Advertisment

ଶୀତ ଅଧିବେଶନ ଶେଷ: ହଟ୍ଟଗୋଳ ଯୋଗୁ ଲୋକସଭାର ୬୫ ଘଣ୍ଟା ନଷ୍ଟ

ଡିସେମ୍ବର ୧୯ରେ ସଂସଦ ପରିସରରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏହାକୁ ନେଇ ଆଜି ଉଭୟ ପକ୍ଷ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ ଘୋଷଣା କରାଯାଇଛି।

Lok sabha

Lok sabha

Advertisment

ସରିଛି ସଂସଦର ଶୀତ ଅଧିବେଶନ। ଆଜି ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ତେବେ ଶୀତ ଅଧିବେଶନରେ ଲୋକସଭାର ପରିବେଶ ବେଶ ଗରମ ରହିଥିଲା। ସ୍ଥିତି ଏପରି ହୋଇଥିଲା ଯେ ଗୃହ କାର୍ଯ୍ୟ ମଧ୍ୟ ଠିକ ଭାବେ ହୋଇପାରିନାହିଁ।

Advertisment

ଶୀତ ଅଧିବେଶନର ତୃତୀୟ ପର୍ଯ୍ୟାୟରେ ମୁଲତବୀ ଓ ହଟ୍ଟଗୋଳ ଯୋଗୁ ଲୋକସଭାର ୬୫ ଘଣ୍ଟା ନଷ୍ଟ ହୋଇଛି। ସେହିପରି ୩ଟି ଯାକ ଅଧିବେଶନରେ ଲୋକସଭା ୭୧ ଘଣ୍ଟାରୁ ଅଧିକ ସମୟ କୌଣସି କାମ କରିନାହିଁ। ଶୀତ ଅଧିବେଶନର ତୃତୀୟ ପର୍ଯ୍ୟାୟ ନଭେମ୍ବର ୨୫ରେ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହୋଇଛି।

ଡିସେମ୍ବର ୧୯ରେ ସଂସଦ ପରିସରରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏହାକୁ ନେଇ ଆଜି ଉଭୟ ପକ୍ଷ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ ଘୋଷଣା କରାଯାଇଛି।

Advertisment

ସରକାରୀ ତଥ୍ୟ ଅନୁସାରେ, ଶୀତ ଅଧିବେଶନରେ ଲୋକସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏଥିଯୋଗୁ ଶୀତ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଲୋକସଭାର ୫ ଘଣ୍ଟା ୩୭ ମିନିଟ, ଦ୍ୱିତୀୟ ପର୍ଯ୍ୟାୟରେ ୧ ଘଣ୍ଟା ୫୩ ମିନିଟ ଓ ତୃତୀୟ ପର୍ଯ୍ୟାୟରେ ୬୫ ଘଣ୍ଟା ୧୫ ମିନିଟ ନଷ୍ଟ ହୋଇଛି।

ଲୋକସଭାରେ ବିତର୍କ ସମୟକୁ ବିଚାରକୁ ନେଲେ ପ୍ରଥମ ପର୍ଯ୍ୟାୟରେ ୩୪.୧୬ ଘଣ୍ଟା, ଦ୍ୱିତୀୟ ପର୍ଯ୍ୟାୟରେ ୧୧୫.୨୧ ଘଣ୍ଟା ବିଭିନ୍ନ ପ୍ରସଙ୍ଗରେ ବିତର୍କ ହୋଇଥିଲା। କିନ୍ତୁ ତୃତୀୟ ପର୍ଯ୍ୟାୟରେ ଗୃହ ଆଦୌ ଠିକ ଭାବେ ଚାଲି ପାରି ନାହିଁ। ଏହି ପର୍ଯ୍ୟାୟରେ ମାତ୍ର ୬୨ ଘଣ୍ଟା ବିତର୍କ ହୋଇପାରିଛି।

ପ୍ରଥମ ପର୍ଯ୍ୟାୟରେ ୭ଟି, ଦ୍ୱିତୀୟ ପର୍ଯ୍ୟାୟରେ ୧୫ଟି ଓ ତୃତୀୟ ପର୍ଯ୍ୟାୟରେ ୨୦ଟି କାର୍ଯ୍ୟ ଦିବସ ରହିଥିଲା। ପ୍ରଥମ ପର୍ଯ୍ୟାୟରେ ସାଂସଦମାନେ ଅତିରିକ୍ତ ୭ ଘଣ୍ଟା କାମ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୩୩ ଘଣ୍ଟା ଗୃହ କାର୍ଯ୍ୟରେ ସାମିଲ ହୋଇଥିଲେ।

ତୃତୀୟ ପର୍ଯ୍ୟାୟରେ ସବୁଠାରୁ ଅଧିକ ହଟ୍ଟଗୋଳ ହୋଇଥିଲେ ହେଁ ସାଂସଦମାନେ ଅତିରିକ୍ତ ୨୧.୭ ଘଣ୍ଟା କାମ କରି ନଷ୍ଟ ହୋଇଥିବା ସମୟକୁ ପୂରଣ କରିବାକୁ ଚେଷ୍ଟା କରିଛନ୍ତି।

ସରକାରଙ୍କ ପକ୍ଷରୁ ଶୀତ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ କୌଣସି ବିଲ୍‌ ଆଗତ କରାଯାଇ ନଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ବିଲ ଆଗତ କରାଯାଇଥିବା ବେଳେ ଲୋକସଭାରେ ୪ଟି ବିଲ ପାରିତ ହୋଇଛି। ତୃତୀୟ ପର୍ଯ୍ୟାୟରେ ସରକାର ମୋଟ ୫ଟି ବିଲ ଆଗତ କରିଥିଲେ। ଏହା ମଧ୍ୟରୁ ୪ଟି ବିଲ୍‌ ଗୃହର ଅନୁମୋଦନ ହାସଲ କରିଛି।

Lok Sabha Session Lok Sabha Winter Session Of Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe