leopard
ସ୍କୁଲରେ ପଶିଲା ବାଘ । ଚାରିଆଡ଼େ ଖେଳିଗଲା ଆତଙ୍କ । ସୌଭାଗ୍ୟବଶଃତ ଉକ୍ତ ସମୟରେ ସ୍କୁଲରେ ପିଲା ନ ଥିବାରୁ ଯେକୌଣସି ପ୍ରକାରେ ଶିକ୍ଷକମାନେ ନିଜ ଜୀବନ ବଞ୍ଚାଇ ପାରିଛନ୍ତି। ଏପରି ଏକ ଛାତିଥରା ଘଟଣା ଉତ୍ତରପ୍ରଦେଶର ବିଜନୌରର ହଲଦୌର ପ୍ରାଥମିକ ବିଦ୍ୟାଳୟରେ ଘଟିଛି।
Advertisment
ଘଟଣା ଦିନ ଲଗାଣ ବର୍ଷା ହେତୁ ପିଲାମାନଙ୍କର ଜଲଦି ଛୁଟି ହୋଇ ଯାଇଥିଲା। ମାତ୍ର ଉକ୍ତ ସମୟରେ ହଠାତ୍ ସ୍କୁଲରେ ଏକ ବାଘ ପଶି ଯାଇଥିଲା। ବାଘର ଗର୍ଜନ ଶୁଣି ଶିକ୍ଷକଶିକ୍ଷୟିତ୍ରୀମାନେ ନିଜେ ଥିବା ରୁମ୍ର କବାଟ ଦେଇଦେଇଥିଲେ। ଏହାପରେ ବାଘଟି ସବୁ ରୁମ୍ କବାଟ ପାଖକୁ ଯାଇ ଗର୍ଜନ କରି ଠେଲିବାକୁ ଚେଷ୍ଟା କରିଥିଲା। ଏହାଶୁଣି ଶିକ୍ଷକଶିକ୍ଷୟିତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ।
ଏନେଇ ଖବର ପାଇ ବହୁ ସଂଖ୍ୟାରେ ଗ୍ରାମବାସୀ ସ୍କୁଲ ଅଭିମୁଖେ ଆସିଥିଲେ। ଏହାପରେ ସେମାନେ ବାଘଟିକୁ ଜଙ୍ଗଲ ଆଡ଼େ ଘଉଡ଼ାଇ ଦେଇଥିଲେ। ଫଳରେ ସମସ୍ତଙ୍କ ଜୀବନ ସୁରକ୍ଷିତ ରହିଥିବା ଜଣାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
