Advertisment

ଆଉ ନାହାନ୍ତି ସୀତାରାମ ୟେଚୁରୀ

ଶ୍ୱାସନଳୀ ସଂକ୍ରମଣ ଯୋଗୁ ସେ ଅଗଷ୍ଟ ୧୯ରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ସେଠାରେ ଡାକ୍ତରଙ୍କ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ଆଜି ସୀତାରାମ ୟେଚୁରୀ ଆଖି ବୁଜିଛନ୍ତି।

ଅଦ୍ୟତନ ହୋଇଛି
Sitaram Yechury

Sitaram Yechury

Advertisment

ସିପିଏମର ସାଧାରଣ ସମ୍ପାଦକ ତଥା ବରିଷ୍ଠ ରାଜନେତା ସୀତାରାମ ୟେଚୁରୀ ଆଉ ନାହାନ୍ତି। ଆଜି ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।

Advertisment

ଶ୍ୱାସନଳୀ ସଂକ୍ରମଣ ଯୋଗୁ ସେ ଅଗଷ୍ଟ ୧୯ରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ସେଠାରେ ଡାକ୍ତରଙ୍କ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ଆଜି ସୀତାରାମ ୟେଚୁରୀ ଆଖି ବୁଜିଛନ୍ତି। ୟେଚୁରୀ ୨୦୦୫ରୁ ୨୦୧୭ ଯାଏ ରାଜ୍ୟସଭାର ସାଂସଦ ଭାବେ କାର୍ଯ୍ୟ କରିଥିଲେ। 

ଅଗଷ୍ଟ ୧୯ ତାରିଖ ସନ୍ଧ୍ୟାରେ ନିମୋନିଆ ଯୋଗୁ ତାଙ୍କୁ ଏମ୍ସର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଆଇସିୟୁ ଓ ପରେ ଶ୍ୱାସକ୍ରିୟା ମେସିନ ଦ୍ୱାରା ତାଙ୍କୁ ଅମ୍ଳଜାନ ଯୋଗାଇ ଦିଆଯାଉଥିଲା। ଏହାପୂର୍ବରୁ ୟେଚୁରୀଙ୍କ ମୋତିଆ ବିନ୍ଦୁ ଅପରେସନ ମଧ୍ୟ ହୋଇଥିଲା।

Advertisment

ସୀତାରାମ ୟେଚୁରୀ ସିପିଆଇ (ଏମ୍)ର ବରିଷ୍ଠ ସଦସ୍ୟ। ସେ ୧୯୯୬ ମସିହାରେ ୟୁନାଇଟେଡ୍ ଫ୍ରଣ୍ଟ ସରକାର ପାଇଁ କମନ୍ ମିନିମମ୍ ପ୍ରୋଗ୍ରାମ୍ ପ୍ରସ୍ତୁତ କରିବାରେ ପି ଚିଦାମ୍ବରମଙ୍କ ସହ ସହଯୋଗ କରିଥିଲେ। ୨୦୦୪ରେ UPA ଗଠନ ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଦିଲ୍ଲୀର ସେଣ୍ଟ ଷ୍ଟେଫେନ କଲେଜ ଓ ଜେଏନୟୁର ପୂର୍ବତନ ଛାତ୍ର ୟେଚୁରୀଙ୍କ ରାଜନୀତିକ ଯାତ୍ରା ବେଶ ଲମ୍ବା। ସେ ନିଜର ରାଜନୀତିକ ଯାତ୍ରା ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆରୁ ଆରମ୍ଭ କରିଥିଲେ ଓ ୧୯୭୫ରେ ସିପିଆଇଏମରେ ଯୋଗ ଦେଇଥିଲେ।

୧୯୭୫ରେ ଇନ୍ଦିରା ଗାନ୍ଧି ଏମର୍ଜେନ୍ସି ଲାଗୁ କରିବା ବେଳେ ସେ ଜେଏନୟୁରେ ଅର୍ଥନୀତିରେ ଡକ୍ଟରେଟ କରୁଥିଲେ। ଏହି ସମୟରେ ଜାତୀୟ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଅନେକ ରାଜନେତାଙ୍କ ସହ ୟେଚୁରୀ ମଧ୍ୟ ଗିରଫ ହୋଇଥିଲେ। ଗିରଫ ହେବାରୁ ତାଙ୍କ ପିଏଚଡି ପାଠପଢ଼ା ଅଧାରେ ରହି ଯାଇଥିଲା। 

ଜେଲରୁ ବାହାରିବା ପରେ ସେ ଗୋଟିଏ ବର୍ଷରେ ୩ ଥର ଜେଏନୟୁର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ତାଙ୍କର ଦେଖା କମରେଡ ପ୍ରକାଶ କରାତଙ୍କ ସହ ହୋଇଥିଲା। 

୧୯୯୨ରେ ସେ ପଲଟିବ୍ୟୁରୋ ସଦସ୍ୟ ଭାବେ ମନୋନୀତ ହୋଇଥିଲେ। ୪ ବର୍ଷ ପରେ ଅର୍ଥାତ ୧୯୯୬ ମସିହାରେ ୟୁନାଇଟେଡ୍ ଫ୍ରଣ୍ଟ ସରକାର ପାଇଁ କମନ୍ ମିନିମମ୍ ପ୍ରୋଗ୍ରାମ୍ ପ୍ରସ୍ତୁତ କରିବାରେ ପି ଚିଦାମ୍ବରମଙ୍କ ସହ ସହଯୋଗ କରିଥିଲେ। ୨୦୦୪ରେ UPA ଗଠନ ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

AIIMS CPM Sitaram Yechury
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe