Advertisment

୪୫ ହଜାର ଭୋଟ୍‌ରେ ରାଜ ବବ୍ବର୍‌ ଆଗୁଆ

ବିଜେପିର କେନ୍ଦ୍ର ମନ୍ତ୍ରୀ ରାଓ ଇନ୍ଦ୍ରଜୀତ ସିଂହଙ୍କୁ ପଛରେ ପକାଇଛନ୍ତି ରାଜ ବବ୍ବର୍‌।

author-image
Madhupriya Mistry
raj babbar

raj babbar

ହରିଆଣାର ଗୁରୁଗ୍ରାମ ଲୋକସଭା ଆସନରେ ବେଶ ରୋମାଞ୍ଚକର ହୋଇଛି ସ୍ଥିତି। ବିଜେପିର କେନ୍ଦ୍ର ମନ୍ତ୍ରୀ ରାଓ ଇନ୍ଦ୍ରଜୀତ ସିଂହଙ୍କୁ ପଛରେ ପକାଇ ଢ଼େର୍‌ ଆଗରେ ଅଛନ୍ତି କଂଗ୍ରେସ୍‌ ନେତା ରାଜ ବବ୍ବର୍‌। ଗୁରୁଗ୍ରାମରୁ ୪୩ ହଜାର ଭୋଟ୍‌ରେ ଆଗୁଆ ଅଛନ୍ତି ବଲିଉଡ ଅଭିନେତା ରଜ୍‌ ବବ୍ବର।

Advertisment

ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ଥିବା ଜାଣି ରାଜ ବବ୍ବର ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଈଶ୍ୱରଙ୍କ କୃପାରୁ କଂଗ୍ରେସର ବିଜୟୀ ହେବ। ସେ ନୁହେଁ ବରଂ ଗୁରୁଗ୍ରାମର ଜନତା ଆଗେଇ ଚାଲିଛନ୍ତି ବୋଲି ସେ କହିଛନ୍ତି।  

ହରିୟାଣାର ସାତୋଟି ଆସନରେ କଂଗ୍ରେସ ଆଗୁଆ ରହିଛି। କଂଗ୍ରେସ ଅମ୍ବାଲାରେ ୨୧୪୧୭ ଭୋଟରେ, ରୋହତକରେ କଂଗ୍ରେସ ୩୨୨୫୨ ଭୋଟରେ, ସିରସାରେ କଂଗ୍ରେସ ୩୫୦୮୪ ଭୋଟରେ, ସୋନିପତରେ କଂଗ୍ରେସ ୩୨୭୭ ଭୋଟରେ ଏବଂ ଗୁଡଗାଓଁରେ କଂଗ୍ରେସ ୨୦୯୫୭ ଭୋଟରେ ଆଗୁଆ ରହିଛି।

Advertisment
LokSabha Election Results 2024 Haryana Election Poll