Advertisment

Live-in couple: ବେଙ୍ଗାଲୁରୁ ସ୍ଥିତ ଭଡ଼ା ଘରୁ ମିଳିଲା ଓଡ଼ିଆ ଲିଭ ଇନ ଦମ୍ପତିଙ୍କ ମୃତଦେହ

ଏହି ଲିଭ ଇନ ଦମ୍ପତି ଦକ୍ଷିଣ ବେଙ୍ଗାଲୁରୁର ଜିଗାନିରେ ଘର ଭଡ଼ା ନେଇ ବେଶ କିଛି ମାସ ହେଲା ରହୁଥିଲେ। ହେଲେ ସୋମବାର ସେମାନଙ୍କ ମୃତଦେହ ଘର ଭିତରୁ ମିଳିଥିବା ବେଳେ ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛି।

author-image
Hemant Lenka
Live-in-Couple

ସୀମା ଓ ରାକେଶ ନାୟକ (ଫାଇଲ ଫଟୋ)

ଓଡ଼ିଶା(Odisha)ରୁ ଯାଇ ବେଙ୍ଗାଲୁରୁ(Bengaluru)ରେ ରହୁଥିବା ଲିଭ ଇନ ଦମ୍ପତିଙ୍କ ମୃତଦେହ ସେମାନଙ୍କ ଭଡ଼ା ଘରୁ ମିଳିଛି। ଏହି ଲିଭ ଇନ ଦମ୍ପତି ଦକ୍ଷିଣ ବେଙ୍ଗାଲୁରୁର ଜିଗାନିରେ ଘର ଭଡ଼ା ନେଇ ବେଶ କିଛି ମାସ ହେଲା ରହୁଥିଲେ। ହେଲେ ସୋମବାର ସେମାନଙ୍କ ମୃତଦେହ ଘର ଭିତରୁ ମିଳିଥିବା ବେଳେ ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହରୁ ଲିଭ ଇନ ଦମ୍ପତି ଆତ୍ମହତ୍ୟା କରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। 

Advertisment

ମୃତ ଦୁଇ ଜଣେ ହେଲେ ୨୫ ବର୍ଷୀୟ ସୀମା ନାୟକ ଓ ୨୩ ବର୍ଷୀୟ ରାକେଶ ନାୟକ। ଉଭୟଙ୍କ ଘର ଓଡ଼ିଶାରେ। ରାକେଶ ବେଙ୍ଗାଲୁରୁରେ ଥିବା ଗୋଟିଏ ଘରୋଇ ସିକ୍ୟୁରିଟୀ ସିର୍ଭିସ ଫାର୍ମରେ କାମ କରୁଥିଲେ। ସେହିପରି ସୀମା ସ୍ଥାନୀୟ ଅଞ୍ଚଳରେ ଥିବା ଗୋଟିଏ ସୁପର ମାର୍କେଟରେ କାମ କରୁଥିଲେ।

ପୁଲିସ୍‌ର କହିବା କଥା ଯେ ପୂରା ଘଟଣା ଶନିବାର ଘଟିଥିଲା। କିନ୍ତୁ ସୋମବାର ଉଭୟଙ୍କ ମୃତଦେହ ସେମାନଙ୍କ ଘର ଭିତରୁ ମିଳିଛି। ସୀମା ଓ ରାକେଶଙ୍କ ଘରର କବାଟ ଦୁଇ ଦିନ ହେଲା ବନ୍ଦ ରହିଥିବା ବେଳେ ପଡ଼ୋଶୀମାନେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ଜାଣିବାକୁ ପାଇଥିଲେ।

Advertisment

ଏହାପରେ ସେମାନେ ଝରକା ପଟେ ଭିତରେ କ’ଣ ହୋଇଛି ବୋଲି ଜାଣିବାକୁ ଚେଷ୍ଟା କରିବା ବେଳେ ଦମ୍ପତିଙ୍କ ମୃତଦେହ ଘର ଭିତରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ସୀମା ଓ ରାକେଶଙ୍କ ମୃତଦେହକୁ ଜବତ କରିଥିଲା। 

ରାକେଶ ନିୟମିତ ମଦ ପିଉଥିବାରୁ ଏହାକୁ ନେଇ ସୀମାଙ୍କ ସହ ତାଙ୍କର ପାଟିତୁଣ୍ଡ ହେଉଥିଲା। ସୀମା ଓ ରାକେଶଙ୍କ ସହ ଜଣେ ବନ୍ଧୁ ମଧ୍ୟ ରହୁଥିଲେ। କିନ୍ତୁ ସୀମା ଓ ରାକେଶଙ୍କ ଝଗଡ଼ା ଯୋଗୁ ସେ ଶୁକ୍ରବାର ଠାରୁ ଘରୁ ଚାଲି ଯାଇଥିଲେ। ପାରିବାରିକ କଳହ ଯୋଗୁ ରାକେଶ ପ୍ରଥମେ ଜୀବନ ହାରିଥିଲେ। ଏହାପରେ ସୀମା ମଧ୍ୟ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ୍‌ ସନ୍ଦେହ କରୁଛି। 

ଜିଗାନି ପୁଲିସ୍‌ ଗୋଟିଏ ମାମଲା ରୁଜୁ କରିବା ସହ ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। 

Odisha Bengaluru