Advertisment

ବାୟା କଲା ମଦ ବୋତଲ; ପୁଲିସ୍‌ ଆଖି ସାମନାରୁ ବୋହିନେଲେ

ପୁଲିସ୍‌ ମଦ ବୋତଲଗୁଡ଼ିକୁ ନଷ୍ଟ କରିବାକୁ ଯାଉଥିବା ବେଳେ ମାଡ଼ି ଆସିଲା ଭିଡ଼ । ଆଉ ଭିଡ଼ରେ ଥିବା ଲୋକେ ପୁଲିସ୍‌ ଡର ଛାଡ଼ି ନିଜ ସାଧ୍ୟମତେ ମଦ ବୋତଲ ବୋହି ନେଲେ।

author-image
Niharika Rout
Liquor Bottol

Liquor Bottol

ବାୟା କଲା ମଦ ବୋତଲ । ପୁଳା ପୁଳା ମଦ ବୋତଲ ଦେଖି ସବୁକିଛି ଭୁଲିଗଲେ ଲୋକେ। ପାଖରେ ପୁଲିସ୍‌ ଜଗିଥିବା ବେଳେ ବି ଆଉ ତାହାକୁ ଖାତିର କଲେନି। ପୁଲିସ୍‌ ମଦ ବୋତଲଗୁଡ଼ିକୁ ନଷ୍ଟ କରିବାକୁ ଯାଉଥିବା ବେଳେ ମାଡ଼ି ଆସିଲା ଭିଡ଼ । ଆଉ ଭିଡ଼ରେ ଥିବା ଲୋକେ ପୁଲିସ୍‌ ଡର ଛାଡ଼ି ନିଜ ସାଧ୍ୟମତେ ମଦ ବୋତଲ ବୋହି ନେଲେ। ଏପରି ଏକ ଅଜବ ଘଟଣା ଆନ୍ଧପ୍ରଦେଶର ଗୁଣ୍ଟରରେ ଘଟିଛି।

Advertisment

ଗୁଣ୍ଟର ପୁଲିସ୍‌ ବିଭିନ୍ନ ମାମଲାରେ ପ୍ରାୟ ୫୦ ଲକ୍ଷ ଟଙ୍କାର ମଦ ବୋତଲ ଜବତ କରିଥିଲା। ଏହାପରେ ଉକ୍ତ ମଦ ବୋତଲଗୁଡ଼ିକୁ ଏକାଠି ରଖି ତାହାକୁ ନଷ୍ଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୁଲିସ୍‌ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଉକ୍ତ ମଦ ବୋତଲଗୁଡ଼ିକ ଉପରେ ବୁଲଡୋଜର ଚଢା ଯାଉଥିବା ବେଳେ ହଠାତ୍‌ ମାଡ଼ି ଆସିଲା ଭିଡ଼ ।

ଭିଡ଼ରେ ଥିବା ସ୍ଥାନୀୟ ଲୋକେ ମଦ ବୋତଲ ବୋହିନେବାକୁ ନିଜ ପାରୁ ପର୍ଯ୍ୟନ୍ତ ଚେଷ୍ଟା କଲେ। ଏହାଦେଖି ପୁଲିସ୍‌ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଲୋକଙ୍କୁ କିନ୍ତୁ ମଦ ବୋତଲ ଲୋଭ ବାୟା କରିଥିଲା।

Advertisment

ଫଳରେ ପୁଲିସ୍‌ର ନାଲି ଆଖି ଓ ପାହାରକୁ ଖାତିର ନ କରି ବହୁ ଲୋକ ମଦ ବୋତଲ ଧରି ପାର୍‌ ହୋଇଗଲେ। ପୁଲିସ୍‌ ଆଖି ଆଗରୁ ଲୋକେ ବୋହିନେଲେ ମଦ ବୋତଲ । ଏପରି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Andhra Pradesh Toxic Liquor