ପଶ୍ଚିମବଙ୍ଗ ମାଲଦାରେ ତାଣ୍ଡବ ରଚିଛି ବଜ୍ରପାତ। ପ୍ରବଳ ଝଡ଼ତୋଫାନ ସହ ପୃଥକ ପୃଥକ ସ୍ଥାନରେ ବଜ୍ରାଘାତ ଘଟି ୧୧ ଜଣଙ୍କ ଜୀବନ ଚାଲିଯାଇଛି। ସେମାନଙ୍କ ମଧ୍ୟରେ ୩ ଶିଶୁ ରହିଛନ୍ତି ।
ଗତକାଲି ଅପରାହ୍ନରେ ଆମ୍ବ ତୋଳିବାକୁ ଯାଇଥିବାବେଳେ ପୁରୁଣା ମାଲାଦା ସାହାପୁରରେ ୩ ଜଣ, ଅଦିନାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଇଂରେଜ ବଜାରସ୍ଥିତ ବୁଦ୍ଧିଆରେ ମଧ୍ୟ ୩ ଜଣ ପ୍ରାଣ ହରାଇଛନ୍ତି। ଏଭଳି ଭାବେ ସମୁଦାୟ ୧୧ ଜଣଙ୍କ ବଜ୍ରପାତରେ ପ୍ରାଣହାନୀ ହୋଇଛି। ବଜ୍ରପାତରେ ଆହୁରି ବହୁ ଲୋକ ଗୁରୁତର ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।
Also Read
ସ୍ଥାନୀୟ ପ୍ରଶାସନ ତରଫରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
କେମିତି ନାକ ଫୁଲ ଯୋଗୁ ଧରାପଡ଼ିଲେ ହତ୍ୟାକାରୀ?
ମହିଳା ଜଣଙ୍କ ନାକରେ ପିନ୍ଧିଥିବା ଗୋଟିଏ ସୁନା ପିନ୍ ବା ନାକ ଫୁଲ ସହାୟତାରେ ପୁଲିସ୍ ପୂରା ଘଟଣା ଉପରୁ ପରଦା ହଟାଇବାକୁ ସକ୍ଷମ ହୋଇଛି।

Health
ହୃଦ ରୋଗ ବୃଦ୍ଧି କରୁଛି ତମାଖୁ, ହଠାତ୍ ଚାଲି ଯାଉଛି ଜୀବନ
ଯୁବଗୋଷ୍ଠୀ ମଧ୍ୟ ହୃଦଘାତର ଶିକାର ହୋଇପାରନ୍ତି। ସୋଶାଲ ମିଡିଆରେ ନାଚିବା ବେଳେ, ଚାଲିବା ବେଳେ, ବସିବା ବେଳେ ହଠାତ୍ କେମିତି ଲୋକମାନେ ହୃଦଘାତର ଶିକାର ହେଉଛନ୍ତି, ତା’ର ଲକ୍ଷାଧିକ ଭିଡିଓ ଭାଇରାଲ ହେଉଛି। ୪୦ ବର୍ଷରୁ କମ ବୟସ୍କ କ୍ଷେତ୍ରରେ ହୃଦ ରୋଗ ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

National
ଝଡ଼ ବର୍ଷା ସାଙ୍ଗକୁ ମାରିଲା ବିଜୁଳି: ହଠାତ୍ ଚାଲିଗଲା ୮୦ ଜଣଙ୍କ ଜୀବନ
କିଛି ମିନିଟରେ ଉଜୁଡ଼ି ଗଲା ସବୁ କିଛି। ହଠାତ୍ ଝଡ଼ ବର୍ଷା ହେଲା ଓ ଘନଘନ ବିଜୁଳି ମାରିଲା।

National
ସେ ନିଜେ ସମସ୍ୟାକୁ ନିମନ୍ତ୍ରଣ କରିଥିଲେ: ଦୁଷ୍କର୍ମ ପୀଡ଼ିତାଙ୍କୁ କାହିଁକି ଏମିତି କହିଲେ ହାଇକୋର୍ଟ?
ପୀଡ଼ିତାଙ୍କ କହିବା କଥା ଯେ ସେ ତାଙ୍କର କିଛି ମହିଳା ବନ୍ଧୁଙ୍କ ସହ ଦିଲ୍ଲୀର ଗୋଟିଏ ବାରକୁ ଯାଇଥିବା ବେଳେ ଅଭଯୁକ୍ତଙ୍କ ସହ ତାଙ୍କର ଦେଖା ହୋଇଥିଲା।

National
୨୬/୧୧ ଆତଙ୍କୀ ହମଲା: ସେଦିନ କେମିତି ୨୦ ଜଣ ଗର୍ଭବତୀଙ୍କ ଜୀବନ ବଞ୍ଚାଇଥିଲେ ନର୍ସ ଅଞ୍ଜଳୀ?
ହମଲା ବେଳେ ନିଜ ଜୀବନକୁ ବାଜିରେ ଅନେକ ଲୋକ ଲଗାଇଥିଲେ। ସେମାନେ ଆତଙ୍କବାଦୀ ହମଲାକୁ ନିଜ ଆଖିରେ ଦେଖି ମଧ୍ୟ କର୍ତ୍ତବ୍ୟରେ ଅବହେଳା କରି ନଥିଲେ।