Advertisment

ଅମେଠିରୁ ନିର୍ବାଚନ ଲଢ଼ିବେ ରାହୁଲ!

ଏପ୍ରିଲ ୨୬ରେ ଓ୍ୱାୟନାଡରେ ଭୋଟିଂ ହେବା ପରେ ରାହୁଲ ଏପ୍ରିଲ ୨୭ରେ ଅମେଠିରୁ ନାମଙ୍କନ ପତ୍ର ଦାଖଲ କରିପାରନ୍ତି ବୋଲି କୁହାଯାଉଛି।

author-image
Madhupriya Mistry
undefined

Rahul Gandhi

ଆଉ ଦିନକ ପରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପଡିବ। ତେବେ ଏଯାଏଁ ଉତ୍ତରପ୍ରଦେଶର ହାଇ-ପ୍ରୋଫାଇଲ୍‌ ଅମେଠି ଲୋକସଭା ଆସନକୁ ନେଇ ଜାରି ରହିଛି ସସ୍‌ପେନ୍ସ। ବିଜେପି ଏହି ଆସନରେ ପ୍ରାର୍ଥୀ ଦେଇ ସାରିଥିବା ବେଳେ କଂଗ୍ରେସ ତରଫରୁ କିନ୍ତୁ ଏଯାଏଁ କୌଣସି ଘୋଷଣା ହୋଇ ନାହିଁ। କଂଗ୍ରେସର ଗଡ କୁହାଯାଉଥିବା ଏହି ଆସନରୁ କିଏ ଲଢ଼ିବ ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି।

Advertisment

ଏକଦା ରାହୁଲ ଗାନ୍ଧିଙ୍କ ଗଡ଼ ଥିବା ଆମେଠି ଆସନରୁ ବିଜେପି ସ୍ମୃତି ଇରାନୀଙ୍କୁ ପୁନର୍ବାର ମନୋନୀତ କରିଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ଏହାର ପ୍ରାର୍ଥୀ ଦେଇନାହିଁ। ଏହାରି ଭିତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏହି ଆସନରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ ଗାନ୍ଧି କହିଛନ୍ତି, ଯେ ଏହା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)ର ନିଷ୍ପତ୍ତି। ସେ ସିଇସିର ନିଷ୍ପତ୍ତିକୁ ପାଳନ କରିବେ। ସିଇସି ଏବଂ କଂଗ୍ରେସ ସଭାପତି ଯାହା କରିବାକୁ କହିବେ ମୁଁ ତାହା କରିବି ବୋଲି ରାହୁଲ କହିଛନ୍ତି।

Advertisment

କେରଳର ୱାୟନାଡରୁ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ିବାକୁ ଯାଉଥିବା ରାହୁଲ ଗାନ୍ଧି ଆମେଠିରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ମେ' ୨୦ ତାରିଖରେ ଅମେଠିରେ ନିର୍ବାଚନ ହେବ। ସୂତ୍ର ଅନୁଯାୟୀ ଏପ୍ରିଲ ୨୬ରେ ଓ୍ୱାୟନାଡରେ ଭୋଟିଂ ହେବା ପରେ ରାହୁଲ ଏପ୍ରିଲ ୨୭ରେ ଅମେଠିରୁ ନାମଙ୍କନ ପତ୍ର ଦାଖଲ କରିପାରନ୍ତି। ୨୦୦୪ ପରଠାରୁ ରାହୁଲ ଗାନ୍ଧି ଲଗାତାର ତିନିଥର ଆମେଠି ଆସନରୁ ଜିତିଛନ୍ତି।

Congress Rahul Gandhi Loksabha Election 2024