Advertisment

Iran Protest: ବିଗୁଡ଼ୁଛି ସ୍ଥିତି: ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ଭାରତ ସରକାର

ଇରାନରେ ଥିବା ଭାରତୀୟ ଶିକ୍ଷାର୍ଥୀ, ଶ୍ରଦ୍ଧାଳୁ, ବ୍ୟବସାୟୀ ଓ ପର୍ଯ୍ୟଟକମାନେ ତୁରନ୍ତ ଉପଲବ୍ଧ ଥିବା ସମସ୍ତ ବ୍ୟବସ୍ଥାକୁ ଆପଣାଇ ସ୍ୱଦେଶ ଫେରି ଆସନ୍ତୁ। ସେମାନେ ବ୍ୟବସାୟିକ ବିମାନ ମଧ୍ୟ ଭାରତ ଆସିବା ପାଇଁ ବ୍ୟବହାର କରିପାରିବେ ବୋଲି ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି।

author-image
Hemant Lenka
Iran

ଇରାନ ବିକ୍ଷୋଭ

ଇରାନରେ ଆରମ୍ଭ ହୋଇଥିବା ସରକାରୀ ବିରୋଧୀ ଆନ୍ଦୋଳନ (Iran Protest)ତୀବ୍ର ହେବାରେ ଲାଗିଛି। ବିକ୍ଷୋଭ ଯୋଗୁ ୨୫୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଇରାନର ଖାମେନେଇ ସରକାର ଦମନଲୀଳା ଜାରି ରଖିଛନ୍ତି। ଏହା ବିରୋଧରେ ଆମେରିକା କ୍ରମାଗତ ଭାବେ ଇରାନକୁ ଆକ୍ରମଣର ଧମକ ଦେଇ ଚାଲିଛି। ଏହାକୁ ନେଇ ଇରାନ ସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି।

Advertisment

ଏଥିପାଇଁ ଇରାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନିଜ ଦେଶର ନାଗରିକଙ୍କୁ ଜାରି କରାଯାଇଛି କଡ଼ା ପରାମର୍ଶ। ଇରାନରେ ଥିବା ଭାରତୀୟ ଶିକ୍ଷାର୍ଥୀ, ଶ୍ରଦ୍ଧାଳୁ, ବ୍ୟବସାୟୀ ଓ ପର୍ଯ୍ୟଟକମାନେ ତୁରନ୍ତ ଉପଲବ୍ଧ ଥିବା ସମସ୍ତ ବ୍ୟବସ୍ଥାକୁ ଆପଣାଇ ସ୍ୱଦେଶ ଫେରି ଆସନ୍ତୁ। ସେମାନେ ବ୍ୟବସାୟିକ ବିମାନ ମଧ୍ୟ ଭାରତ ଆସିବା ପାଇଁ ବ୍ୟବହାର କରିପାରିବେ ବୋଲି ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। 

ଦୀର୍ଘ ୨୦ ଦିନ ତଳେ ଇରାନରେ ଆରମ୍ଭ ହୋଇଥିବା ସରକାରୀ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ବିକ୍ଷୋଭକାରୀଙ୍କୁ ଇରାନ ସରକାର ହତ୍ୟା କରିବାରେ ଲାଗିଥିଲେ ହେଁ ସେମାନେ ପଛ ଘୁଞ୍ଚା ଦେଉ ନାହାନ୍ତି। ଏହାକୁ ନେଇ ଦେଶ ଭିତରେ ଗୋଟିଏ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ବିବାଦ ଚରମସୀମାରେ ପହଞ୍ଚି ଥିବା ବେଳେ ଏବେ ଭାରତୀୟମାନଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। 

Advertisment

ଇରାନରେ ଥିବା ଭାରତୀୟମାନଙ୍କୁ ବିକ୍ଷୋଭ ହେଉଥିବା ସ୍ଥାନରୁ ଦୂରେଇ ରହିବା ସହ ସହ ତେହରାନ ସ୍ଥିତ ଦୂତାବାସ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି। ସେହିପରି ସମସ୍ତଙ୍କୁ ଯାତ୍ରା ଓ ପରିଚୟ ସଂକ୍ରାନ୍ତ ଦସ୍ତାବିଜ ପ୍ରସ୍ତୁତ କରି ରଖିବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି।

ଯେଉଁ ଭାରତୀୟମାନେ ଦୂତାବାସ ନିକଟରେ ନିଜର ପଞ୍ଜିକରଣ କରି ନାହାନ୍ତି, ସେମାନଙ୍କୁ ତୁରନ୍ତ ଏପରି କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ପ୍ରକାରର ସହାୟତା ଓ ସୂଚନା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀ ହେଲପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। 


ଇରାନର ମୁଦ୍ରାସ୍ଫୀତି ଦୁଇ ସଂଖ୍ୟାରେ ପହଞ୍ଚିଥିବା ବେଳେ ମୁଦ୍ରା ରସାତଳକୁ ଖସି ଯାଇଛି। ଦେଶର ଆର୍ଥିକ ସ୍ଥିତି ପୂରା ବିଗିଡ଼ି ଯାଇଥିବାରୁ ଇରାନବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଖାମେନେଇ ସରକାରକୁ ବଦଳାଇବା ଜିଦରେ ୨୦ ଦିନ ହେଲା ବିକ୍ଷୋଭ ଜାରି ରଖିଛନ୍ତି। ଦେଶର ପ୍ରାୟ ୨୮୦ଟି ସ୍ଥାନରେ ସରକାର ବିରୋଧରେ ଆନ୍ଦୋଳନ ଚାଲିଛି। 

Protest Iran