Advertisment

Lok Sabha: ଲୋକସଭା ମୁଲତବୀ, ଭାଷଣ ଦେଇପାରିଲେନି ପ୍ରଧାନମନ୍ତ୍ରୀ

ଗୃହ କାର୍ଯ୍ୟ ସ୍ୱାଭାବିକ ସ୍ଥିତିକୁ ଆସି ନ ପାରିବାରୁ ଲୋକସଭାକୁ ମୁଲତବୀ ଘୋଷଣା କରାଯାଇଛି। ଆସନ୍ତାକାଲି ଦିନ ୧୧ଟା ଯାଏ ଲୋକସଭାକୁ ମୁଲତବୀ ଘୋଷଣା କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଆଜି ଭାଷଣ ଦେଇ ପାରି ନାହାନ୍ତି।

Lok-savha

ଲୋକସଭା

Advertisment

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ଲୋକସଭା(Lok Sabha)କୁ ସମ୍ବୋଧନ କରିପାରି ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଅପରାହ୍ନ ୫ଟାରେ ପ୍ରଧାନମନ୍ତ୍ରୀ ମୋଦି ଲୋକସଭାକୁ ସମ୍ବୋଧନ କରିବାର ଥିଲା।

Advertisment

ହେଲେ ଏହାର ଠିକ ପୂର୍ବରୁ ବିରୋଧୀ ଦଳର ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଗୃହ କାର୍ଯ୍ୟ ସ୍ୱାଭାବିକ ସ୍ଥିତିକୁ ଆସି ନ ପାରିବାରୁ ଲୋକସଭାକୁ ମୁଲତବୀ ଘୋଷଣା କରାଯାଇଛି। ଆସନ୍ତାକାଲି ଦିନ ୧୧ଟା ଯାଏ ଲୋକସଭାକୁ ମୁଲତବୀ ଘୋଷଣା କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଆଜି ଭାଷଣ ଦେଇ ପାରି ନାହାନ୍ତି। 

ପ୍ରଧାନମନ୍ତ୍ରୀ ମୋଦି ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ (Motion of Thanks)ର ଜବାବ ଦେବା ପାଇଁ ୫ଟାର ସମୟ ନିର୍ଧାରିତ ଥିଲା। କିନ୍ତୁ ବଜେଟ୍ ଅଧିବେଶନର ଏହି ସମୟରେ ବିରୋଧୀ ଦଳଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ହଙ୍ଗାମା କରିଥିଲେ। ବିଶେଷ କରି ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ୍ ଏମ୍‌ଏମ୍ ନରଭାଣେଙ୍କ ଅପ୍ରକାଶିତ ଆତ୍ମଜୀବନୀ (ମେମୋଇର)ରୁ ଉଦ୍ଧୃତି ହୋଇଥିବା ଚାଇନା ସହ ଲଦାଖ ସୀମା ବିବାଦ ପ୍ରସଙ୍ଗ ରାହୁଲ ଗାନ୍ଧି ଉଠାଇବାକୁ ଚେଷ୍ଟା କରିଥିଲେ।

Advertisment

ସୋମବାର ଠାରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏ ପ୍ରସଙ୍ଗରେ କହିବାକୁ ଚାହୁଁଥିଲେ ହେଁ ତାଙ୍କୁ ଗୃହରେ ଅନୁମତି ମିଳୁନାହିଁ। ସେହିପରି ଭାରତ-ଆମେରିକା ବାଣିଜ୍ୟ ଡିଲ ସମ୍ପର୍କରେ ମଧ୍ୟ ବିରୋଧୀ ବିତର୍କ ଚାହୁଁଛନ୍ତି। ଏହାକୁ ନେଇ ଆଜି ଦିନ ତମାମ ବିରୋଧୀଙ୍କ ନାରାବାଜୀ ଦେଖିବାକୁ ମିଳିଥିଲା। 

ମଙ୍ଗଳବାର ଗୃହରେ ବିଶୃଙ୍ଖଳା ଆଚରଣ ପାଇଁ ବାଚସ୍ପତି ୮ ଜଣ କଂଗ୍ରେସ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିଥିଲେ। ଏହାକୁ ମଧ୍ୟ ଆଜି କଂଗ୍ରେସ ପ୍ରସଙ୍ଗ କରି ବିକ୍ଷୋଭ କରିଥିଲା। ଏଥିଯୋଗୁ ଆଜି ସଦନ ବାରମ୍ବାର ସ୍ଥଗିତ ହୋଇଥିଲା। ଶେଷରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପୂର୍ବରୁ ହିଁ ଗୃହ କାର୍ଯ୍ୟକୁ ଆସନ୍ତାକାଲି ଯାଏ ମୁଲତବୀ କରି ଦିଆଯାଇଛି। 

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଜବାବ ରଖିବେ ବୋଲି ଜଣାପଡ଼ିଛି। ତେବେ ଏନେଇ ବିଧିବଦ୍ଧ ସୂଚନା ମିଳି ନାହିଁ। 

Lok Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe