Advertisment

ମା’ ସହ ଚାଲି ଚାଲି ଯାଉଥିଲା ୮ ବର୍ଷର ଝିଅ, ଝାମ୍ପି ନେଇ ମାରିଦେଲା କଲରାପତରିଆ

ବୁଦା ନିକଟରେ ଲୁଚି ବସିଥିବା ଗୋଟିଏ କଲରାପତରିଆ ଝିଅକୁ ଗୋଟିଏ ଜମ୍ପରେ ଝାମ୍ପି ନେଇ ମାରି ଦେଇଛି।

Leopard

Leopard

Advertisment

ମା’ର ଆଖି ସାମ୍ନାରେ ଜନ୍ମ କଲା ଝିଅକୁ ମାରି ଦେଇଛି ଗୋଟିଏ କଲରାପତରିଆ। ୮ ବର୍ଷର ଝିଅଟି ବେଶ ହସଖୁସିରେ ମା’ର ହାତ ଧରି ଚାଷ ଜମିକୁ ଚାଲି ଚାଲି ଯାଉଥିଲା। ହେଲେ ବୁଦା ନିକଟରେ ଲୁଚି ବସିଥିବା ଗୋଟିଏ କଲରାପତରିଆ ଝିଅକୁ ଗୋଟିଏ ଜମ୍ପରେ ଝାମ୍ପି ନେଇ ମାରି ଦେଇଛି। ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲା ମାଲାକପୁର ଗାଁରେ ଏଭଳି ଘଟଣା ଘଟିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ୮ ବର୍ଷର ତନ୍ୟା କୁମାରୀ ଶୁକ୍ରବାର ସକାଳ ପ୍ରାୟ ୮.୩୦ରେ ମା’ଙ୍କ ସହ ଚାଷ ଜମିକୁ ଯାଉଥିଲେ। ଏହି ସମୟରେ ଗୋଟିଏ ବିରାଟକାୟ କଲରାପତରିଆ ବା ଲିଓପାର୍ଡ ସିଧା ଆସି ତନ୍ୟାକୁ ମା’ ସୁନୀତା ଦେବୀଙ୍କ ପାଖରୁ ଝାମ୍ପି ନେଇ ପଳାଇଥିଲା।

ଆଖି ସାମ୍ନାରେ ଝିଅକୁ ବାଘ ନେଇ ଯାଉଥିବା ଦେଖି ସୁନୀତା ଦେବୀ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ତାଙ୍କ ଡାକ ଶୁଣି ଗାଁ ଲୋକମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ଆଖପାଖ ଅଞ୍ଚଳରେ ତନ୍ୟାଙ୍କୁ ଖୋଜାଖୋଜି ଆରମ୍ଭ କରିଦେଇଥିଲେ।

Advertisment

ବେଶ କିଛି ସମୟ ପରେ ଆଖୁ ଚାଷ ହୋଇଥିବା ଗୋଟିଏ ଜମିରୁ ତନ୍ୟାଙ୍କୁ ଅଚେତ ଅବସ୍ଥାରେ ଠାବ କରାଯାଇଥିଲା। ତାଙ୍କ ଦେହରେ ଏକାଧିକ କ୍ଷତ ଚିହ୍ନ ରହିଥିଲା। ତାଙ୍କୁ ଗାଁ ଲୋକମାନେ ନାହତୌର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଜନୋରର ସବ ଡିଭଜନାଲ ଜଙ୍ଗଲ ଅଧିକାରୀ ଜ୍ଞାନ ସିଂହ କହିଛନ୍ତି, ଜନବସତି ନିକଟରେ ବୁଲୁଥିବା କଳରାପତରିଆକୁ ଧରିବା ପାଇଁ ଗୋଟିଏ ଟିମ ଗଠନ କରାଯାଇଛି।

ଗୋଟିଏ ପିଞ୍ଜରା ବସାଯାଇଛି ଓ ଠାବ କରିବା ପାଇଁ ଡ୍ରୋନର ବ୍ୟବହାର କରାଯାଉଛି। ସେ ଚାଷ ଜମିକୁ ଯିବା ବେଳେ ଗାଁ ଲୋକ ସତର୍କତା ଅବଲମ୍ବନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।

ଗତ ୧୮ ମାସରେ ଏହି ଅଞ୍ଚଳରେ କଲରାପତରିଆ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। ତେଣୁ ଲୋକମାନେ କଲରାପତରିଆକୁ ମାରିବା ପାଇଁ ଦାବି କରିଛନ୍ତି।

Uttar Pradesh Leopard
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe