୍ତର ଘୋଷଙ୍କୁ ୧୮ ଦିନ ହେଲା ଜେରା କରୁଛି। ତାଙ୍କର ୨ଟି ମିଛ ଧରା ପରୀକ୍ଷା ମଧ୍ୟ କରାଯାଇଛି।

ଘୋଷଙ୍କ କହିବା କଥା ଯେ ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଆସୋସିଏଟ ପ୍ରଫେସର ସୁମିତ ରୟ ତାଙ୍କ ମୋବାଇଲକୁ ଦିନ ୧୦ଟାରେ କଲ କରିଥିଲେ। କିନ୍ତୁ ସେ ଗାଧୋଉ ଥିବାରୁ ଫୋନ ଉଠାଇ ପାରି ନଥିଲେ। ବାଥରୁମରୁ ବାହାରିବା ପରେ ସେ ତୁରନ୍ତ ସୁମିତଙ୍କୁ ଦିନ ପ୍ରାୟ ୧୦.୨୦ରେ କଲ କରିଥିଲେ। ଏହି ସମୟରେ ହିଁ ସେ ପ୍ରଥମଥର ପାଇଁ ମହିଳା ଡାକ୍ତରଙ୍କ ମୃତ୍ୟୁ ସମ୍ପର୍କରେ ଜାଣିବାକୁ ପାଇଥିଲେ।

ଖବର ପାଇବା ପରେ ସେ ହସ୍ପିଟାଲ ଅଭିମୁଖେ ବାହାରି ଯାଇଥିଲେ। ହସ୍ପିଟାଲ ଯିବା ବାଟରେ ସେ ଏକାଧିକ ଲୋକ ଓ ତାଲା ପୁଲିସ୍‌ର ଅଧିକାରୀଙ୍କୁ ଫୋନ କରିଥିଲେ।

ତେବେ ଦିନ ୧୦.୩୦ରେ ଥାନା ଅଧିକାରୀ ପୂର୍ବତନ ପ୍ରିନ୍ସିପାଲ ଘୋଷଙ୍କ ଫୋନ ଉଠାଇଥିଲେ ଓ ପୂର୍ବ ସେ ଘଟଣା ସମ୍ପର୍କରେ ଅବଗତ ଥିବା କହିଥିଲେ। ଘୋଷ ଅଧା ବାଟରେ ଏମଏସ୍‌ଭିପି ବୈଶିଷ୍ଟ, ରୋଗୀ କଲ୍ୟାଣ ସମିତ ଅଧ୍ୟକ୍ଷ ସୁଦୀପ୍ତ ରୟ ଓ ଛାତି ମେଡିସିନ ଏଚଓଡି ଅରୁନଭା ଦତ୍ତ ଚୌଧୁରୀଙ୍କୁ ମଧ୍ୟ ଫୋନ କରିଥିଲେ।

ଘୋଷ ଦାବି କରିଛନ୍ତି ଯେ ଥାନା ଅଧିକାରୀ ଘଟଣା ଘଟିଥିବା ସ୍ଥାନରକୁ ସୁରକ୍ଷିତ କରି ରଖିବା ତାଙ୍କୁ କହିଥିଲେ। ଦିନ ପ୍ରାୟ ୧୧ଟା ବେଳେ ଡାକ୍ତର ଘୋଷ ହସ୍ପିଟାଲରେ ପହଞ୍ଚିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆର ଜି କର ସହ ଲିଙ୍କ ନଥିବା ଅନେକ ଲୋକ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ। ସେମାନଙ୍କ ସମ୍ପର୍କ ହସ୍ପିଟାଲ ସହ ନଥିଲା। କିନ୍ତୁ ଘୋଷଙ୍କ ସହ ସେମାନଙ୍କର ପରିଚୟ ଥିଲା।

ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପରିବାର ଲୋକ ଖବର ପାଇବା ପୂର୍ବରୁ ସେମାନେ ଆସି ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ। ସେମାନଙ୍କୁ ଘଟଣା ସମ୍ପର୍କରେ କିଏ ଖବର ଦେଲା ଓ ସେମାନେ କାହିଁକି ଆସିଥିଲେ, ସେକଥା ଜାଣିବା ପାଇଁ ତଦନ୍ତକାରୀ ସଂସ୍ଥା ଉଦ୍ୟମ କରୁଛି।

ପୁଲିସ୍‌ ହସ୍ପିଟାଲରେ ପହଞ୍ଚିଲା ବେଳକୁ ଘୋଷ କାହିଁକି ଅନୁପସ୍ଥିତ ଥିଲେ, ତା’ର ଖୋଳ ତାଡ଼ କରୁଛି ସିବିଆଇ। ତାଙ୍କ କଲ ଡିଟେଲ ଯାଞ୍ଚ କରାଯାଉଛି ଓ ଦରକାର ପଡ଼ିଲେ ତାଙ୍କର ପୁଣି ମିଛ ଧରା ପରୀକ୍ଷା ସିବିଆଇ କରିବ ବୋଲି ଜଣାପଡ଼ିଛି।

Ex-principal Sandip Ghosh Kolkata Kolkata Doctor Rape And Murder Case Kolkata Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe