Advertisment

ସଞ୍ଜୟ ସିଂହଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ଇଡି

ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ସଞ୍ଜୟ ସିଂହଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି ଅକ୍ଟୋବର ୪ ତାରିଖରେ ଗିରଫ କରିଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
Sanjay Singh

Sanjay Singh

ବଢ଼ିଲା ଆପ୍‌ ନେତା ସଞ୍ଜୟ ସିଂହଙ୍କ ଅଡୁଆ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଚାର୍ଜଶିଟ୍‌ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସଞ୍ଜୟ ସିଂହଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଇଡି ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ୬୦ ପୃଷ୍ଠା ସମ୍ବଳିତ ଚାର୍ଜଶିଟ୍‌ ଦାଖଲ କରିଛି।

Advertisment

ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ସଞ୍ଜୟ ସିଂହଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି ଅକ୍ଟୋବର ୪ ତାରିଖରେ ଗିରଫ କରିଥିଲା। ଦିଲ୍ଲୀ ଅବକାରୀ ନୀତି ମାମଲାରେ ସଂଜୟ ସିଂ ଅର୍ଥ ହେରଫେର କରିଥିବା ନେଇ ହୋଇଥିବା ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା । ସେବେ ଠାରୁ ସେ ଜେଲରେ ଅଛନ୍ତି।

ଜାମିନ ପାଇଁ ସେ ରାୱଜ ଏଭିନ୍ୟୁ କୋର୍ଟ, ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆବେଦନ କରିସାରିଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଜାମିନ ମିଳିପାରି ନାହିଁ। ଏହି ଆପ୍‌ ନେତାଙ୍କ ଜାମିନ ଆବେଦନ ଉପରେ ଡିସେମ୍ବର ୬ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ଇଡିକୁ କୋର୍ଟ କହିଥିଲେ। ଏଥିପାଇଁ ଜଷ୍ଟିସ ନାଗପାଲ କେନ୍ଦ୍ରୀୟ ତଦନ୍ତ ସଂସ୍ଥାକୁ ନୋଟିସ୍‌ ମଧ୍ୟ ଜାରି କରିଥିଲେ। ତେବେ କୋର୍ଟର ଡେଡ୍‌ ଲାଇନ୍ ପୂରା ହେବା ପୂର୍ବରୁ ହିଁ ଇଡି ଆଜି ତା'ର ଚାର୍ଜଶିଟ୍‌ ଦାଖଲ କରିଛି।

Advertisment

ସଞ୍ଜୟ ସିଂହ ୮୨ ଲକ୍ଷ ଟଙ୍କା ଚାନ୍ଦା ନେଇଥିବା ନେଇ ଇଡି ତା' ଚାର୍ଜଶିଟ୍‌ରେ କହିଛି। ଏହି ମାମଲାରେ ଇଡି ତା'ର ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ମେ' ୨ ତାରିଖରେ ଜାରି କରିଥିଲା। ଏଥିରେ ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା। ତେବେ ଇଡି ତାଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇ ନଥିଲା।

ED Raid AAP Leader Sanjay Singh