Advertisment

ଲାଲୁଙ୍କ ଠାରୁ ରାହୁଲ ଗାନ୍ଧି: ପଦ ହରାଇଥିବା ସାଂସଦ ଓ ବିଧାୟକଙ୍କ ତାଲିକା ବେଶ ଲମ୍ବା

ପ୍ରଥମ ଥର ଯେ କୌଣସି ସାଂସଦ ଦେଶରେ ଦୋଷୀ ସାବ୍ୟସ୍ତ ହୋଇ ସଦସ୍ୟ ପଦ ହରାଇଛନ୍ତି, ତାହା ନୁହେଁ। ଏହି ତାଲିକା ବେଶ ଲମ୍ବା

ଅଦ୍ୟତନ ହୋଇଛି
Disqualified

Disqualified

Advertisment

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ପଦ ଆଜି ରଦ୍ଦ ହୋଇଯାଇଛି। ଏହାକୁ ନେଇ ରାଜନୀତିକ ତମ୍ବିତୋଫାନ ମଧ୍ୟ ଆରମ୍ଭ ହୋଇଛି। ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧି ଦୁଇ ବର୍ଷ ଜେଲ ଦଣ୍ଡ ପାଇବା ପରେ ଲୋକସଭା ସଚିବାଳୟ ତାଙ୍କ ସଦସ୍ୟ ପଦକୁ ରଦ୍ଦ କରି ଦେଇଛି।

Advertisment

ପ୍ରଥମ ଥରରେ ଯେ କୌଣସି ସାଂସଦ ଦେଶରେ ଦୋଷୀ ସାବ୍ୟସ୍ତ ହୋଇ ସଦସ୍ୟ ପଦ ହରାଇଛନ୍ତି, ତାହା ନୁହେଁ। ଏହି ତାଲିକା ବେଶ ଲମ୍ବା। ନିର୍ବାଚନ ଜିତିବା ପରେ ଅନେକ ବିଧାୟକ ଓ ସାଂସଦ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ସଦସ୍ୟ ପଦ ହରାଇବା ତାଲିକାରେ ଅନେକ ହେଭିୱେଟ ରହିଛନ୍ତି। ଲାଲୁ ପ୍ରସାଦ ଯାଦବଙ୍କ ଠାରୁ ଆରମ୍ଭ କରି ବିଜେପିର କୁଲଦୀପ ସେନଗ, ତାମିଲନାଡୁରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ମଧ୍ୟ ଏକଦା କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ପଦ ହରାଇଛି।

ପଦ ହରାଇଥିବା ନେତାଙ୍କ ତାଲିକା

୧- ଲାଲୁ ପ୍ରସାଦ ଯାଦବଙ୍କୁ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ୨୦୧୩ରେ ତାଙ୍କ ସଦସ୍ୟ ପଦ ରଦ୍ଦ ହୋଇଥିଲା

Advertisment

୨-ରଶିଦ ମାସୁଦ(କଂଗ୍ରେସର ରାଜ୍ୟସଭା ସାଂସଦ)- ୨୦୧୩ରେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପଦ ହରାଇଥିଲେ

୩- ବଜରଙ୍ଗ ବି ସିଂହ(ବିଜେପି ବିଧାୟକ)- ୨୦୧୫ରେ ଦ୍ୱୈତ ସ୍ୱାର୍ଥ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ

୪- ଅବଦୁଲ୍ଲା ଆଜମ(ସପା ବିଧାୟକ)- ୨୦୨୩ରେ ପୁଲିସ ଉପରେ ଆକ୍ରମଣ ଘଟଣାରେ ଦଣ୍ଡ ପାଇଛନ୍ତି

୫-ଆଜମ ଖାନ(ସପା ବିଧାୟକ)- ୨୦୨୨ରେ ହେଟସ୍ପିଚ ମାମଲାରେ ଦୋଷୀ ସାବ୍ୟସ୍ତ

୬- ବିକ୍ରମ ସୈନି(ବିଜେପି ବିଧାୟକ)- ୨୦୨୨ ମୁଜାଫରନଗର ଦଙ୍ଗା ମାମାଲାର ଦୋଷୀ

୭-ଖାବୁ ତିୱାରୀ(ବିଜେପି ବିଧାୟକ)- ୨୦୨୧ ମାର୍କଶିଟ୍‌ ଦୁର୍ନୀତି ମାମଲାର ଦୋଷୀ

୮-ଅଶୋକ ଚାଣ୍ଡେଲ(ବିଜେପି ବିଧାୟକ)- ୨୦୧୯ ମସିହାରେ ହତ୍ୟା ମାମଲାର ଦୋଷୀ ସାବ୍ୟସ୍ତ

୯- କୁଲଦୀପ ସେନଗର(ବିଜେପି ବିଧାୟକ)- ୨୦୧୯ରେ ଦୁଷ୍କର୍ମ ମାମଲାରେ ଦଣ୍ଡ ପାଇଛନ୍ତି

୧୦- ଜଗଦୀଶ ଶର୍ମା(ଆରଜେଡି ବିଧାୟକ)- ୨୦୧୩ରେ ଗୋ-ଖାଦ୍ୟ ଦୁର୍ନୀତି ମାମଲା

୧୧- ଅନୀଲ କୁମାର ସାହାଣୀ(ଆରଜେଡି ବିଧାୟକ)- ୨୦୨୨ରେ ଠକେଇ ମାମଲା

୧୨- ଅନନ୍ତ ସିଂହ(ଆରଜେଡି ବିଧାୟକ)- ୨୦୨୨ରେ ଆର୍ମସ ମାମଲା

୧୩- ରାଜ ବଲ୍ଲଭ ଯାଦବ(ଆରଜେଡି ବିଧାୟକ)- ୨୦୧୮ରେ ଦୁଷ୍କର୍ମ ମାମଲା

୧୪-ଇଲୟାସ ହୁସେନ(ଆରଜେଡି ବିଧାୟକ)- ୨୦୧୮ରେ ଦୁର୍ନୀତି ମାମଲା

୧୫- ପ୍ରଦୀପ ଚୌଧୁରୀ(କଂଗ୍ରେସ ବିଧାୟକ)- ୨୦୨୧ରେ ଦଙ୍ଗା ମାମଲା

୧୬- ଏ ରାଜା(ସିପିଏମ ବିଧାୟକ)- ୨୦୨୩ରେ ନିର୍ବାଚନରେ ହେରଫେର ମାମଲା

୧୭-ଜେ ଜୟଲଳିତା(ଏଆଇଏଡିଏମକେ ବିଧାୟକ)- ୨୦୦୦ରେ ଦୁର୍ନୀତି ମାମଲାରେ ପ୍ରଥମଥର ସଦସ୍ୟ ପଦ ହରାଇଥିଲେ

୧୮- ଜେ ଜୟଲଳିତା(ଏଆଇଏଡିଏମକେ ବିଧାୟକ)- ୨୦୧୪ରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୁଣି ସଦସ୍ୟ ପଦ ଯାଇଥିଲା

୧୯- ପି ବାଲାକ୍ରିଷ୍ଣା ରେଡ୍ଡୀ(ବିଜେପି ବିଧାୟକ)- ୨୦୧୯ରେ ପୋଡ଼ାଜଳା ମାମଲାରେ ଦୋଷୀ

୨୦- ସୁଭାଷ କାଲ୍ଲୁର(ବିଜେପି ବଧାୟକ)- ୨୦୨୨ରେ ନିର୍ବାଚନ ନିୟମ ଉଲ୍ଲଙ୍ଘନ ମାମଲା

୨୧-ଭାଟାଲ ନାଗାରାଜ(ସ୍ୱାଧୀନ ବିଧାୟକ)- ୧୯୭୩ରେ ନିର୍ବାଚନ ନିୟମ ଉଲ୍ଲଙ୍ଘନ ମାମଲା

Rahul Gandhi Lalu Prasad Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe