Advertisment

ଦିଲ୍ଲୀ ସୈନିକ ଫାର୍ମ ଅଞ୍ଚଳରେ ବୁଲୁଛି ଚିତା, କାବୁ କରିବାକୁ ଟିମ୍ ଗଠନ କଲା ବନ ବିଭାଗ

ସୈନିକ ଫାର୍ମ ନିକଟ ଅଞ୍ଚଳରେ ଏକ ଚିତାବାଘ ଦେଖିବାକୁ ମିଳିଛି। ଚିତାକୁ ଧରିବା ପାଇଁ ବିଭାଗ ପକ୍ଷରୁ ଦୁଇଟି ଟିମ୍ ଗଠନ କରାଯାଇ ଖୋଜାଖୋଜି କରାଯାଉଛି।

Leopard

Leopard

Advertisment

ପିଲାବେଳେ ଆମେ ଶୁଣିଥିଲେ, ଯେଉଁପରି ଭାବେ ଜଙ୍ଗଲ ଧ୍ୱଂସ ହୋଇ ହୋଇ ଯାଉଛି, ଦିନ ଆସିବ ଜୀବଜନ୍ତୁ ସବୁ ଜନବସତି ମୁହାଁ ହେବେ। ତାହା ଏବେ ସତ ହେଉଛି! ହାତୀ ପଲ, ବାଘ ସିଂହ ଭଳି ମହାବଳ ଜନ୍ତୁ ଏବେ ଜନବସତି ମୁହାଁ ହେଉଥିବା ଖବରର ସିରୋନାମା ପାଲଟୁ ଥିବାବେଳେ ଦିଲ୍ଲୀର ସୈନିକ ଫାର୍ମ ଅଞ୍ଚଳରେ ଏକ ଚିତାବାଘ ବୁଲୁଥିବା ଦେଖିବାକୁ ମିଳିଛି।

Advertisment

ଦିଲ୍ଲୀ ଆସୋଲା ଭଟ୍ଟୀ ବନ୍ୟପ୍ରାଣୀ ଅଭୟାରଣ୍ୟର ଜଣେ ଅଧିକାରୀ ସୁବୋଧ କୁମାରଙ୍କ କହିବା ଅନୁସାରେ, ସୈନିକ ଫାର୍ମ ନିକଟ ଅଞ୍ଚଳରେ ଏକ ଚିତାବାଘ ଦେଖିବାକୁ ମିଳିଛି। ଚିତାକୁ ଧରିବା ପାଇଁ ବିଭାଗ ପକ୍ଷରୁ ଦୁଇଟି ଟିମ୍ ଗଠନ କରାଯାଇ ଖୋଜାଖୋଜି କରାଯାଉଛି।

ସୁବୋଧ କୁମାରଙ୍କ କହିବା ଅନୁସାରେ, "ଏହି ଅଞ୍ଚଳରେ ଏକ ଚିତାବାଘ ବୁଲୁଥିବା ନେଇ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ସ୍ଥାନୀୟ ପୁଲିସ ସହାୟତାରେ ଆମେ ସକାଳ 9:30ରେ ଖୋଜାଖୋଜି କରିବା ପରେ ଫାର୍ମହାଉସ ନିକଟରେ ଚିତାବାଘକୁ ଦେଖିବାକୁ ପାଇଥିଲୁ।"

Advertisment

ବାଘଟି ଛୁଆ ବାଘ ନୁହଁ, ବରଂ ବଡ ବାଘ, ଯାହାର ଓଜନ ପ୍ରାୟ 80 ରୁ 90 କିଲୋଗ୍ରାମ ହେବ ବୋଲି ସେ କହିଛନ୍ତି। ବନ ବିଭାଗ ଦୁଇଟି ଟିମ୍ ଗଠନ କରି ଚିତାକୁ ଟ୍ରାଙ୍କୁଲାଇଜ୍ କରିବାକୁ ଚେଷ୍ଟା କରୁଛି। ବନ ବିଭାଗ ଏବଂ ଦିଲ୍ଲୀ ପୁଲିସ ଅତି କମରେ 40 ଜଣ କର୍ମଚାରୀଙ୍କୁ ନିୟୋଜିକ କରିଥିବା ବନ ଅଧିକାରୀ ସୁବୋଧ କୁମାର କହିଛନ୍ତି। 

Leopard Leopard In Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe