Advertisment

ମିଳିଲାନି ଟିକେଟ୍‌, ଭୋ ଭୋ ହୋଇ କାନ୍ଦିଲେ ନେତା

ପୂର୍ବତନ ସାଂସଦଙ୍କ ଏହି କାନ୍ଦୁଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Sarfaraz Alam

Sarfaraz Alam

Advertisment

୨୦୨୪ ଲୋକସଭା ନିର୍ବାଚନ। ମୈଦାନରେ ସମସ୍ତ ରାଜନୈତିକ ଦଳ। ଲଢ଼େଇ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଏଥିପାଇଁ ବିଭିନ୍ନ ବିଭିନ୍ନ ଦଳଙ୍କ ପ୍ରାର୍ଥୀ ଘୋଷଣା ମଧ୍ୟ ଜାରି ରିହଛି। ଏହାରି ଭିତରେ ଅନେକ ନେତାଙ୍କ ଟିକେଟ୍‌ କଟିଛି। ସେହିପରି ନୂଆ ଚେହାରାଙ୍କୁ ମିଳିଛି ଟିକେଟ୍‌। ତେବେ ଟିକେଟ୍‌ କଟିବା ଦୁଃଖ କିଛି ନେତା ସହି ପାରି ନାହାନ୍ତି। ଛାତିର କୋହକୁ ସର୍ବସମ୍ମୁଖରେ ରୋକି ପାରି ନାହାନ୍ତି। ଏପରିକି ଲୋକଙ୍କ ଆଗରେ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି ପୂର୍ବତନ ସାଂସଦ।

Advertisment

ବିହାରର ଆର୍‌ଜେଡି ନେତା ତଥା ପୂର୍ବତନ ସାଂସଦ ସରଫରାଜ ଆଲମଙ୍କୁ ଦଳ ଏଥିର ଟିକେଟ୍‌ ଦେଇନି। ଏହାକୁ ସେ ସହ୍ୟ କରି ପାରି ନାହାନ୍ତି। ଅରରିୟାରେ ଏକ ଜନସଭାକୁ ସମ୍ବୋଧିକ କରିବା ସମୟରେ ଲୋକଙ୍କ ଆଗରେ ସେ କାନ୍ଦି ପକାଇଛନ୍ତି। ପୂର୍ବତନ ସାଂସଦଙ୍କ ଏହି କାନ୍ଦୁଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସରଫରାଜ ଆଲମ ନିଜ ସମର୍ଥକଙ୍କ ସହ ଶୁକବ୍ରାର ଏକ ଜନସଭାକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଭାବୁକ ହୋଇ ପଡିଥିଲେ। ସେ ନିଜ ବାପା ତଥା ପୂର୍ବତନ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ତସଲିମୁଦ୍ଦିନଙ୍କୁ ମନେ ପକାଇ ସେ କାନ୍ଦି ପକାଇଥିଲେ। ତେବେ ତାଙ୍କୁ ତାଙ୍କ ସମର୍ଥକମାନେ ସମ୍ଭାଳିଥିଲେ। ନେତାଙ୍କ ଆଖିରୁ ଝରୁଥିବା ଲୁହକୁ ସମର୍ଥକମାନେ ପୋଛିବା ସହ ତାଙ୍କ ସାନ୍ତ୍ୱନା ଦେଇଥିଲେ। ଏହି ସମୟରେ ସରଫରାଜ ଆରଜେଡି ମୁଖ୍ୟ ଲାଲୁ ଯାଦବ ଓ ତେଜସ୍ୱୀ ଯାଦବଙ୍କ ଉପରେ ଅସନ୍ତୋଷ ଝାଡିଥିଲେ।

Advertisment

ଆର୍‌ଜେଡି ଏଥର ସରଫରାଜଙ୍କ ଟିକେଟ୍‌ କାଟି ତାଙ୍କ ସାନ ଭାଇ ଶାହନବାଜ ଆଲମଙ୍କୁ ଟିକେଟ୍‌ ଦେଇଛି। ଏଥିଯୋଗୁ ସରଫରାଜ ରାଗି ଯାଇଛନ୍ତି। ସେ ନିଜକୁ ତସଲିମୁଦ୍ଦିନଙ୍କ ଉତ୍ତରାଧିକାରୀ ଘୋଷଣା କରିବା ସହ ବିହାର ବିଶେଷକରି ସୀମାଞ୍ଚଳର ମୁସଲମାନମାନେ ଆରଜେଡିର ଶ୍ରମିକ ନୁହଁନ୍ତି ବୋଲି କହିଛନ୍ତି। ଆରଜେଡି ସର୍ବଦା ମୁସଲମାନମାନଙ୍କୁ ଭୋଟ୍ ବ୍ୟାଙ୍କ ଭାବରେ ବ୍ୟବହାର କରି ଆସୁଥିବା ସେ ଅଭିଯୋଗ ଆଣିଛନ୍ତି।

Viral Video Bihar RJD Loksabha Election 2024 Sarfaraz Alam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe