Advertisment

ପଶ୍ଚିମବଙ୍ଗରେ ତାଣ୍ଡବ ରଚିଲା ବଜ୍ରପାତ, ଚାଲିଗଲା ୧୧ ଜୀବନ

ପ୍ରବଳ ଝଡ଼ତୋଫାନ ସହ ପୃଥକ ପୃଥକ ସ୍ଥାନରେ ବଜ୍ରାଘାତ ଘଟି ୧୧ ଜଣଙ୍କ ଜୀବନ ଚାଲିଯାଇଛି। ସେମାନଙ୍କ ମଧ୍ୟରେ ୩  ଶିଶୁ ରହିଛନ୍ତି ।

Lightening

Lightening

Advertisment

ପଶ୍ଚିମବଙ୍ଗ ମାଲଦାରେ ତାଣ୍ଡବ ରଚିଛି ବଜ୍ରପାତ। ପ୍ରବଳ ଝଡ଼ତୋଫାନ ସହ ପୃଥକ ପୃଥକ ସ୍ଥାନରେ ବଜ୍ରାଘାତ ଘଟି ୧୧ ଜଣଙ୍କ ଜୀବନ ଚାଲିଯାଇଛି। ସେମାନଙ୍କ ମଧ୍ୟରେ ୩  ଶିଶୁ ରହିଛନ୍ତି ।

Advertisment

ଗତକାଲି ଅପରାହ୍ନରେ ଆମ୍ବ ତୋଳିବାକୁ ଯାଇଥିବାବେଳେ ପୁରୁଣା ମାଲାଦା ସାହାପୁରରେ ୩ ଜଣ, ଅଦିନାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଇଂରେଜ ବଜାରସ୍ଥିତ ବୁଦ୍ଧିଆରେ ମଧ୍ୟ ୩ ଜଣ ପ୍ରାଣ ହରାଇଛନ୍ତି। ଏଭଳି ଭାବେ ସମୁଦାୟ ୧୧ ଜଣଙ୍କ ବଜ୍ରପାତରେ ପ୍ରାଣହାନୀ ହୋଇଛି। ବଜ୍ରପାତରେ ଆହୁରି ବହୁ ଲୋକ ଗୁରୁତର ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

ସ୍ଥାନୀୟ ପ୍ରଶାସନ ତରଫରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

Advertisment
Lightening Lightening Death West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe