Advertisment

ରାହୁଲ ଗାନ୍ଧିଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ଉପରାଷ୍ଟ୍ରପତି, କହିଲେ ବିଦେଶ ଗଲେ ରାଜନୈତିକ ଚଷମା ଛାଡ଼ି ଦେବା ଉଚିତ୍‌

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପରୋକ୍ଷରେ ଟାର୍ଗେଟ କରି ସେ ଏଭଳି ବୟାନ ଦେଇଥିବା ଜଣାପଡ଼ିଛି।

Jagdeep Dhankhar

Jagdeep Dhankhar

Advertisment

ଭାରତରୁ ବିଦେଶ ଯାତ୍ରା କରୁଥିବା ଲୋକେ ଗଲାବେଳେ ନିଜ ରାଜନୈତିକ ଚଷମାକୁ ଛାଡ଼ିଦେବା ଉଚିତ। ଏହା କହିଛନ୍ତି ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକଡ଼। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପରୋକ୍ଷରେ ଟାର୍ଗେଟ କରି ସେ ଏଭଳି ବୟାନ ଦେଇଥିବା ଜଣାପଡ଼ିଛି। ନିକଟରେ ରାହୁଲ ଗାନ୍ଧି ଲଣ୍ଡନ ଯାଇଥିବା ବେଳେ ନିଜ ଅଭିଭାଷଣରେ କେନ୍ଦ୍ରସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

Advertisment

ବିଶ୍ୱ ହୋମିଓପାଥି ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଧନକଡ଼ କହିଛନ୍ତି ଯେ ,୨୦୪୭ ମସିହାରେ ଭାରତ ଏହାର ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ। ତେଣୁ ଦେଶର ସମ୍ମାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଉଥିବା ପ୍ରତ୍ୟେକ ପ୍ରୟାସକୁ ପ୍ରତିହତ କରାଯିବା ଉଚିତ। ଆପଣ ଏହି ମହାନ ଗଣତନ୍ତ୍ର ଦେଶକୁ ପରିଦର୍ଶନରେ ଆସୁଥିବା କେହି ବିଦେଣୀ ପ୍ରତିନିଧି ନିଜ ଦେଶ ବିଷୟରେ ସମାଲୋଚନା କରିବା କେବେ ଲକ୍ଷ୍ୟ କରିଛନ୍ତି କି? ଏହାର ଉତ୍ତର ହେଉଁଛି ନା। ଆମେ କାହିଁକି ଆମର ବୈଜ୍ଞାନିକ , ସ୍ୱାସ୍ଥ୍ୟ ଯୋଦ୍ଧାମାନଙ୍କ ପାଇଁ ଗର୍ବ ଅନୁଭବ କରିପାରିବୁ ନାହିଁ ? ଆମର ନୂତନତ୍ୱକୁ ପ୍ରଶଂସା କରିପାରିବୁ ନାହିଁ ବୋଲି ଧନକନଡ଼ କହିଥିଲେ।

ତେଣୁ ଆମେ ଦେଶ ବାହାରକୁ ଯାତ୍ରା କରୁଥିବା ବେଳେ ଆମର ରାଜନୈତିକ ଚଷମାକୁ ଛାଡିଦେଇଯିବା ଉଚିତ୍। ଏହା ଦେଶ ତଥା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ। ସୂଚନା ଅନୁଯାୟୀ, ରାହୁଲ ଗାନ୍ଧି ଲଣ୍ଡନର ଗୋଟିଏ କାର୍ଯ୍ୟକ୍ରମରେ ପ୍ରଶ୍ନ କରି କହିଥିଲେ ଯେ “ଭାରତର ଗଣତନ୍ତ୍ର ଏବେ ନଷ୍ଟ ହେବାକୁ ବସିଥିବା ବେଳେ ୟୁରୋପ ଓ ଆମେରିକା ଭଳି ଗଣତନ୍ତ୍ରର ରକ୍ଷାକାରୀ ଦେଶ, ଏହାକୁ କାହିଁକି ଅଣଦେଖା କରୁଛନ୍ତି?” ରାହୁଲଙ୍କ ଏପରି ବୟାନକୁ ବିରୋଧ କରିଥିଲା ବିଜେପି।

Advertisment

ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି, “ରାହୁଲ ଗାନ୍ଧି ଚାହୁଁଛନ୍ତି ଗଣତନ୍ତ୍ରର ସୁରକ୍ଷା ପାଇଁ ୟୁରୋପ ଓ ଆମେରିକା ହସ୍ତକ୍ଷେପ କରନ୍ତୁ? ହେଲେ ଆମେ ଏଠାରେ କହିବାକୁ ଚାହୁଁଛୁ ଯେ ଯାହାର ବି ସରକାର ଥାଉ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ତୃତୀୟ ପକ୍ଷର ହସ୍ତକ୍ଷେପ ଠିକ ନୁହେଁ। ଏହାକୁ ଆମେ ଦୃଢ଼ତାର ସହ ବିରୋଧ କରୁଛୁ। କୌଣସି ବିଦେଶ ରାଷ୍ଟ୍ର ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିପାରିବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe