Advertisment

ନିଆରା ଢ଼ଙ୍ଗରେ ପ୍ରଚାର, ସେଲୁନ୍‌ ଭିତରେ ଦାଢ଼ି କାଟିଲେ ପ୍ରାର୍ଥୀ

ସେଲୁନ ଭିତରେ ଜଣେ ବ୍ୟକ୍ତିଙ୍କ ଦାଢ଼ି କାଟିବା ପରେ ତାଙ୍କୁ ହାତ ଯୋଡ଼ି ଭୋଟ ମାଗିଛନ୍ତି ଜଣେ ସ୍ୱାଧୀନ ପ୍ରାର୍ଥୀ।

election-campaign

election-campaign

Advertisment

ନିର୍ବାଚନ ଆସିଲେ, ରାଜନେତାଙ୍କ କେତେ ରଙ୍ଗ, କେତେ ଢଙ୍ଗ ସାମ୍ନାକୁ ଆସେ। ଏଭଳି ଏକ ରୋଚକ ଚିତ୍ର ସାମ୍ନାକୁ ଆସିଛି, ଯାହାକୁ ନେଇ କେବଳ ଚର୍ଚ୍ଚା ହେଉଛି ତା’ନୁହେଁ। ବରଂ କୌତୁହଳ ବି ସୃଷ୍ଟି କରିଛି। ସେଲୁନ ଭିତରେ ଜଣେ ବ୍ୟକ୍ତିଙ୍କ ଦାଢ଼ି କାଟିବା ପରେ ତାଙ୍କୁ ହାତ ଯୋଡ଼ି ଭୋଟ ମାଗିଛନ୍ତି ଜଣେ ସ୍ୱାଧୀନ ପ୍ରାର୍ଥୀ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁ ରାମେଶ୍ୱରମ୍ ଅଞ୍ଚଳରେ, ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ରାମନାଥପୁରମରୁ ସ୍ୱାଧୀନ ଭାବେ ଛିଡ଼ା ହୋଇଥିବା ପ୍ରାର୍ଥୀ ପରିରାଜନ ନିର୍ବାଚନ କ୍ୟାମ୍ପେନିଂ ବେଳେ ଆପଣାଇଛନ୍ତି ନୂଆ ଫଣ୍ଡା। ଏକ ସେଲୁନରେ ପଶି ସେ ଜଣେ ବ୍ୟକ୍ତିଙ୍କ ଦାଢ଼ି କାଟିଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ସେଲୁନ ଭିତରେ ଜଣେ ଲୋକ ଦାଢ଼ି କାଟିବାକୁ ବସିଥିବା ବେଳେ ପରିରାଜନ ନିଜ ହାତରେ ଖୁର ଧରି ତାଙ୍କ ଦାଢ଼ି କାଟୁଛନ୍ତି।

Advertisment

ଆଉ ଏହା ପରେ ସେ ସଂପୃକ୍ତ ବ୍ୟକ୍ତି ଓ ସେଲୁନ ମାଲିକଙ୍କୁ ନମସ୍କାର ହୋଇ ହାତ ଯୋଡି ତାଙ୍କୁ ଭୋଟ୍ ଦେବା ଲାଗି ନିବେଦନ କରୁଛନ୍ତି। ପରେ ସେଠାରୁ ଚାଲିଯାଉଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଅନେକ ଅନେକ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

ଦେଶରେ ବାଜି ସାରିଛି ନିର୍ବାଚନୀ ବିଗୁଲ। ୭ଟି ପର୍ଯ୍ୟାୟରେ ସାରା ଦେଶରେ ମତଦାନ ହେବ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ। ସେହିପରି ଜୁନ୍‌ ୧ରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ହେବ। ଜୁନ ୪ ତାରିଖରେ ଫଳାଫଳ ଆସିବ। ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳର ନେତା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଛନ୍ତି। ଜୋରଦାର ପ୍ରଚାର ପ୍ରସାରରେ ବ୍ୟସ୍ତ ହୋଇପଡିଛନ୍ତି ସମସ୍ତ ନେତା।  

Tamilnadu Election Campaigning Loksabha Election 2024 Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe