ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୬ଟି ଲୋକସଭା ଆସନରେ ଚାଲିଛି ଭୋଟିଂ

ଦେଶରେ ୧୭୧୭ ଜଣ ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୧୭ କୋଟି ୭୦ ଲକ୍ଷ ଭୋଟର୍। ଏଥିପାଇଁ ୧ ଲକ୍ଷ ୯୨ ହଜାର ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି।

ଏକ ଭୋଟକେନ୍ଦ୍ର ବାହାରେ ମତଦାତାଙ୍କ ଭିଡ଼ ।

  • Published: Monday, 13 May 2024
  • , Updated: 13 May 2024, 07:45 AM IST

ଦେଶରେ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଲୋକସଭା ଆସନରେ ହେବ ଭୋଟ ଗ୍ରହଣ। ୧୭୧୭ ଜଣ ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୧୭ କୋଟି ୭୦ ଲକ୍ଷ ଭୋଟର୍। ଏଥିପାଇଁ ୧ ଲକ୍ଷ ୯୨ ହଜାର ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି।

ଆନ୍ଧ୍ରପ୍ରଦେଶର ୨୫ଟି ଆସନ, ତେଲେଙ୍ଗାନାର ୧୭, ଉତ୍ତରପ୍ରଦେଶର ୧୩, ମହାରାଷ୍ଟ୍ରର ୧୧ ଏବଂ ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ ସଂସଦୀୟ କ୍ଷେତ୍ରରେ ହେଉଛି ଭୋଟ ଗ୍ରହଣ ।

ଏଥିସହ ବିହାରର ୫, ଝାଡ଼ଖଣ୍ଡର ୪, ଓଡ଼ିଶାର ୪ ଏବଂ ଜମ୍ମୁକଶ୍ମୀରର ଗୋଟିଏ ଆସନରେ ମତଦାନ କରୁଛନ୍ତି ଜନତା । ଏଥିସହ ଆନ୍ଧ୍ରପ୍ରଦେଶର ୧୭୫, ଓଡ଼ିଶାର ୨୮ ବିଧାନସଭା ଆସନ ପାଇଁ ବି ହେଉଛି ଭୋଟିଂ ।

Related story