Advertisment

କ୍ଷୀର ଟ୍ରକ୍‌ରେ କ୍ଷୀରର ନାଁ ଗନ୍ଧ ନ ଥିଲା; ବାହାରିଲା ୨୯୦ ପେଟି ମଦ

କ୍ଷୀର ଟ୍ରକ୍‌ରୁ ଗୋଟିଏ ବି ପ୍ୟାକେଟ କ୍ଷୀର ବାହାରି ନ ଥିବା ବେଳେ ୨୯୦ ପେଟି ମଦ ବାହାରିଲା। ଏପରି ଏକ ଘଟଣା ଇନ୍ଦୋର- ଅହମଦାବାଦ ରାଜରାସ୍ତାରେ ଗତକାଲି ଘଟିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।

Liquor

Liquor

Advertisment

କ୍ଷୀର ଟ୍ରକ୍‌ରେ କ୍ଷୀରର ନାଁ ଗନ୍ଧ ନ ଥିଲା। ଚାଲାଣ ହେଉଥିଲା ପେଟି ପେଟି ମଦ। ପୁଲିସ୍‌ ଚଢ଼ାଉ କରି ଯାହା ଦେଖିଲା ତାଜୁବ ହୋଇଗଲା। କାରଣ କ୍ଷୀର ଟ୍ରକ୍‌ରୁ ଗୋଟିଏ ବି ପ୍ୟାକେଟ କ୍ଷୀର ବାହାରି ନ ଥିବା ବେଳେ ୨୯୦ ପେଟି ମଦ ବାହାରିଲା। ଏପରି ଏକ ଘଟଣା ଇନ୍ଦୋର- ଅହମଦାବାଦ ରାଜରାସ୍ତାରେ ଗତକାଲି ଘଟିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।

Advertisment

ପୁଲିସ୍‌ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଜରାଟର ଏକ ପ୍ରମୁଖ ଡାଏରୀ ଫାର୍ମର ଟ୍ରକ୍‌ରେ ମଦ ଚାଲାଣ ହେଉଥିବା ନେଇ ପୂର୍ବରୁ ସୂଚନା ମିଳିଥିଲା। ଏହାପରେ ଉକ୍ତ ଟ୍ରକ୍‌କୁ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲୁ । ଗତକାଲି ଉକ୍ତ ଟ୍ରକ୍‌ଟି ହରିୟାଣାରୁ ମଧ୍ୟପ୍ରଦେଶ ଦେଇ ଗୁଜରାଟ ଯାଉଥିଲା। ଏ ନେଇ ସୂଚନା ପାଇ ନୋଗାଁବ ଥାନା ଅଧୀନରେ ଟ୍ରକ୍‌କୁ ଅଟକାଇଥିଲା।

ଏହାପରେ ଯାଞ୍ଚରୁ ଯାହା ମିଳିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲୁ। କାରଣ ଟ୍ରକ୍‌ରେ କ୍ଷୀରର ଚିହ୍ନବର୍ଣ୍ଣ ନ ଥିବା ବେଳେ ଥିଲା ୨୯୦ ପେଟି ମଦ। ଜବତ ମଦର ମୂଲ୍ୟ ୩୬. ୯୬ ଲକ୍ଷ ଟଙ୍କା ବୋଲି ପୁଲିସ୍‌ ଅଧିକାରୀଜଣକ କହିଛନ୍ତି।

Advertisment

ଏହି ମଦ ପେଟି ରଖିବା ପାଇଁ ଟ୍ରକ୍‌ରେ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ ହୋଇଥିଲା, ଯେପରି କାହାର ସନ୍ଦେହ ନ ହେବ । ଏହି ମାମଲାରେ ରାଜସ୍ଥାନ ଓ ହରିୟାଣାର ଜଣେ ଲେଖା ଯୁବକଙ୍କୁ ଗିରଫ କରାଯାଇଛି। ପୁଲିସ୍‌ ଟ୍ରକ୍‌ଟିକୁ ଜବତ କରି ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ପୁଲିସ୍‌ ଆଖିରେ ଧୂଳି ଦେଇ ଏପରି ଆଉ କେତେ ଟ୍ରକ୍‌ରେ ମଦ ଚାଲାଣ ହେଉଛି, କେବେଠୁ ଏହି ବେପାର ଆରମ୍ଭ ହେଲାଣି ତଥା ଆଉ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି ତାହାର ଖୋଳତାଡ଼ କରୁଛି ପୁଲିସ୍‌।

Liquor Thief Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe