Advertisment

Piyush Pandey: ‘ଅବ କି ବାର, ମୋଦି ସରକାର’ ନାରାର ସ୍ରଷ୍ଟା ପୀୟୂଷ ପାଣ୍ଡେଙ୍କ ଦେହାନ୍ତ

୨୦୧୪ ଦେଶର ସାଧାରଣ ନିର୍ବାଚନରେ ସେ ବିଜେପି ପାଇଁ ଟ୍ୟାଗ ଲାଇନ ତିଆରି କରିଥିଲେ। ଅବ କି ବାର, ମୋଦି ସରକାର ନାରା ପଛରେ ତାଙ୍କର ହାତ ରହିଥିଲା। ରାଜନୀତିକ ମହଲରେ ଏହି ନାରା ବେଶ ଚର୍ଚ୍ଚିତ ହୋଇପାରିଥିଲା।

Piyush-Pandey

ପୀୟୂଷ ପାଣ୍ତେ (ଫାଇଲ ଫଟୋ)

Advertisment

ଆଉନାହାନ୍ତି ବିଜ୍ଞାପନ ଜଗତର କିମ୍ବଦନ୍ତୀ ଚେହେରା ପୀୟୂଷ ପାଣ୍ଡେ। ଫେଭିକଲ ଓ ଭୋଡାଫୋନ ଭଳି ବ୍ରାଣ୍ଡ ପାଇଁ ବିଜ୍ଞାପନ ତିଆରି କରି ଲୋକପ୍ରିୟତା ହାସଲ କରିଥିବା ଶ୍ରୀ ପାଣ୍ଡେ ଆଜି ଦିଲ୍ଲୀ(Delhi) ସ୍ଥିତି ବାସଭବନରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଅନେକ ଲୋକପ୍ରିୟ ବିଜ୍ଞାପନରେ ଶ୍ରୀ ପାଣ୍ଡେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି।

Advertisment

କାଡବରୀର ‘କୁଚ ଖାସ ହୈ’ ଟ୍ୟାଗ ଲାଇନ ଠାରୁ ଆରମ୍ଭ କରି ଏସିଆନ ପେଣ୍ଟ୍ସର ‘ହର ଖୁସି ମେନ ରଙ୍ଗ ଲାୟ’, ଭୋଡାପନର ଆଇକନିକ ପଗ ବିଜ୍ଞାପନ ପଛରେ ଶ୍ରୀ ପାଣ୍ଡେଙ୍କ ଚାତୁରି ରହିଥିଲା। ଏହି ସବୁ ବିଜ୍ଞାପନ ବେଶ ଲୋକପ୍ରିୟତା ହାସଲ କରିପାରିଥିଲା।

୨୦୧୪ ଦେଶର ସାଧାରଣ ନିର୍ବାଚନରେ ସେ ବିଜେପି ପାଇଁ ଟ୍ୟାଗ ଲାଇନ ତିଆରି କରିଥିଲେ। ଅବ କି ବାର, ମୋଦି ସରକାର ନାରା ପଛରେ ତାଙ୍କର ହାତ ରହିଥିଲା। ରାଜନୀତିକ ମହଲରେ ଏହି ନାରା ବେଶ ଚର୍ଚ୍ଚିତ ହୋଇପାରିଥିଲା। ଏବେ ବି ଏହି ନାରା ବେଶ ପରିଚିତ ହୋଇ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସେ ଏହି ସ୍ଲୋଗାନ ତିଆରି କରିଥିଲେ। ରାତାରାତି ଏହା ବେଶ ଭାଇରାଲ ହୋଇଥିଲା। 

Advertisment

୧୯୫୫ରେ ଜନ୍ମିତ ପୀୟୂଷ ନିଜ ପ୍ରତିଭା ଲାଗି ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ବିଜ୍ଞାପନ ଜଗତର ଚର୍ଚ୍ଚିତ ଚେହେରା ଶ୍ରୀ ପାଣ୍ଡେ Ogilvyର ମୁଖ୍ୟ କ୍ରିଏଟିଭ ଅଫିସର ଓ ଭାରତର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାମ କରିଥିଲେ। ୨୦୧୬ରେ ସେ ପଦ୍ମଶ୍ରୀ ଓ ୨୦୧୪ରେ ଏଲଆଇଏ ଲିଜେଣ୍ତ ସମ୍ମାନ ତାଙ୍କୁ ମିଳିଥିଲା। ସନଲାଇଟ ଡିଟର୍ଜେଣ୍ଟ ପ୍ରିଣ୍ଟ ବିଜ୍ଞାପନ ତାଙ୍କର ପ୍ରଥମ କଳାକୃତି ରହିଥିଲା। 

ଅମିତାଭ ବଚ୍ଚନଙ୍କ ସହ ପୋଲିଓ ବିଜ୍ଞାପନ, ଫେଭିକଲ ଓ ଧୂମପାନ ବିରୋଧରେ ସେ ବିଜ୍ଞାପନ ତିଆରି କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। 

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe