Advertisment

ସ୍ୱାସ୍ଥ୍ୟରେ ଉନ୍ନତି ପରେ ମେଡିକାଲରୁ ଡିସଚାର୍ଜ ହେଲେ ଆଡଭାନୀ

ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗତ ଡିସେମ୍ବର ୧୨ ତାରିଖରେ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୪ ଦିନର ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି।

Lal Krishna Advani (File Photo)

Lal Krishna Advani (File Photo)

Advertisment

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୂର୍ବ ଅପେକ୍ଷା ବର୍ତ୍ତମାନ ଭଲ ଅଛି। ସ୍ୱାସ୍ଥ୍ୟରେ ଉନ୍ନତି ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଗତ ଡିସେମ୍ବର ୧୨ ତାରିଖରେ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଆଇସିୟୁରେ ନ୍ୟୁରୋଲୋଜିଷ୍ଟ ଡାକ୍ତର ଭିନିତ ସୁରୀଙ୍କ ତତ୍ତ୍ୱାବଧାନରେ ଆଡଭାନୀଙ୍କର ଚିକିତ୍ସା ଚାଲିଥିଲା। ୧୪ ଦିନର ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି।

Advertisment

ବିଭିନ୍ନ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଆଡଭାନୀଙ୍କୁ ଚଳିତ ବର୍ଷ ଅଗଷ୍ଟ ମାସରେ ମଧ୍ୟ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ମଧ୍ୟ ସେ ନ୍ୟୁରୋଲୋଜିଷ୍ଟ ଡାକ୍ତର ଭିନିତ ସୁରୀଙ୍କ ତତ୍ତ୍ୱାବଧାନରେ ଥିଲେ। ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଏହାର ଏକ ମାସ ପୂର୍ବରୁ, ଜୁନ୍ ୨୬ ରାତିରେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସର ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଡକ୍ଟର ଅମଲେଶ ସେଠଙ୍କ ତତ୍ତ୍ୱାବଧାନରେ ଏମ୍ସରେ ଚିକିତ୍ସା କରାଯାଇ ପରଦିନ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ, ୯୭ ବର୍ଷୀୟ ଲାଲକୃଷ୍ଣ ଆଡଭାନୀଙ୍କୁ ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭରତ ରତ୍ନ ପ୍ରଦାନ କରିଛନ୍ତି। ଆଡଭାନୀ ୧୯୨୭ ମସିହା ନଭେମ୍ବର ୮ ତାରିଖରେ ଅବିଭକ୍ତ ଭାରତର କରାଚିରେ ଜନ୍ମଗ୍ରହଣ କରିଥିଲେ (ଯାହା ବର୍ତ୍ତମାନର ପାକିସ୍ତାନରେ ଅଛି)। ସେ ୧୯୪୨ରେ ସ୍ୱୟଂ ସେବକ ଭାବରେ ଆରଏସଏସରେ ଯୋଗ ଦେଇଥିଲେ। ୧୯୮୬ରୁ ୧୯୯୦ ପର୍ଯ୍ୟନ୍ତ, ପୁଣି ୧୯୯୩ରୁ ୧୯୯୮ ଏବଂ ୨୦୦୪ ରୁ ୨୦୦୫ ପର୍ଯ୍ୟନ୍ତ ଆଡଭାନୀ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ। ତେବେ ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିଲେ ହେଁ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

Advertisment
LK Advani Lal Krishna Advani LK Advani Health
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe