Advertisment

ସ୍କୁଲ ଚାଲିଥିବା ବେଳେ ପଶିଗଲା ବାଘ, ଶୁଭିଲା ଚିତ୍କାର

ଘଟଣା ଦିନ ଲଗାଣ ବର୍ଷା ହେତୁ ପିଲାମାନଙ୍କର ଜଲଦି ଛୁଟି ହୋଇ ଯାଇଥିଲା। ମାତ୍ର ଉକ୍ତ ସମୟରେ ହଠାତ୍‌ ସ୍କୁଲରେ ଏକ ବାଘ ପଶି ଯାଇଥିଲା।

ଅଦ୍ୟତନ ହୋଇଛି
leopard

leopard

Advertisment

ସ୍କୁଲରେ ପଶିଲା ବାଘ । ଚାରିଆଡ଼େ ଖେଳିଗଲା ଆତଙ୍କ । ସୌଭାଗ୍ୟବଶଃତ ଉକ୍ତ ସମୟରେ ସ୍କୁଲରେ ପିଲା ନ ଥିବାରୁ ଯେକୌଣସି ପ୍ରକାରେ ଶିକ୍ଷକମାନେ ନିଜ ଜୀବନ ବଞ୍ଚାଇ ପାରିଛନ୍ତି। ଏପରି ଏକ ଛାତିଥରା ଘଟଣା ଉତ୍ତରପ୍ରଦେଶର ବିଜନୌରର ହଲଦୌର ପ୍ରାଥମିକ ବିଦ୍ୟାଳୟରେ ଘଟିଛି।

Advertisment

ଘଟଣା ଦିନ ଲଗାଣ ବର୍ଷା ହେତୁ ପିଲାମାନଙ୍କର ଜଲଦି ଛୁଟି ହୋଇ ଯାଇଥିଲା। ମାତ୍ର ଉକ୍ତ ସମୟରେ ହଠାତ୍‌ ସ୍କୁଲରେ ଏକ ବାଘ ପଶି ଯାଇଥିଲା। ବାଘର ଗର୍ଜନ ଶୁଣି ଶିକ୍ଷକଶିକ୍ଷୟିତ୍ରୀମାନେ ନିଜେ ଥିବା ରୁମ୍‌ର କବାଟ ଦେଇଦେଇଥିଲେ। ଏହାପରେ ବାଘଟି ସବୁ ରୁମ୍‌ କବାଟ ପାଖକୁ ଯାଇ ଗର୍ଜନ କରି ଠେଲିବାକୁ ଚେଷ୍ଟା କରିଥିଲା। ଏହାଶୁଣି ଶିକ୍ଷକଶିକ୍ଷୟିତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ।

ଏନେଇ ଖବର ପାଇ ବହୁ ସଂଖ୍ୟାରେ ଗ୍ରାମବାସୀ ସ୍କୁଲ ଅଭିମୁଖେ ଆସିଥିଲେ। ଏହାପରେ ସେମାନେ ବାଘଟିକୁ ଜଙ୍ଗଲ ଆଡ଼େ ଘଉଡ଼ାଇ ଦେଇଥିଲେ। ଫଳରେ ସମସ୍ତଙ୍କ ଜୀବନ ସୁରକ୍ଷିତ ରହିଥିବା ଜଣାଯାଇଛି।

Advertisment
Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe