Advertisment

ଆକାଉଣ୍ଟାଣ୍ଟଙ୍କ ଘରେ ଚଢ଼ାଉ, ୩ଶହ ପେଟି ମଦ ଜବତ

ସମ୍ପୃକ୍ତ ଆକାଉଣ୍ଟାଣ୍ଟଙ୍କ ଘରୁ ଗୋଟିଏ କି ଦୁଇଟି ନୁହେଁ ବାହାରିଲା ୩ଶହ ବୋତଲ ମଦ ।

author-image
Niharika Rout
Police Raid

Police Raid

ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଲିସ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉକୁ ଜୋରଦାର କରାଯାଉଛି। ଏହା ମଧ୍ୟରେ ଉତ୍ତରପ୍ରଦେଶର କାନପୁରରେ ଜଣେ ଆକାଉଣ୍ଟାଣ୍ଟଙ୍କ ଘରେ ଚଢ଼ାଉ ବେଳେ ପୁଲିସ୍‌ ଆଖି ଖୋସି ହୋଇଗଲା। କାରଣ ସମ୍ପୃକ୍ତ ଆକାଉଣ୍ଟାଣ୍ଟଙ୍କ ଘରୁ ଗୋଟିଏ କି ଦୁଇଟି ନୁହେଁ ବାହାରିଲା ୩ଶହ ବୋତଲ ମଦ । ଏହି ଘଟଣାରେ ସମ୍ପୃକ୍ତ ଆକାଉଣ୍ଟାଣ୍ଟଙ୍କୁ ବାନ୍ଧିଛି ପୁଲିସ୍‌।

Advertisment

ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ୍ ଗତ ରାତିରେ କାନପୁରରେ ରହୁଥିବା ଅଖିଳେଶ୍ୱର ନାମକ ଆକାଉଣ୍ଟାଣ୍ଟଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ତାଙ୍କ ଘରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ୩ଶହ ପେଟି ମଦ ଜବତ ହୋଇଛି। ତେବେ ଏହି ମଦ କ’ଣ ପାଇଁ ରଖା ଯାଇଥିଲା ଏଥିପାଇଁ କିଏ ଟଙ୍କା ଦେଇଥିଲା ତାହାର ଖୋଳତାଡ଼ ଚାଲିଛି।

ଏହି ଘଟଣାରେ ପୁଲିସ୍‌ ଅଖିଳେଶ୍ୱରଙ୍କୁ ଗିରଫ କରି ଗୁଡ଼ାଇତୁଡ଼ାଇ ପଚରାଉଚରା କରୁଛି। ଏଥିସହ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ବି ପତ୍ତା ଲଗାଉଛି ପୁଲିସ୍‌। ନିର୍ବାଚନ ସମୟରେ ଏପରି ଭାବେ ବିପୁଳ ପରିମାଣର ମଦ ଜବତ ପଛରେ ନିହାତି ଭାବେ କୌଣସି ରାଜନୈତିକ ଦଳର ହାତ ଥିବା ଆଲୋଚନା ହେଉଛି।

Advertisment
Uttar Pradesh Raid Police