Advertisment

ଘର ପାଖରେ ଖେଳୁଥିଲା ୪ ବର୍ଷର ଝିଅ, ଝାମ୍ପି ନେଇ ମାରି ଦେଲା କଲରାପତରିଆ

ଶନିବାର ଝିଅଟିର କ୍ଷତାକ୍ତ ମୃତଦେହ ଘର ଠାରୁ ୫ କିମି ଦୂର ଗୋଟିଏ ଜଙ୍ଗଲିଆ ଅଞ୍ଚଳରୁ ମିଳିଛି।

author-image
Hemant Lenka
Tiger

Tiger

ଘର ପାଖରେ ୪ ବର୍ଷର ଝିଅଟି ବେଶ ହସ ଖୁସିରେ ଖେଳୁଥିଲା। ଏତିକି ବେଳେ ଗୋଟିଏ କଲାପତରିଆ ହଠାତ୍‌ ପିଲାଟିକୁ ଟେକି ନେଇଥିଲା। ତାମିଲନାଡୁର କୋଏମ୍ବାଟୁର ଠାରେ ବୁଧବାର ସନ୍ଧ୍ୟାରେ ଏପରି ଘଟଣା ଘଟଣା ଘଟିଥିଲା। ପରିବାର ଲୋକ ଅନେକ ଲୋକ ଖୋଜାଖୋଜି କରିଥିଲେ ହେଁ ପିଲାଟିକୁ ପାଇ ନଥିଲେ। କିନ୍ତୁ ଶନିବାର ଝିଅଟିର କ୍ଷତାକ୍ତ ମୃତଦେହ ଘର ଠାରୁ ୫ କିମି ଦୂର ଗୋଟିଏ ଜଙ୍ଗଲିଆ ଅଞ୍ଚଳରୁ ମିଳିଛି।

Advertisment

ଜଙ୍ଗଲ ବିଭାଗର ଅଧିକାରୀ ଓ ପୁଲିସ୍‌ ମିଳିତ ଭବେ ପିଲାଟିର କ୍ଷତାକ୍ତ ମୃତଦେହକୁ ପଚରାମାଲିଆ ଇଷ୍ଟେଟ ଠାରୁ ଠାବ କରିଛନ୍ତି। ଜଣେ ପ୍ରବାସୀ ଶ୍ରମିକଙ୍କ ଝିଅ ହେଉଛନ୍ତି ୪ ବର୍ଷର ରୋଶନୀ। ତାଙ୍କ ବାପା ମା’ ଝାରଖଣ୍ଡରୁ ଆସି ଏଠାରେ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିଲେ।

ବୁଧବାର ଅଗଣାରେ ମା’ ବସିଥିବା ବେଳେ ରୋଶନୀ ସେଠାରେ ଖେଳୁଥିଲେ। ଏତିକି ବେଳେ ହଠାତ ଗୋଟିଏ କଲରାପତରିଆ ସେଠାରେ ପହଞ୍ଚି ରୋଶନୀଙ୍କୁ ଆଖି ପିଛୁଳାକେ ଝାମ୍ପି ନେଇ ସେଠାରୁ ଚାଲି ଯାଇଥିଲା। ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଦୀର୍ଘ ଘଣ୍ଟାର ଅପରେସନ ପରେ ରୋଶନୀଙ୍କ କ୍ଷତାକ୍ତ ମୃତଦେହ ଜଙ୍ଗଲ ଭିତରୁ ମିଳିଛି।

Advertisment

କଲାପତରିଆର ଏପରି ଆକ୍ରମଣ ଇଷ୍ଟେଟ ଶ୍ରମିକ ଓ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଓ ଭୟର ପରିବେଶ ସୃଷ୍ଟି କରିଛି। ଏବେ ଜଙ୍ଗଲ ବିଭାଗର ଅଧିକାରୀମାନେ କଲରାପତରିଆକୁ ଠାବ କରି ତା’କୁ ଟ୍ରାଙ୍କୁଲାଇଜ କରିବା ଉପରେ ଫୋକସ କରୁଛନ୍ତି।

Tamilnadu Leopard