/odisha-reporter/media/post_attachments/uploadimage/library/16_9/16_9_0/Voting_1717208529.jpg)
Voting
ଆଜି ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ୮ଟି ରାଜ୍ୟର ୫୭ଟି ଲୋକସଭା ଆସନରେ ଭୋଟିଂ ଚାଲିଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ସଢ଼େ ୬ଟାରୁ ଚାଲିଛି ମତଦାନ।
Advertisment
ଉତ୍ତରପ୍ରଦେଶର ୧୩, ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗ ୯, ଚଣ୍ଡିଗଡ଼ର ଗୋଟିଏ, ଓଡ଼ିଶାର ୬ ଏବଂ ଝାଡଖଣ୍ଡର ୩ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେଉଛି। ସେହିପରି ଓଡ଼ିଶାର ୪୨ ବିଧାନସଭା ଆସନ ପାଇଁ ମଧ୍ୟ ଚାଲିଛି ଭୋଟିଂ।
୧୦.୦୬ କୋଟିରୁ ଅଧିକ ଭୋଟର ଏହି ପର୍ଯ୍ୟାୟରେ ୧.୦୯ ଲକ୍ଷ ଭୋଟିଂ ବୁଥ୍ରେ ମୋଟ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ଭୋଟରଙ୍କ ମଧ୍ୟରେ ୫.୪୨ କୋଟି ପୁରୁଷ ଥିବାବେଳେ ୪.୮୨ କୋଟି ମହିଳା ଏବଂ ୩୫୭୪ ଜଣ ତୃତୀୟ ଲିଙ୍ଗୀ ଅଛନ୍ତି।
Advertisment
୨୦୧୯ ନିର୍ବାଚନରେ ଏହି ୫୭ ଆସନରୁ ବିଜେପି ୨୫ ଆସନରେ ବିଜୟ ଲାଭ କରିଥିଲା। ସେହିପରି ଟିଏମସି ୮ଟି ଆସନରେ ବାଜିମାତ କରିଥିଲା। କଂଗ୍ରେସକୁ ୭ଟି ଆସନ ମିଳିଥିଲା। ଏହି ୫୭ ଆସନରେ ୨୦୧୯ରେ ଭୋଟ୍ ହାର ଥିଲା ୬୫.୨୯ ପ୍ରତିଶତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
