Advertisment

ଅଲଗା ହୋଇଯିବେ ପାକିସ୍ତାନର ସୀମା-ଭାରତର ସଚ୍ଚିନ ! ସାମ୍ନାରେ ରହିଛି ଏହିସବୁ ଆଇନଗତ ପ୍ରତିବନ୍ଧକ

ବେଆଇନ ଭାବେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହୈଦରଙ୍କ ପାଇଁ ବଢିପାରେ ଅଡୁଆ। ଏହିସବୁ ଆଇନ ଲଗାଇପାରେ ପ୍ରତିବନ୍ଧକ ।

author-image
Debibandita Barick
ଅଦ୍ୟତନ ହୋଇଛି
Pakistan's Seema Haider who came to India for lover

Pakistan's Seema Haider who came to India for lover

ପାକିସ୍ତାନରୁ ଭାରତ ଆସିଥିବା ସୀମା ହୈଦରଙ୍କ ପାଇଁ ବଢିପାରେ ଅଡୁଆ। ଭାରତ-ନେପାଳ ବୋର୍ଡରରେ ସୀମା ତାଙ୍କ ସ୍ୱାମୀ ସଚ୍ଚିନ ଏବଂ ଶ୍ୱଶୁରଙ୍କ ସହ ଭାରତ ପ୍ରବେଶ କରିବା ସମୟରେ ଗିରଫ କରିଥିଲା ପୋଲିସ। ପରେ ଆଇନ ଅନୁସାରେ ଛାଡି ଦେଇଥିଲା। ମାତ୍ର ଆଗକୁ ସୀମାଙ୍କ ପାଇଁ ଆଇନଗତ ଦଣ୍ଡର ସମ୍ମୁଖୀନ ହେବାକୁ ପଡିପାରେ । ଯଦି ଏପରି ହୁଏ, ତେବେ ସୀମାଙ୍କୁ କେଉଁ କେଉଁ ଆଇନଗତ କଟକଣାର ସମ୍ମୁଖୀନ ହେବାକୁ ପଡିପାରେ, ଜାଣନ୍ତୁ...  

Advertisment

ଭାରତ ସହ ପାକିସ୍ତାନର ସୀମା କଟକଣା ରହିଛି । ତେଣୁ ଆଇନ ଅନୁସାରେ ବିନା ଆଇନଗତ ପ୍ରମାଣପତ୍ରରେ ଭାରତ ପ୍ରବେଶ କରିଥିବା ବ୍ୟକ୍ତି 'ଅବୈଧ ଦେଶାନ୍ତରୀ'('Illegal Migrant)। ଏଦୃଷ୍ଟିରୁ ସୀମା ହୈଦର ଇଲ୍ଲିଗାଲ୍ ମାଇଗ୍ରେଣ୍ଟ । ଯଦି ଜଣେ ଅନ୍ୟ ଦେଶର ନାଗରିକ ଭାରତକୁ ପାସପୋର୍ଟ, ଭିସା କିମ୍ବା କୌଣସି ବୈଧ ଡକ୍ୟୁମେଣ୍ଟ ବିନା ପ୍ରେବେଶ କରନ୍ତି, ତେବେ ତାଙ୍କୁ ଇଲ୍ଲିଗାଲ ମାଇଗ୍ରେଣ୍ଟ କୁହାଯିବ, ଯାହା ସୀମା ହୈଦର କରିଛନ୍ତି ।
ଆଇନ ଅନୁସାରେ ଏପରି ବ୍ୟକ୍ତିଙ୍କୁ ଗିରଫ କରାଯିବ । ଯଦି ପୋଲିସ ଯାଞ୍ଚ ପରେ କୌଣସି ଆତଙ୍କୀ ସନ୍ଦେହ ନହୁଏ, ତେବେ ତାଙ୍କୁ ଛାଡି ଦିଆଯିବ। କିନ୍ତୁ ସେ ଦୀର୍ଘଦିନ ପର୍ଯ୍ୟନ୍ତ ସ୍ଥାୟୀ ଭାବରେ ଭାରତରେ ରହିପାରିବେ ନାହିଁ। ଏଥିସହ 'ଅବୈଧ ଦେଶାନ୍ତରୀ'ଙ୍କୁ ଭାରତର ନାଗରିକତା ମିଳିବାରେ ମଧ୍ୟ କଟକଣା ରହିଛି।

ବୈଦେଶିକ ଅଧିନିୟମ, 1946 ର ଧାରା 14 ଅନୁଯାୟୀ ସୀମାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଯେଉଁଥିରେ ଦର୍ଶାଯାଇଛି ଯେ, ଯିଏ ଭିସା ଜାରି କରିଥିବା ସମୟଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଭାରତରେ ରହିଥିବ କିମ୍ବା ଯିଏ ଆଇନର ଧାରା ଉଲ୍ଲଂଘନ କରିଥିବ ତାଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଯିବ। କାରାଦଣ୍ଡର ସମୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଢିପାରେ ଏବଂ ଜୋରିମାନା ମଧ୍ୟ ଲାଗୁ ହୋଇପାରେ।

Advertisment

ସୀମା ମଧ୍ୟ ଭାରତୀୟ ଦଣ୍ଡ ସଂହିତା ଧାରା 120Bର ସମ୍ମୁଖୀନ କରିପାରନ୍ତି। ଏହି ଆଧାରରେ ଅପରାଧ ଷଡଯନ୍ତ୍ର ମାମଲାରେ ତାଙ୍କୁ ଦୁଇ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ କାରାଦଣ୍ଡ ସହ ଦଣ୍ଡିତ କରାଯିବ। ଅନ୍ୟ କୌଣସି ଅପରାଧ ପାଇଁ ସେମାନଙ୍କୁ 6 ମାସ ଜେଲ୍ କିମ୍ବା ଜୋରିମାନା କିମ୍ବା ଉଭୟ ଦଣ୍ଡ ଦିଆଯିବ। ସେହିପରି ଇଲ୍ଲିଗାଲ୍ ମାଇଗ୍ରେଣ୍ଟ୍ସ ଏବଂ ପାସପୋର୍ଟ(Entry into India) ଅଧିନିୟମ, 1920 ଅନୁଯାୟୀ କାରାଗାରରେ କିମ୍ବା ଦେଶରୁ ବିତାଡିତ କରାଯାଇପାରେ। ବିଦେଶୀ ଅଧିନିୟମ(Foreigners Act),1946 ଅନୁସାରେ ଭାରତରେ ବିଦେଶୀମାନଙ୍କ ପ୍ରବେଶ, ପ୍ରସ୍ଥାନ ଏବଂ ବାସସ୍ଥାନକୁ ନିୟନ୍ତ୍ରଣ କରିବା କେନ୍ଦ୍ର ସରକାରଙ୍କ କ୍ଷମତା ଅନ୍ତର୍ଭୁକ୍ତ।

ସୂଚନା ଅନୁସାରେ, ପାକିସ୍ତାନର ସୀମା ହୈଦର ଭାରତର ଉତ୍ତର ପ୍ରଦେଶର ଅଧିବାସୀ ସଚ୍ଚିନଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲେ। ଉଭୟ ପବଜି ମାଧ୍ୟମରେ ପରିଚିତ ହୋଇଥିଲା । ଉଭୟ ନେପାଳରେ ସାକ୍ଷାତ କରିବା ପରେ ଭାରତ ଚାଲି ଆସିଥିଲେ ସୀମା। ତାଙ୍କର 4ଟି ପିଲା ଏବଂ ସ୍ବାମୀ ମଧ୍ୟ ଅଛନ୍ତି। ପୋଲିସ ଗିରଫ କରିବା ପରେ ତାଙ୍କ ସ୍ବାମୀ ନିର୍ଜାତନା ଦେଉଥିବା ଏବଂ ସଚ୍ଚିନଙ୍କ ସଚ୍ଚା ପ୍ରେମ ତାଙ୍କୁ ଏତେଦୂର ନେଇ ଆସିଥିବା କହିଛନ୍ତି। ତେବେ ଆଇନ ମୁତାବକ ସୀମା ଭାରତରେ ରହିବେ କି ନାହିଁ ତା ଉପରେ ନଜର ।

Seema Haider India Law For Foreigners Seema-Sachin Love Story