Advertisment

ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିବାକୁ ଧମକପୂର୍ଣ୍ଣ ଚିଠି

ରାଜୀବ ଗାନ୍ଧିଙ୍କର ଯେଉଁ ଅବସ୍ଥା ହୋଇଥିଲା ମୋଦିଙ୍କର ବି ସେହି ଅବସ୍ଥା କରାଯିବ ବୋଲି ଚିଠିରେ ଲେ‌ଖା ହୋଇଛି।

author-image
Jitendra Garnayak
PM Modi

PM Modi

ଆସନ୍ତା ସୋମବାର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କେରଳ ଗସ୍ତରେ ଯାଉଥିବା ବେଳେ ତାଙ୍କୁ ସେଠାରେ ଆକ୍ରମଣ କରିବାକୁ ଧମକପୂର୍ଣ୍ଣ ଚିଠି ଆସିଛି। ରାଜୀବ ଗାନ୍ଧିଙ୍କର ଯେଉଁ ଅବସ୍ଥା ହୋଇଥିଲା ମୋଦିଙ୍କର ବି ସେହି ଅବସ୍ଥା କରାଯିବ ବୋଲି ସେଥିରେ ଲେ‌ଖା ହୋଇଛି। ଆଜି ଏହି ଦାବି କରିଛନ୍ତି କେରଳର ବିଜେପି ମୁଖ୍ୟ କେ ସୁରେନ୍ଦ୍ରନ।

Advertisment

ସୁରେନ୍ଦ୍ରନ କହିଛନ୍ତି ଯେ ଚିଠିଟି ମାଲାୟାଲାମ ଭାଷାରେ ଲେଖା ହୋଇଛି। ଚିଠିଟି ସପ୍ତାହେ ତଳେ ଦଳର କୋଚି ସ୍ଥିତ ଆଞ୍ଚଳିକ ଅଫିସକୁ ଆସିଥିଲା। ଏହାକୁ ରାଜ୍ୟର ପୁଲିସ ଡିଜିଙ୍କୁ ଦିଆଯାଇଛି।

ସ୍ଥାନୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାରେ ପୁଲିସ୍ ଏନ୍‌କେ ଜନି ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିଛି। କାରଣ ଚିଠିରେ ତାଙ୍କ ଘରର ଠିକଣା ରହିଛି। ତେବେ କୋଚିର ଏହି ବ୍ୟକ୍ତି ତାଙ୍କ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଉପରେ କେହି ରାଗ ରଖି ଏଭଳି ଏକ ପଦକ୍ଷେପ ନେଇଛି।

Advertisment

ଜନି କହିଛନ୍ତି ଯେ ପୁଲିସ୍ କର୍ମଚାରୀମାନେ ତାଙ୍କ ହାତଲେଖା ଓ ଚିଠିରେ ଲେଖାଯାଇଥିବା ହାତଲେଖାକୁ ଯାଞ୍ଚ କରିଥିଲେ। ତା’ପରେ ଉକ୍ତ ଚିଠିରେ ଥିବା ହାତଲେଖା ତାଙ୍କର ନୁହେଁ ବୋଲି ସ୍ପଷ୍ଟ ହୋଇଥିଲେ। ପୁଲିସକୁ ସେ କିଛି ସନ୍ଦିଗ୍ଧଙ୍କ ନାଁ ଦେଇଛନ୍ତି, ଯେଉଁମାନଙ୍କର ତାଙ୍କ ଉପରେ ରାଗ ରଖି ଏପରି କରିଥାଇପାରନ୍ତି ବୋଲି ସେ ମନେ କରୁଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କେରଳ ଗସ୍ତ ସମୟରେ ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ କରିବେ। ତା’ ସହିତ କୋଚି ୱାଟର ମେଟ୍ରୋର ଶୁଭାରମ୍ଭ କରିବେ।

Bjp Narendra Modi PM Modi Kerala