/odisha-reporter/media/post_attachments/uploadimage/library/16_9/16_9_0/Kavitha_1712921277.jpg)
Kavitha
ପ୍ରଥମ ଇଡି ଦ୍ୱାରା ଗିରଫ ହୋଇଇଥିବା ବିଆରଏସ୍ ନେତ୍ରୀ କେ କବିତାଙ୍କୁ ସିବିଆଇ ଗତକାଲି ବିଧିବଦ୍ଧ ଭାବେ ଗିରଫ କରିଛି। ଏବେ ସିବିଆଇ କବିତାଙ୍କୁ ରିମାଣ୍ଡରେ ନେଇଛି। ଏପ୍ରିଲ ୧୫ ଯାଏ ସିବିଆଇ ତାଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ପାଇଛି।
ଦିଲ୍ଲୀର ଗୋଟିଏ କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରିବା ବେଳେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ କବିତାଙ୍କ ସମ୍ପର୍କରେ ବଡ଼ ଦାବି କରିଛି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ୧୦୦ କୋଟିର ଲାଞ୍ଚ କାରବାର ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ କବିତାଙ୍କ ଭୂମିକା ଥିବା ତଦନ୍ତରୁ ଜଣାପଡ଼ିଛି।
ସିବିଆଇ ଅଭିଯୋଗ କରିଛି ଯେ ଦକ୍ଷିଣ ଭାରତର ଜଣେ ବଡ଼ ମଦ ବ୍ୟବସାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ଅଫିସରେ ଭେଟି ସମର୍ଥନ ମାଗିଥିଲେ। ଏହାପରେ କେଜ୍ରିୱାଲ ତାଙ୍କୁ କେ କବିତା ଯୋଗାଯୋଗ କରିବେ ବୋଲି କହିଥିଲେ।
ସିବିଆଇର କହିବା କଥା ୨୦୨୨ ମାର୍ଚ୍ଚ ୧୬ରେ କେଜ୍ରିୱାଲ ଓ ମଦ ବ୍ୟବସାୟୀଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ମଦ ବ୍ୟବସାୟୀ ସହାୟତା ମାଗିବାରୁ ଏହା ବଦଳରେ କେଜ୍ରିୱାଲ ଟଙ୍କା ମାଗିଥିଲେ। ଏଥିସହ କେ କବିତା ପୂରା ଘଟଣାରେ ତାଙ୍କୁ ଯୋଗାଯୋଗ କରିବେ ବୋଲି କହିଥିଲେ।
ଏକଥା ଶୁଣିବା ପରେ କୋର୍ଟ କେ କବିତାଙ୍କୁ ଏପ୍ରିଲ ୧୫ ଯାଏ ସିବିଆଇ ହେପାଜତକୁ ପଠାଇ ଦେଇଛନ୍ତି। ପୂର୍ବରୁ କବିତା ଇଡି ଦ୍ୱାରା ଗିରଫ ହୋଇ ତିହାର ଜେଲରେ ରହିଛନ୍ତି।
ସିବିଆଇ ଆହୁରି ଦାବି କରିଛି ଯେ କେ କବିତା ଉକ୍ତ ମଦ ବ୍ୟବସାୟୀଙ୍କୁ ପରବର୍ତ୍ତୀ ଅବସ୍ଥାରେ ଯୋଗା ଯୋଗ କରିବା ସହ ହାଇଦ୍ରାବାଦରେ ଦେଖା ହେବାକୁ ଡାକିଥିଲେ। ଏହି ସମୟରେ କବିତା ବ୍ୟବସାୟୀଙ୍କୁ କହିଥିଲେ ଯେ ୧୦୦ କୋଟି ଯୋଗାଡ଼ କରିବାକୁ ପଡ଼ିବ। ଏହା ମଧ୍ୟରୁ ୫୦ କୋଟି ବ୍ୟବସାୟୀ ଜଣଙ୍କ ଦେବେ।
ସାଉଥ ଗ୍ରୁପ ଠାରୁ ଘଟଣାର ଅନ୍ୟତମ ଅଭିଯୁକ୍ତ ବିଜୟ ନାଏର ୧୦୦ କୋଟି ଟଙ୍କା ଗ୍ରହଣ କରିଥିଲେ। ସାଉଥ ଗ୍ରୁପରେ କବିତାଙ୍କ ବ୍ୟତୀତ ଶରତ ରେଡ୍ଡୀ, ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀ ମଧ୍ୟ ରହିଛନ୍ତି। ଶରତ ଓ ମଙ୍ଗୁଟା ରାଜସାକ୍ଷୀ ବନି ଯିବାକୁ ସେମାନଙ୍କୁ ଜାମିନ ମିଳି ସାରିଛି।
ଗିରଫଦାରୀ ପୂର୍ବରୁ ସିବିଆଇ କବିତାଙ୍କୁ ତିହାର ଜେଲରେ ଜେରା କରିଥିଲା। କିନ୍ତୁ ସେ ଏଥିରେ ସହଯୋଗ କରୁ ନଥିବା ସିବିଆଥ କୋର୍ଟଙ୍କୁ ଜଣାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
