Advertisment

ଆମ୍ବୁଲାନ୍ସରେ ଘଣ୍ଟା ଘଣ୍ଟା ଧରି ଛଟପଟ ହୋଇଥିଲେ ନାବାଳିକା ଦୁଷ୍କର୍ମ ପୀଡ଼ିତା, ହସ୍ପିଟାଲରେ ଚାଲିଗଲା ଜୀବନ

ବେଡ୍‌ର ଅଭାବ ଥିବାରୁ ନାବାଳିକା ଜଣଙ୍କ ଶନିବାର ଦୀର୍ଘ ଘଣ୍ଟା ଧରି ଆମ୍ବୁଲାନ୍ସ ଭିତରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳି ନଥିଲା।

Bihar

Bihar

Advertisment

ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। ବିହାରର ମୁଜାଫରପୁରରେ ଦୁଷ୍କର୍ମ ପରେ ଭୟଙ୍କର ଆକ୍ରମଣର ଶିକାର ହୋଇଥିବା ନାବାଳିକା ଶେଷରେ ପାଟନା ହସ୍ପିଟାଲରେ ଆଖି ବୁଜିଛନ୍ତି। ନାବଳିକାଙ୍କୁ ତାଙ୍କ ମାଉସୀଙ୍କ ଘର ନିକଟରେ ଜଣେ ବ୍ୟକ୍ତି ଚକଲେଟ ଦ୍ୱାରା ପ୍ରଲୋଭିତ କରିଥିଲା। ଏହାପରେ ନାବାଳିକାଙ୍କୁ ମୁଜାଫରପୁରରେ ଥିବା ମକା କ୍ଷେତକୁ ନେଇ ଦୁଷ୍କର୍ମ କରିଥିଲା। ମେ’ ୨୬ରେ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ। ତାଙ୍କ ଦେହରେ ଏକାଧିକ କ୍ଷତ ଚିହ୍ନ ମଧ୍ୟ ରହିଥିଲା।

Advertisment

ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପାଟନା ମେଡିକାଲ କଲେଜ ଓ ହସ୍ପିଟାଲ(ପିଏମସିଏଚ୍‌)କୁ ପଠାଇ ଦିଅଯାଇଥିଲା। ହେଲେ ସେଠାରେ ବେଡ୍‌ର ଅଭାବ ଥିବାରୁ ନାବାଳିକା ଜଣଙ୍କ ଶନିବାର ଦୀର୍ଘ ଘଣ୍ଟା ଧରି ଆମ୍ବୁଲାନ୍ସ ଭିତରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳି ନଥିଲା। ଏହାର ଦିନକରେ ନାବାଳିକା ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା କୁହାଯାଉଛି। 

ପୁଲିସ୍‌ କହିଛି ଯେ ନାବାଳିକାଙ୍କ ତଣ୍ଟି ଓ ଛାତିରେ କଟା ଦାଗ ରହିଥିଲା। ଅଭିଯୁକ୍ତ ଜଣକ ତାଙ୍କୁ ଗଳା କାଟି ହତ୍ୟା କରିବାକୁ ଚେଷ୍ଟା କରିଥିଲା। ନାବାଳିକାଙ୍କ ଗଳା କଟି ଯାଇଥିବାରୁ ସେ ଠିକ ଭାବେ କଥା କହି ପାରୁ ନଥିଲେ। ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରିବାକୁ ସକ୍ଷମ ହୋଇଛି।

Advertisment

ମେ’ ୨୬ ତାରିଖରେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମୁଜାଫରପୁରରେ ଥିବା ଶ୍ରୀ କୃଷ୍ଣ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ପିଏମସିଏଚ୍‌କୁ ସ୍ଥାନାନ୍ତର କରାଯାଇଥିଲା। ପିଏମସିଏଚ୍‌ର ସୁପରିନଟେଣ୍ଡେଣ୍ଟ ଡାକ୍ତର ଅଭିଜିତ ସିଂହ କହିଛନ୍ତି, “ପୀଡ଼ିତା ଜଣଙ୍କ ପିଏମସିଏଚ୍‌ରେ ଆଡିମଟ ହେବା କ୍ଷଣି ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା।

ଆମ୍ବୁଲାନ୍ସରେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ମିଶି ପିଏମସିଏଚ୍‌ର ମେଡିକାଲ କର୍ମଚାରୀମାନେ ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ। ତାଙ୍କୁ ଆଇସିୟୁକୁ ନିଆଯାଇଥିଲା ଓ ସମସ୍ତ ବିଭାର ଡାକ୍ତରମାନେ ରାତି ତମାମ ତାଙ୍କର ଚିକିତ୍ସା କରିଥିଲେ। ଏହାପୂର୍ବରୁ ଆମ୍ବୁଲାନ୍ସରେ ଡାକ୍ତରମାନେ ମଧ୍ୟ ତାଙ୍କର ଚିକିତ୍ସା କରିଥିଲେ।”

ପରିବାର ପକ୍ଷରୁ ହସ୍ପିଟାଲ ବିରୋଧରେ ଅବହେଳାର ଅଭିଯୋଗ କରାଯାଇଥିଲା। ହେଲେ ଏହାକୁ ଡାକ୍ତର ସିଂହ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଯଦି କାହା ସହ ଏମିତି କିଛି ଘଟିବ, ତା’ହେଲେ ପରିବାର ଲୋକ ଅବହେଳାର ଅଭିଯୋଗ ଆଣି ପାରନ୍ତି। ଆମେ ମାମଲା ସମ୍ପର୍କରେ ଖବର ପାଇବା ମାତ୍ରେ ଚିକିତ୍ସା ଆରମ୍ଭ କରିଥିଲୁ।”

ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ତୁରକି ପୁଲିସ ଷ୍ଟେସନରେ ମାମଲା ରୁଜୁ କରିବାକୁ କର୍ତ୍ତୃପକ୍ଷ ମନା କରୁଛନ୍ତି। ନାବାଳିକାଙ୍କ ସହ ଏପରି ଜଘନ୍ୟ କାଣ୍ଡ ଘଟାଇଥିବା ବ୍ୟକ୍ତି ଜଣକର ଦବଦବା ସ୍ଥାନୀୟ ଅଞ୍ଚଳରେ ରହିଛି। ତେଣୁ ପୁଲିସ୍‌ ତା’ ମାମଲା କରୁ ନାହିଁ। ସ୍ଥାନୀୟ ପୁଲିସ୍‌ ସହଯୋଗ ନ କରିବାରୁ ପୀଡ଼ିତାଙ୍କ ପରିବାର ଲୋକ ମୁଜାଫରପୁର ସ୍ଥିତ ମହିଳା ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ମାମଲା ରୁଜୁ ହୋଇଥିଲା ଓ ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ପଠା ଯାଇଥିବା ଅଭିଯୋଗ ହୋଇଛି।

ମହିଳା ପୁଲିସ୍‌ ଷ୍ଟେସନର ଇନ ଚାର୍ଜ ଅଦିତି କୁମାରୀ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବା କଥାକୁ ନିଶ୍ଚିତ କରିଛନ୍ତି। ଅଭିଯୁକ୍ତ ନାଁରେ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି।

Police Bihar Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe