Advertisment

ଲୋକସଭା ନିର୍ବାଚନ: 'EXIT POLL' ଉପରେ ଲାଗିଲା ରୋକ୍‌

ଏପ୍ରିଲ ୧୯ ତାରିଖ ସକାଳ ୭ଟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ଯେକୌଣସି ପ୍ରକାରର ଏଗ୍‌ଜିଟ୍ ପୋଲ୍ ଉପରେ ରୋକ୍‌ ଲଗାଯାଇଛି।

Exit Poll

Exit Poll

Advertisment

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଦେଶରେ ୭ଟି ପର୍ଯ୍ୟାୟରେ ହେବ ଭୋଟିଂ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ରାଜନୈତିକ ଦଳ ପ୍ରଚାରପ୍ରସାରରେ ଲାଗିପଡିଛି। ଏହାରି ଭିତରେ ଏଗ୍‌ଜିଟ୍‌ ପୋଲ ଉପରେ ଲାଗିଛି ରୋକ୍‌। ଏଣିକି ଆଉ ଏଗ୍‌ଜିଟ୍‌ ପୋଲ୍‌ ଦେଖାଇ ପାରିବେନି କୌଣସି ବି ଖବର ସରବରହା ସଂସ୍ଥା। ଏହାର ପ୍ରକାଶନ ଓ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ନିର୍ବାଚନ କମିଶନ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି।

Advertisment

ନୂତନ ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୧୯ ତାରିଖ ସକାଳ ୭ଟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ଯେକୌଣସି ପ୍ରକାରର ଏଗ୍‌ଜିଟ୍ ପୋଲ୍ ଉପରେ ବାରଣ କରାଯାଇଛି। ଏହି ଅବଧି ମଧ୍ୟରେ, କୌଣସି ଏଗ୍‌ଜିଟ୍‌ ପୋଲ୍ ଆୟୋଜିତ କରାଯାଇପାରିବ ନାହିଁ। ଏଥିସହ ଏହା ପ୍ରକାଶିତ କିମ୍ବା ଏହାକୁ ସାର୍ବଜନୀନ କରାଯାଇ ପାରିବ ନାହିଁ।

୪ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଜାରି କରାଯାଇଥିବା ବିଜ୍ଞପ୍ତିରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ନିୟମ ଅନୁଯାୟୀ, ୪୮ ଘଣ୍ଟା ମଧ୍ୟରେ ଯେକୌଣସି ବି ବୈଦ୍ୟୁତିକ ଗଣମାଧ୍ୟମରେ କୌଣସି ଜନମତ ସର୍ଭେ କିମ୍ବା ଅନ୍ୟ କୌଣସି ନିର୍ବାଚନୀ ସର୍ଭେ ଫଳାଫଳ, ମତଦାନ ସମ୍ବନ୍ଧୀୟ ଖବର ସମେତ ଅନ୍ୟ କୌଣସି ନିର୍ବାଚନ ସାମଗ୍ରୀର ପ୍ରଦର୍ଶନ କରାଯାଇପାରିବ ନାହିଁ।

Advertisment

କହିରଖୁ ଯେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଏଭଳି ବିଜ୍ଞପ୍ତି ଜାରି କରିଛନ୍ତି। ଏହାପୂର୍ବରୁ ମଧ୍ୟ ସାରା ଦେଶରେ ଆଚରଣ ବିଧି କାର୍ଯ୍ୟକାରୀ ହୋଇସାରିଛି। ଲୋକସଭା ନିର୍ବାଚନ ସମେତ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରି ସାରିଛନ୍ତି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମରେ ବିଧାନସଭା ନିର୍ବାଚନ ହେବ। ସେହି ସମୟ ମଧ୍ୟରେ ୧୨ଟି ରାଜ୍ୟର ୨୫ଟି ବିଧାନସଭା ଆସନରେ ଉପ-ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

Exit Poll Loksabha Election 2024 Election Commission Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe