Advertisment

ପରିବା ବିକ୍ରି କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୋହୂ

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୋହୂ ହିମାଂଶି ଗେହଲଟ ରାସ୍ତାକଡରେ ବସି ବିକ୍ରି କରୁଛନ୍ତି ପରିବା।

ex-cm-daughter-in-law-sell-vegetables

ex-cm-daughter-in-law-sell-vegetables

Advertisment

ଆଉ ମାତ୍ର ଦିନ କେଇଟା ପରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ। ଏଥିପାଇଁ ଲାଗି ପଡିଛନ୍ତି ସମସ୍ତ ରାଜନୈତିକ ଦଳର ନେତା। ପ୍ରଚାର ମୈଦାନରେ ଜୋର୍‌ସୋର୍‌ରେ ଲାଗିଛି ପ୍ରଚାର। ତେବେ ଏହି ପ୍ରଚାର ବେଳେ ନେତାଙ୍କ ନୂଆ ରୂପ ଦେଖିବାକୁ ମିଳୁଛି। ଭୋଟ ହାତେଇବା ପାଇଁ ଆପଣାଉଛନ୍ତି ନୂଆ ଫଣ୍ଡା। କିଏ ସେଲୁନରେ ପଶି ଗ୍ରାହକଙ୍କ ଦାଢ଼ି କାଟି ଦେଉଛି ତ ଆଉ କିଏ ଘର ଘର ବୁଲି ମାଗୁଛନ୍ତି। ସେହିପରି ଆଉ ରାସ୍ତାକଡରେ ବସି ବିକ୍ରି କରୁଛନ୍ତି। ରାଜସ୍ଥାନର ଜାଲୋରରେ ଏଭଳି ହିଁ କିଛି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୋହୂ ହିମାଂଶି ଗେହଲଟ ବିକ୍ରି କରୁଛନ୍ତି ପରିବା। ସ୍ୱାମୀ ବୈଭବ ଗେହଲଟଙ୍କ ସମର୍ଥନରେ ପ୍ରଚାର ମୈଦାନକୁ ସେ ଆଉ ତାଙ୍କ ଝିଅ ଓହ୍ଲାଇଛନ୍ତି। ଏହି ପ୍ରଚାର ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ହିମାଂଶି ଏଭଳି କିଛି ଫଣ୍ଡା ଆପଣାଇଛନ୍ତି। ରାସ୍ତା କଡରେ ବସି ହାତରେ ନିକିତି ଧରି ପରିବା ଓଜନ କରିବା ସହ ସେ ବିକ୍ରି କରିଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ ଚଳିତ ବର୍ଷ ଜାଲୋର-ଜୈସଲମେର ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ ତାଙ୍କ ସମର୍ଥନରେ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ସ୍ତ୍ରୀ ହିମାଂଶୀ ଓ ଝିଅ। ହିମାଂଶି ରାସ୍ତାକଡରେ ବସି ପରିବା ବିକ୍ରି କରି ସ୍ୱାମୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ଝିଅ କାଶ୍ୱନୀ ଘରକୁ ଘର ଯାଇ ବାପାଙ୍କ ପାଇଁ କରୁଛନ୍ତି ପ୍ରଚାର।

Advertisment

ବୈଭବଙ୍କ ପତ୍ନୀ ହିମାଂଶୀ ଗେହଲଟ ସିଡନୀରୁ ପଢ଼ା ପୂରଣ କରିବା ପାଇଁ ବର୍ତ୍ତମାନ ସେ ଏକ ଏନ୍‌ଜିଓ ଚଳାଉଛନ୍ତି, ଯାହା କ୍ୟାନ୍‌ସର ରୋଗୀଙ୍କ ପାଇଁ କାମ କରୁଛି। 

Ashok Gehlot Rajasthan Loksabha Election 2024 Election Campaign
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe