Advertisment

ଉତ୍ତରାଖଣ୍ଡରେ 'ପତଞ୍ଜଳି'ର ୧୪ଟି ପ୍ରଡକ୍ଟ ଲାଇସେନ୍ସ ରଦ୍ଦ

ସୁପ୍ରିମକୋର୍ଟରେ ପତଞ୍ଜଳି ବିଜ୍ଞାପନକୁ ନେଇ ମାମଲା ଚାଲିଥିବା ବେଳେ କମ୍ପାନୀର ଏକାଧିକ ପ୍ରଡକ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଉତ୍ତରାଖଣ୍ଡ ସରକାର।

author-image
Debibandita Barick
Patanjali Store

Patanjali Store

ସୁପ୍ରିମକୋର୍ଟରେ ପତଞ୍ଜଳି ବିଜ୍ଞାପନକୁ ନେଇ ମାମଲା ଚାଲିଥିବା ବେଳେ କମ୍ପାନୀର ଏକାଧିକ ପ୍ରଡକ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଉତ୍ତରାଖଣ୍ଡ। ରାଜ୍ୟ ସରକାର ୧୪ଟି ପତଞ୍ଜଳି ପ୍ରଡକ୍ଟ ଲାଇସେନ୍ସ ରଦ୍ଦ କରିଛନ୍ତି।

Advertisment

ଦିବ୍ୟ ଫାର୍ମାସି ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ଅଧିନରେ ଥିବା ୧୪ଟି ପ୍ରଡକ୍ଟ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ଉତ୍ତରାଖଣ୍ଡ ସରକାର। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି।

ଏହି ସତ୍ୟପାଠରେ ଉତ୍ତରାଖଣ୍ଡ ସରକାର କହିଛନ୍ତି ଯେ, ରାଜ୍ୟ ଲାଇସେନ୍ସ ପ୍ରାଧିକରଣ କର୍ତ୍ତୃପକ୍ଷ ପତଞ୍ଜଳିର ୧୪ଟି ଉତ୍ପାଦର ଲାଇସେନ୍ସ ରଦ୍ଦ କରିଛନ୍ତି। ଏଥିସହ ଏକ ବିଜ୍ଞପ୍ତି ଜାରି କରାଯାଇ ପତଞ୍ଜଳିକୁ ବେଆଇନ ବିଜ୍ଞାପନ ପ୍ରକାଶନ କାରଣରୁ ଜରିମାନା, କାରାଦଣ୍ଡ କିମ୍ବା ଉଭୟ ସମେତ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି।

Advertisment

ଲାଇସେନ୍ସ ରଦ୍ଦ ହୋଇଥିବା ପ୍ରଡକ୍ଟ ମଧ୍ୟରେ 'ସ୍ୱସରୀ ଗୋଲ୍ଡ', 'ସ୍ୱସରୀ ବଟୀ, 'ବ୍ରୋଙ୍କମ୍', 'ସ୍ୱସରୀ ପ୍ରବାହୀ', 'ସ୍ୱସରୀ ଅବଲେହ', 'ମୁକ୍ତାବତୀ ଏକ୍ସଟ୍ରା ପାୱାର', 'ଲିପିଡୋମ୍', 'ବିପି ଗ୍ରୀଟ୍', 'ମଧୁଗ୍ରୀଟ୍', 'ମଧୁନାଶିନୀବଟୀ ଏକ୍ସଟ୍ରା ପାୱାର', 'ଲିବମୃତ ଆଡଭାନ୍ସ', ଲିବୋଗ୍ରୀଟ ଗୋଲ୍ଡ ଏବଂ ପତଞ୍ଜଳି ଦୃଷ୍ଟି ଆଇ ଡ୍ରପ୍ ଔଷଧ ରହିଛି। ପ୍ରସାଧନ ସାମଗ୍ରୀ ନିୟମ ୧୯୪୫ର ନିୟମ ୧୫୯ (୧) ଅନୁଯାୟୀ ଏହି ପ୍ରଡକ୍ଟ ଲାଇସେନ୍ସ ରଦ୍ଦ କରାଯାଇଛି। 

Patanjali Uttarakhand Ban Patanjali Product