Advertisment

ମନ୍ଦିରରେ ବାହା ହେଲେ ସମଲିଙ୍ଗୀ ପ୍ରେମ ପକ୍ଷୀ

ପ୍ରଥମେ ଜୟଶ୍ରୀ ଓ ରାକ୍ଷୀ କୋର୍ଟରେ ସତ୍ୟପାଠ ଦ୍ୱାରା ବାହାଘର ପାଇଁ ପଞ୍ଜୀକରଣ କରିଥିଲେ।

UP

UP

Advertisment

ପଶ୍ଚିମବଙ୍ଗର ଦୁଇ ସମଲିଙ୍ଗୀ ପ୍ରେମପକ୍ଷୀ ଉତ୍ତର ପ୍ରଦେଶର ଦେଓରିଆରେ ଥିବା ଗୋଟିଏ ମନ୍ଦିରରେ ବାହା ହୋଇଛନ୍ତି। ପାରମ୍ପରିକ ରୀତିନୀତିରେ ସେମାନେ ପରସ୍ପରର ହାତ ଧରିଛନ୍ତି।

Advertisment

ଦକ୍ଷିଣ ୨୪ ପ୍ରଗଣାର ମୂଳବାସିନ୍ଦା ୨୮ ବର୍ଷୀୟ ଜୟଶ୍ରୀ ରାହୁଲ ଓ ୨୩ ବର୍ଷୀୟ ରାକ୍ଷୀ ଦାସ ଦେଓରିଆରେ ଥିବା ଗୋଟିଏ ଅକେଷ୍ଟ୍ରାରେ କାମ କରନ୍ତି। ଏଠାରେ କାମ କରିବା ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ସୃଷ୍ଟି ହୋଇଥିଲେ।

କିନ୍ତୁ ସେମାନେ ସମଲିଙ୍ଗୀ ହୋଇଥିବାରୁ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ। କିନ୍ତୁ ଉଭୟ ହାର ମାନି ନଥିଲେ। ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେମାନେ ପରସ୍ପରର ହାତ ଛାଡ଼ି ନଥିଲେ। ଶେଷରେ ସେମାନେ ବାହା ମଧ୍ୟ ହୋଇଛନ୍ତି।

Advertisment

ପ୍ରଥମେ ଜୟଶ୍ରୀ ଓ ରାକ୍ଷୀ କୋର୍ଟରେ ସତ୍ୟପାଠ ଦ୍ୱାରା ବାହାଘର ପାଇଁ ପଞ୍ଜୀକରଣ କରିଥିଲେ। ଏହାପରେ ଭାତପର ରାନୀ ସ୍ଥିତ ଭଗାଡା ଭବାନୀ ମନ୍ଦିରରେ ଉଭୟ ବାହା ହୋଇଛନ୍ତି। ଦୁଇ ଯୁବତୀ କାମ କରୁଥିବା ଅକେଷ୍ଟ୍ରାର ମାଲିକ ମୁନା ପାଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ମୁନା କହିଛନ୍ତି, ଜୟଶ୍ରୀ ଓ ରାକ୍ଷୀ କିଛି ଦିନ ତଳେ ଦିର୍ଗେଶ୍ୱରନାଥ ମନ୍ଦିରରେ ବାହା ହେବାକୁ ଯାଇଥିଲେ। କିନ୍ତୁ ସେଠାକାର ମହନ୍ତ ଜଗନ୍ନାଥ ମହାରାଜ ସମଲିଙ୍ଗୀ ବିବାହକୁ ଅନୁମତି ନାହିଁ କହି ସେମାନଙ୍କୁ ଫେରାଇ ଦେଇଥିଲେ।

ନିରାଶ ହେବା ପରେ ପ୍ରେମପକ୍ଷୀ ନିଜର ଶୁଭେଚ୍ଛୁଙ୍କ ସହ ବାହାଘର ପାଇଁ ବିକଳ୍ପ ମାଧ୍ୟମ ଖୋଜିଥିଲେ। ସେମାନେ ପ୍ରଥମେ କୋର୍ଟରେ ବାହା ହୋଇଥିଲେ। ଏହାପରେ ଭଗାଡା ଭବାନୀ ମନ୍ଦିର ଯାଇ ପଣ୍ଡିତଙ୍କ ଉପସ୍ଥିତିରେ ସେମାନେ ଫୁଲ ମାଳ ଅଦଳବଦଳ କରିଥିଲେ।

Uttar Pradesh Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe