Advertisment

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବନ୍ଦେ ଭାରତ ଏକ୍ସପ୍ରେସ, ବଞ୍ଚାଇ ଦେଲେ ଲୋକୋ ପାଇଲଟ

ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସକୁ ଗତ ସେପ୍ଟେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଯୋଗେ ଶୁଭାରମ୍ଭ କରିଥିଲେ।

author-image
Jitendra Garnayak
Vande Bharat Express

Vande Bharat Express

ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ରାଜସ୍ଥାନରେ ଚାଲୁଥିବା ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ।

Advertisment

ଟ୍ରେନ୍‌ଟି ଜୟପୁର ଅଭିମୁଖେ ଯାଉଥିବା ବେଳେ ସକାଳ ପ୍ରାୟ ୯ଟା ୫୫ ମିନିଟ୍‌ରେ ଚିତ୍ତୋରଗଡ଼ ନିକଟରେ ରେଳଧାରଣାରେ ବଡ଼ ବଡ଼ ପଥର, ଇଟା ଓ ଲୁହା ରଡ୍‌ ରଖାଯାଇଥିବା ଦେଖିବାକୁ ପାଇଥିଲେ ଲୋକୋ ପାଇଲଟ। ଏହା ଦେଖି ସେ ତୁରନ୍ତ ଏବର୍ଜେନ୍ସୀ ବ୍ରେକ୍ ମାରିଥିଲେ। ଫଳରେ ଟ୍ରେନ୍ ଅଟକି ଯାଇଥିଲା।

ରେଳ ଧାରଣରେ ପଥର, ଇଟା ଓ ଲୁହା ରଡ୍ ଥିବା କଥା ଡ୍ରାଇଭରଙ୍କ ନଜରକୁ ଆସି ନଥିଲେ ଟ୍ରେନ୍ ଲାଇନଚ୍ୟୁତ୍ ହେବାର ଆଶଙ୍କା ରହିଥିଲା। ଦୁଇଟି ଲୁହା ରଡ୍‌ଟିକୁ ଫିସ୍ ପ୍ଲେଟ୍‌ ମଧ୍ୟରେ ବା ଜଏଣ୍ଟ ସ୍ଥାନରେ ଭର୍ତ୍ତି କରି ରଖାଯାଇଥିଲା। ଲୁହା ରଡ୍‌ ଦୁଇଟିର ଲମ୍ବ ପ୍ରାୟ ଏକ ଫୁଟ ଥିଲା।

Advertisment
Stoneରେଳ ଧାରଣା ଉପରେ ପଥର ଓ ଲୁହା ରଡ୍

ଟ୍ରେନ୍ ଅଟକିବା ପରେ ରେଳ ଧାରଣାରୁ ପଥର ଓ ଲୁହା ରଡ୍ ହଟା ଯାଇଥିଲା। ଘଟଣା ସମ୍ପର୍କରେ ଲୋକୋ ପାଇଲଟ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଇଥିଲେ। ଏହା ପରେ ଘଟଣାସ୍ଥଳକୁ ଆରପିଏଫ୍ ଓ ଜିଆରପି କର୍ମଚାରୀ ଯାଇଥିଲେ। ରେଳ ଧାରଣାରେ ଆଉ କୌଣସି ଅବରୋଧ ନଥିବା ସୁନିଶ୍ଚିତ କରାଯିବା ପରେ ଲୋକୋ ପାଇଲଟ ଟ୍ରେନ୍‌କୁ ଆଗକୁ ନେଇଥିଲେ।

ରେଳବାଇ ପକ୍ଷରୁ କୁହାଯାଇଛି ଯେ ଏହି ଘଟଣା ନେଇ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଯେଉଁମାନଙ୍କ ଏଥିରେ ସମ୍ପୃକ୍ତି ଥିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସକୁ ଗତ ସେପ୍ଟେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଯୋଗେ ଶୁଭାରମ୍ଭ କରିଥିଲେ।

Vande Bharat Express