Advertisment

ବିଶ୍ୱର ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ତାଲିକା: ଭାରତର ସ୍ଥାନ କେଉଁଠି?

ତାଲିକାରେ ଭାରତ ୯୬ତମ ସ୍ଥାନରେ ରହିଛି। ଗତବର୍ଷ ତୁଳନାରେ ଭାରତ ଦୁର୍ନୀତି ରାଷ୍ଟ୍ର ତାଲିକାରେ ୩ଟି ସ୍ଥାନ ତଳକୁ ଖସିଛି। ଅର୍ଥାତ ଭାରତରେ ଦୁର୍ନୀତି ବଢ଼ିଛି।

author-image
Hemant Lenka
corruption

corruption

ଡେନମାର୍କ ହେଉଛି ବିଶ୍ୱର ସବୁଠାରୁ ସ୍ୱଚ୍ଛ ରାଷ୍ଟ୍ର। ଡେନମାର୍କ ପଛକୁ ଫିନଲ୍ୟାଣ୍ଡ, ସିଙ୍ଗାପୁର ଓ ନ୍ୟୁଜିଲ୍ୟାଣ୍ଡ ରହିଛନ୍ତି। ଦୁର୍ନୀତିର ଧାରଣା ପରିସଂଖ୍ୟକ(ସିପିଆଇ) ୨୦୨୪ରେ ଏପରି ତଥ୍ୟ ଦିଆଯାଇଛି। ବିଶ୍ୱସ୍ତରରେ ସର୍ବସାଧାରଣ ସ୍ଥାନ ବା ସରକାରୀ ଅଫିସରେ ହେଉଥିବା ଅନିୟମିତତାକୁ ଆଧାର କରି ଏପରି ତାଲିକା ପ୍ରକାଶ କରାଯାଇଛି। ତାଲିକାରେ ଭାରତ ୯୬ତମ ସ୍ଥାନରେ ରହିଛି। ଗତବର୍ଷ ତୁଳନାରେ ଭାରତ ଦୁର୍ନୀତି ରାଷ୍ଟ୍ର ତାଲିକାରେ ୩ଟି ସ୍ଥାନ ତଳକୁ ଖସିଛି। ଅର୍ଥାତ ଭାରତରେ ଦୁର୍ନୀତି ବଢ଼ିଛି। ୨୦୨୩ରେ ଭାରତ ତାଲିକାର ୯୩ତମ ସ୍ଥାନରେ ଥିଲା।

Advertisment

୧୮୦ ଦେଶରେ ସରକାରୀ ସ୍ତରରେ ହେଉଥିବା ଦୁର୍ନୀତିକୁ ବିଚାରକୁ ନେଇ ଏପରି ତାଲିକା ପ୍ରକାଶ କରାଯାଇଛି। ବିଭିନ୍ନ ବିଶେଷଜ୍ଞ ଓ ବ୍ୟବସାୟିକ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ମତାମତକୁ ଆଧାର କରି ଶୂନରୁ ୧୦୦ ପଏଣ୍ଟ ମଧ୍ୟ ରାଷ୍ଟ୍ରଗୁଡ଼ିକୁ ଦିଆଯାଇଛି। ଶୂନ ସବୁଠାରୁ ଦୁର୍ନୀତିଗ୍ରସ୍ତ ଓ ୧୦୦ ସବୁଠାରୁ ସ୍ୱଚ୍ଛ। ୨୦୨୪ ରିପୋର୍ଟରେ କୁହାଯାଇଛି ଯେ ଦୁର୍ନୀତି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସବୁଠାରୁ ବିପଦଜନକ ସମସ୍ୟା। କିନ୍ତୁ ଅନେକ ରାଷ୍ଟ୍ରରେ ଦୁର୍ନୀତିକୁ ରୋକିବା ପାଇଁ ପ୍ରୟାସ କରିବାରେ ଲାଗିଛନ୍ତି। 

ତାଲିକା ଅନୁସାରେ, ଭାରତର ମୋଟ ପଏଣ୍ଟ ୨୦୨୪ରେ ୩୮ ରହିଛି। ୨୦୨୩ରେ ୩୯ ଓ ୨୦୨୨ରେ ଏହା ୪୦ ଥିଲା। ଭାରତର ୨୦୨୩ରେ ତାଲିକାର ୯୩ତମ ସ୍ଥାନରେ ରହିଥିଲା। ଏହାର ଅର୍ଥ ପ୍ରତିବର୍ଷ ଭାରତରେ ଦୁର୍ନୀତି ବଢ଼ିବାରେ ଲାଗିଛି। ଭାରତର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ କଥା ବିଚାରକୁ ନେଲେ, କେବଳ ଚାଇନାକୁ ଛାଡ଼ି ଦେଲେ ବାକି ସମସ୍ତେ ନୂଆଦିଲ୍ଲୀ ତୁଳନାରେ ଅଧିକ ଦୁର୍ନୀତିଗ୍ରସ୍ତ। ପାକିସ୍ତାନ ତାଲିକାର ୧୩୫ତମ ସ୍ଥାନରେ ରହିଥିବା ବେଳେ ଶ୍ରୀଲଙ୍କା ୧୨୧ ଓ ବାଂଲାଦେଶର ୧୪୯ତମ ସ୍ଥାନରେ ଅଛି। ତାଲିକାରେ ଚାଇନା ୭୬ତମ ସ୍ଥାନରେ ରହିଛି। ଭାରତ ତୁଳନାରେ ଚାଇନରେ କମ ଦୁର୍ନୀତି ହେଉଛି।

Advertisment

ଅଧିକାଂଶ ରାଷ୍ଟ୍ର ଗୋଟିଏ ଦଶନ୍ଧି ମଧ୍ୟରେ ଏଥର ସବୁଠାରୁ ଖରାପ ପ୍ରଦର୍ଶନ କରିଛନ୍ତି। ଆମେରିକା, ଫ୍ରାନ୍ସ, ରୁଷ ଓ ଭେନଜୁଏଲା ଭଳି ରାଷ୍ଟ୍ରରେ ଦୁର୍ନୀତି ବଢ଼ିଛି। ଆମେରିକା ୬୯ ପଏଣ୍ଟରୁ ୬୫ରେ ପହଞ୍ଚିଛି। ତାଲିକାରେ ଆମେରିକା ୨୪ରୁ ୨୮ତମ ସ୍ଥାନକୁ ଖସି ଯାଇଛି। ଫ୍ରାନ୍ସ ୨୦ତମ ସ୍ଥାନରୁ ୨୫, ଜର୍ମାନୀ ୬ଟି ସ୍ଥାନ ହରାଇ ୧୫ତମ ରାଙ୍କରେ ପହଞ୍ଚିଛି। କାନାଡା ମଧ୍ୟ ୩ ସ୍ଥାନ ତଳକୁ ଖସି ଜର୍ମାନୀ ସହ ୧୫ତମ ସ୍ଥାନରେ ରହିଛି।

ନ୍ୟାୟପାଳିକା ବଡ଼ବଡ଼ ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହେବାରୁ ମେକ୍ସିକୋ ୫ ପଏଣ୍ଟ ହରାଇ ୨୬ରେ ପହଞ୍ଚିଛି। ବିଗତ କିଛି ବର୍ଷ ହେଲାଣି ରୁଷ ତଳକୁ ତଳ ଖସି ଚାଲିଛି। ୨୦୨୪ରେ ଦେଶ ୪ ପଏଣ୍ଟ ହରାଇ ୨୨ରେ ପହଞ୍ଚି ଯାଇଛି। ୟୁକ୍ରେନ ୩୫ ନମ୍ବରରେ ରହିଛି।

ବିଶ୍ୱର ସବୁଠାରୁ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ହେଉଛି ଦକ୍ଷିଣ ସୁଦାନ। ସୋମାଲିଆକୁ ହଟାଇ ଦକ୍ଷିଣ ସୁଦାନ ସବୁଠାରୁ ତଳେ ରହିଛି। ଦେଶ ପାଖରେ ମାତ୍ର ୮ ସ୍ୱଚ୍ଛ ପଏଣ୍ଟ ରହିଛି। ସୋମାଲିଆ ଦ୍ୱିତୀୟରେ ଥିବା ଭେନଜୁଏଲା ସ୍ଥାନ ତୃତୀୟରେ ରହିଛି। ୪ର୍ଥ ଓ ୫ମ ଦୁର୍ନୀତି ଗ୍ରସ୍ତ ରାଷ୍ଟ୍ର ହେଉଛନ୍ତି ୟେମେନ ଓ ଲିବ୍ୟା।

India Corruption