Advertisment

ଟିଭି ଓ ଖବର କାଗଜରେ ଅପରାଧିକ ରେକର୍ଡ ଦେବେ ଦାଗୀ ନେତା

ଥରେ କିମ୍ବା ଦୁଇ ଥର ନୁହେଁ ୩ଥର ନିଜ ଅପରାଧିକ ବିବରଣୀ ଦେବେ ଦାଗୀ ନେତା।

author-image
Madhupriya Mistry
ଅଦ୍ୟତନ ହୋଇଛି
candidates-with-criminal-record

candidates-with-criminal-record

ସାଧାରଣ ନିର୍ବାଚନ ପାଇଁ ବାଜିଲା ବିଗୁଲ। ଦେଶର ୭ଟି ପର୍ଯ୍ୟାୟରେ ପଡିବ ଭୋଟ। ତେବେ ଏଥର ପ୍ରାର୍ଥୀଙ୍କ ପାଇଁ ହୋଇଛି ନୂଆ ନିୟମ। ଦାଗୀ ନେତାମାନେ ଟିଭି ଓ ଖବର କାଗଜରେ ଦେବେ ନିଜ ନିଜ ଅପରାଧିକ ରେକର୍ଡ। ବିଜ୍ଞାପନ ଜରିଆରେ ନିଜର ଅପରାଧିକ ରେକର୍ଡ ଦେଖାଇବେ। ତେବେ ଥରେ କିମ୍ବା ଦୁଇଥର ନୁହେଁ ୩ଥର ନିଜ ଅପରାଧିକ ବିବରଣୀ ଦେବେ ଦାଗୀ ନେତା। ଏଭଳି କିଛି ଆଜି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।

Advertisment

ଅପରାଧିକ ମାମଲା ଥିଲେ ପ୍ରାର୍ଥୀମାନେ ବିଜ୍ଞାପନ ଜରିଆରେ ଜଣାଇବେ। ଖବର କାଗଜ ଓ ଟିଭିରେ ୩ଥର ନିଜ ଅପରାଧ ବିବରଣୀ ଦେବେ। ରାଜନୈତିକ ଦଳ ମଧ୍ୟ ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିବେ। ନିଜର କେତେ ଜଣ ଏଭଳି ଦାଗୀ ନେତା ଅଛନ୍ତି, କାହିଁକି ଏଭଳି ପ୍ରାର୍ଥୀଙ୍କୁ ଟିକେଟ୍‌ ଦିଆଗଲା ସେ ନେଇ ରାଜନୈତିକ ଦଳମାନେ ନିଜ ନିଜ କାରଣ ମଧ୍ୟ ଦର୍ଶାଇବେ।

ସାରା ଦେଶରେ କେବେ ହେବ ନିର୍ବାଚନ ସେ ନେଇ ଆଜି ମୁଖ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟରେ ୧୯ ଏପ୍ରିଲରେ ଭୋଟ ପଡିବ। ସେହିପରି ୨୬ ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ, ମେ' ୭ରେ ତୃତୀୟ ପର୍ଯ୍ୟାୟ, ମେ' ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ' ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ' ୨୫ରେ ଷଷ୍ଠ ପର୍ଯ୍ୟାୟ ଓ ଜୁନ ୧ ତାରିଖ ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ହେବ। ସେହିପରି ଜୁନ୍‌ ୪ ତାରିଖରେ ଫଳାଫଳ ଘୋଷଣା ହେବ।

Advertisment
Model Code Of Conduct Loksabha Election 2024 Election Commission