Advertisment

ୱାୟନାଡ ପ୍ରଳୟର ପୂର୍ବାନୁମାନ କରିଥିଲେ ଛାତ୍ରୀ, ବର୍ଷେ ତଳେ ଲେଖିଥିବା କାହାଣୀ ସତ ହୋଇଛି!

କେରଳ ୱାୟନାଡର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ବର୍ଷେ ତଳେ ବିଦ୍ୟାଳୟ ପତ୍ରିକାରେ ପ୍ରଳୟ ଆସୁଛି ବୋଲି ଲେଖିଥିଲେ, ଯାହା ଏବେ ବାସ୍ତବ ରୂପ ନେଇଛି!

ଅଦ୍ୟତନ ହୋଇଛି
Wayanad Landslide

Wayanad Landslide

Advertisment

କେରଳ ୱାୟନାଡରେ ପ୍ରଳୟର ବିଭିଶିକା ରଚିଛି ପ୍ରକୃତି। ପ୍ରବଳ ବର୍ଷା ପରେ ଭୂସ୍ଖଳନ ଉଜାଡ଼ି ଦେଇଛି ଧନ ଜୀବନ। ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଏବେ ବି କିଛି ଲୋକ ମାଟି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଏହାରି ମଧ୍ୟରେ ବର୍ଷେ ତଳେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଲେଖିଥିବା ରଚନା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Advertisment

ଛାତ୍ରୀ ଜଣକ ବର୍ଷେ ତଳେ କଳ୍ପନା କରି ଯେଉଁ ପ୍ରଳୟର କାହାଣୀ ଲେଖିଥିଲେ, ତାହା ଏବେ ସତ ହୋଇଛି ବୋଲି ଚର୍ଚ୍ଚା ହେଉଛି। 

ରିପୋର୍ଟ ଅନୁସାରେ, ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଲାୟା ଏଏସ୍ ଗତ ବର୍ଷ ବିଦ୍ୟାଳୟର ଡିଜିଟାଲ ପତ୍ରିକା ପାଇଁ ଏକ କାହାଣୀ ଲେଖିଥିଲେ, ଯାହା ସୋମବାର (୨୯ ଜୁଲାଇ) ସକାଳେ ଅପଲୋଡ୍ ହୋଇଥିଲା। ଏହି କାହାଣୀର ଶୀର୍ଷକ ଥିଲା, 'ଆଗ୍ରହାନ୍ତିତେ ଦୁରାନୁଭବମ୍' (କାମନାର ବିପର୍ଯ୍ୟୟ)।

Advertisment

ଏଥିରେ ଲାୟା ଦୁଇ ଝିଅଙ୍କ କାହାଣୀ ଲେଖିଥିଲେ। ଆଲାମକ୍ରୁଥା ଓ ଅନାସ୍ୱରା ଦୁଇ ଝିଅ କାହାଣୀର ଚରିତ୍ର। ଉଭୟଙ୍କୁ ଏକ ପକ୍ଷୀ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ସଚେତନ କରୁଥିବା କାହାଣୀରେ ଉଲ୍ଲେଖ କରାଯାଇଥିଲା।

କାହାଣୀ ଟି ହେଉଛି, "ଆଲାମକ୍ରୁଥା ଓ ଅନାସ୍ୱରା ବାପାମାଆଙ୍କୁ ନ ଜଣାଇ ଏକ ଜଳପ୍ରପାତ ବୁଲିବାକୁ ଯାଇଥାନ୍ତି। ଏହି ସମୟରେ ଏକ ପକ୍ଷୀ ସେମାନଙ୍କୁ ଏଠାରୁ ତୁରନ୍ତ ପଳାଇଯିବାକୁ କୁହେ। ବଡ଼ ବିର୍ଯ୍ୟୟ ଆସୁଛି, ଏଠାରୁ ଚାଲିଯାଅ ବୋଲି ପକ୍ଷୀଟି କହିବା ପରେ ଆଲାମକ୍ରୁଥା ଓ ଅନାସ୍ୱରା ସେଠାରୁ ଚାଲି ଆସନ୍ତି। ଆଉ ଏହାର କିଛି ସମୟ ପରେ ବନ୍ୟା ପାଣି ସମଗ୍ର ଅଞ୍ଚଳରେ ମାଡ଼ି ଯାଉଥିବା ଦେଖନ୍ତି...।"

ଲାୟାଙ୍କ ଏହି କାହାଣୀ ଡିଜିଟାଲରେ ଅପଲୋଡ ହେବାର ୨୪ ଘଣ୍ଟା ପରେ ସତକୁ ସତ ୱାୟନାଡରେ ପ୍ରଳୟ ରଚିଛି ପ୍ରକୃତି। ପ୍ରବଳ ବର୍ଷା ଓ ଭୂସ୍ଖଳନରେ ଧୋଇ ଯାଇଛି ପାଞ୍ଚ ଖଣ୍ଡ ଗାଁ।

ଏଥିରେ ଲାୟାଙ୍କ ବାପାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପରିବାରକୁ ବଞ୍ଚାଇବାକୁ ଯାଇ ତାଙ୍କ ବାପାଙ୍କ ଜୀବନ ଚାଲି ଯାଇଥିବା କୁହାଯାଉଛି। ଲାୟାଙ୍କ ସ୍କୁଲର ୪୩ ଜଣ ଛାତ୍ରଛାତ୍ରୀ ମଧ୍ୟ ଆଖି ବୁଜିଛନ୍ତି। ଏଥିସହ ତାଙ୍କ ସ୍କୁଲ୍ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇ ଯାଇଛି। କିନ୍ତୁ ସୌଭାଗ୍ୟବଶତଃ ଲାୟାଙ୍କ ଜୀବନ ବଞ୍ଚି ଯାଇଛି। 

Landslide Story Wayanad Landslide Kerala Landslide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe