Advertisment

ପୁଣି ଥରେ ଟ୍ରେନ୍‌ ଦୁର୍ଘଟଣାର ଷଡଯନ୍ତ୍ର, ଟ୍ରାକ୍‌ରେ ପଡ଼ିଥିଲା ଗଦା ଗଦା ମାଟି

ଟ୍ରାକ୍‌ରେ ପଡ଼ିଥିଲା ଗଦା ଗଦା ମାଟି। ମାଟି ଏତେ ପଡ଼ିଥିଲା ଯେ ଟ୍ରାକ୍‌ର ଚିହ୍ନବର୍ଣ୍ଣ ବି ଦେଖା ଯାଉ ନ ଥିଲା। ଏପରି ସମୟରେ ଉକ୍ତ ଟ୍ରାକ୍‌ରେ ଯାଉଥିବା ଏକ ଟ୍ରେନ୍‌ଟି ହଠାତ୍‌ ବ୍ରେକ୍‌ ମାରିଥିଲା।

Railway Track

Railway Track

Advertisment

ଟ୍ରାକ୍‌ରେ ପଡ଼ିଥିଲା ଗଦା ଗଦା ମାଟି। ମାଟି ଏତେ ପଡ଼ିଥିଲା ଯେ ଟ୍ରାକ୍‌ର ଚିହ୍ନବର୍ଣ୍ଣ ବି ଦେଖା ଯାଉ ନ ଥିଲା। ଏପରି ସମୟରେ ଉକ୍ତ ଟ୍ରାକ୍‌ରେ ଯାଉଥିବା ଏକ ଟ୍ରେନ୍‌ଟି ହଠାତ୍‌ ବ୍ରେକ୍‌ ମାରିଥିଲା। ଫଳରେ ଏକ ନିଶ୍ଚିତ ଦୁର୍ଘଟଣା ଟଳି ଯାଇଛି। ଏପରି ଏକ ଘଟଣା ଗତ ରାତିରେ ଉତ୍ତରପ୍ରଦେଶର ରାୟବରେଲିରେ ଘଟିଛି।

Advertisment

ରାୟବରେଲି ଜିଲ୍ଲାର ରଘୁରାଜ ସିଂହ ରେଲୱେ ଷ୍ଟେଶନ ନିକଟ ଟ୍ରାକ୍‌ରେ ଗତ ରାତିରେ ଟ୍ରାକ୍‌ରେ ମାଟି ଗଦା ହୋଇଥିଲା। ଉକ୍ତ ଟ୍ରାକ୍‌ ଦେଇ ଯାଉଥିବା ରାୟବରେଲି ରଘୁରାଜପୁର ଶଟଲ ଟ୍ରେନ୍‌ ଚାଳକ ଏହା ଦେଖି ଏମରଜେନ୍ସି ବ୍ରେକ୍‌ ମାରିଥିଲେ। ଫଳରେ ଟ୍ରେନ୍‌ଟି ଅଟକି ଯାଇଥିଲା।

ଏହାପରେ ତୁରନ୍ତ ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍‌ରୁ ମାଟି ସଫା କରାଯିବା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା।

Advertisment

ପ୍ରତ୍ୟକ୍ଷଦର୍ଶୀୟଙ୍କ ସୂଚନା ଅନୁଯାୟୀ, ନିକଟରେ ରାସ୍ତା ନିର୍ମାଣ କାମ ଚାଲୁ ରହିଛି। ତେଣୁ ଗାଡ଼ିରେ ମାଟି ବୁହା ଯାଉଛି। ଗତ ସନ୍ଧ୍ୟାରେ ଏକ ଡମ୍ଫର ମାଟି ବୋଝେଇ କରି ଆଣି ଟ୍ରାକ୍‌ରେ ପକାଇ ଦେଇଥିଲା। ଏହାପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ଡମ୍ପର ଚାଳକଙ୍କୁ ଖୋଜୁଛି।

ଗତ କିଛି ଦିନ ହେବ ଟ୍ରାକ୍‌ରେ ବିଭିନ୍ନ ଜିନିଷ ପକାଇ ଦୁର୍ଘଟଣାର ଷଡଯନ୍ତ୍ର ରଚିବା ଘଟଣା ସାମନାକୁ ଆସୁଛି। କେତେବେଳେ ଟ୍ରାକ୍‌ରୁ ଲୁହା ପ୍ଲେଟ, ତ କେତେବେଳେ ଗ୍ୟାସ୍‌ ସିଲିଣ୍ଡର, କେତେବେଳେ ବଡ଼ବଡ଼ ସିମେଣ୍ଟ ଖଣ୍ଡ ମିଳୁଛି। ତେବେ ଏହା ପଛରେ କିଏ ଅଛି ଓ କାହିଁକି ଏପରି ଷଡଯନ୍ତ୍ର ରଚୁଛି ତାହାର ପର୍ଦ୍ଦାଫାସ ହୋଇପାରୁନି।

Train Derail Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe