Advertisment

ଭୂମିକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ

ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି

undefined

earthquake

Advertisment

ଆଜି ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୪ ରେକର୍ଡ଼ କରାଯାଇଛି। ସେହିପରି ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ନେପାଳର ଜୁମଲା ଠାରୁ ୬୯ କିଲୋମିଟର ଦୂରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଅଫ୍‌ ସେସମୋଲୋଜି ଅନୁଯାୟୀ, ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିଲା ଏବଂ ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ପୂର୍ବରୁ ଜାନୁଆରି ୨୪ ରେ ନେପାଳରେ ୫.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ନେପାଳରେ ସୃଷ୍ଟି ହୋଇଥିବା ଭୂକମ୍ପର ପ୍ରଭାବ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର କିଛି ସ୍ଥାନରେ ଅନୁଭବ ହୋଇ ଥିଲା।

Advertisment

ଏହା କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା ଭୂମିକମ୍ପର ପ୍ରକୋପ ଏତେ ତୀବ୍ର ଥିଲା ଯେ, ଦୋହଲିଥିଲା ପୁରା ରାଜଧାନୀ ଦିଲ୍ଲୀ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରେକର୍ଡ ହୋଇଛି । ଭୂମିକମ୍ପ ଜଣ ପଡିବା ପରେ ଭୟରେ ଲୋକ ମାନେ ଘର ଓ ଅଫିସ ଛାଡ଼ି ବାହାରକୁ ଚାଲି ଆସିଥିଲେ।

କିଛି ସେକେଣ୍ଡ ପର୍ଯ୍ୟନ୍ତ ଏହି ଝଟକା ଅନୁଭବ ହୋଇଥିବା ବେଳେ କେତେକ ସ୍ଥାନରେ ଜିନିଷ ପତ୍ର ଦୋହଲିବା ମଧ୍ୟ ସିସିଟିଭ କ୍ୟାମେରାରେ କଏଦ ହୋଇଥିବା ଦେଖାଯାଇ ଥିଲା। ଗୋଟିଏ କିମ୍ବା ୨ଟି ନୁହେଁ ବରଂ ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହା ପୂର୍ବରୁ ଜାନୁଆରୀ ୫ତାରିଖରେ ଦିଲ୍ଲୀ ଏନସିଆରରେ ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଜମ୍ମୁ-କାଶ୍ମୀରରେ ବି ଏହାର ପ୍ରଭାବ ଅନୁଭବ ହୋଇଥିଲା । ଜାନୁଆରୀ ୫ତାରିଖରେ ହୋଇଥିବା ଭୂମୀକମ୍ପର ତୀବ୍ରତା ଥିଲା ୫.୯ ।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe