Advertisment

ଆମେ ନିର୍ବାଚନ ଲଢ଼ିବାକୁ ଚାହୁଁନୁ, ସରକାର ଆମକୁ ବାଧ୍ୟ କଲେ: କେ.ସୁରେଶ

ଲୋକସଭା ବାଚସ୍ପତି ନିର୍ବାଚନ ପୂର୍ବରୁ ଏଭଳି କିଛି ବଡ଼ ବୟାନ ଦେଇଛନ୍ତି ଇଣ୍ଡି ମେଣ୍ଟର ବାଚସ୍ପତି ପ୍ରାର୍ଥୀ ତଥା କଂଗ୍ରେସ ସାଂସଦ କେ. ସୁରେଶ।

author-image
Madhupriya Mistry
K Suresh

K Suresh

'ଆମେ ନିର୍ବାଚନ ଲଢ଼ିବାକୁ ଚାହୁଁନୁ। କିନ୍ତୁ ସରକାର ଆମକୁ ବାଧ୍ୟ କଲେ।' ଲୋକସଭା ବାଚସ୍ପତି ନିର୍ବାଚନ ପୂର୍ବରୁ ଏଭଳି କିଛି ବଡ଼ ବୟାନ ଦେଇଛନ୍ତି ଇଣ୍ଡି ମେଣ୍ଟର ବାଚସ୍ପତି ପ୍ରାର୍ଥୀ ତଥା କଂଗ୍ରେସ ସାଂସଦ କେ. ସୁରେଶ।

Advertisment

କଂଗ୍ରେସ ସାଂସଦ କେ.ସୁରେଶ କହିଛନ୍ତି, 'ସରକାର ଇଣ୍ଡିଆ ଆଲାଏନ୍ସକୁ ନିର୍ବାଚନରେ ​​ଲଢ଼ିବାକୁ ବାଧ୍ୟ କରିଛନ୍ତି। ଆମେ ବାଚସ୍ପତିଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଚାହୁଁ ନାହୁଁ, କିନ୍ତୁ ସରକାର ଇଣ୍ଡିଆ ଆଲାଇନ୍ସର ନେତୃତ୍ୱ, ବିଶେଷ କରି କଂଗ୍ରେସ ଦଳଙ୍କ ନିକଟକୁ ଯେତେବେଳେ ଯାଇଥିଲେ, ସେତେବେଳେ ଆମେ ଉପ-ବାଚସ୍ପତି ପଦ ମାଗିଥିଲୁ। ସେହି ସମୟରେ ଆମକୁ ସରକାରଙ୍କ ପକ୍ଷରୁ କୌଣସି ଆଶ୍ୱାସନା ଦିଆଯାଇନଥିଲା। ଗତକାଲି ମଧ୍ୟ ସେମାନେ ସକାଳ ସାଢ଼େ ୧୧ଟା ସୁଦ୍ଧା କୌଣସି ସ୍ପଷ୍ଟ କରି ନଥିଲେ।'

ସରକାର କହିଥିଲେ ପ୍ରଥମେ ଆପଣ ବାଚସ୍ପତି ନିର୍ବାଚନକୁ ସମର୍ଥନ କରନ୍ତୁ। ଏହା ପରେ ଆମେ ଉପ-ବାଚସ୍ପତିଙ୍କ ବିଷୟରେ ଆଲୋଚନା କରିବୁ। ସରକାରଙ୍କ ଏହି ଉତ୍ତର ସନ୍ତୋଷଜନକ ନଥିଲା। ତେଣୁ ଆମ ନେତାମାନେ ବାଚସ୍ପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିର୍ବାଚନ ଏନଡିଏର ଜିଦ୍‌ର ପରିଣାମ। ଅନ୍ୟଥା, ଏହାକୁ ଏଡାଇ ଦିଆଯାଇ ପାରିଥାନ୍ତା। କିନ୍ତୁ, ସେମାନେ ବିରୋଧୀ ଦଳ ସହ ସହଯୋଗ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଉପ-ବାଚସ୍ପତି ପଦ ପାଇଁ ବିରୋଧୀ ଦଳକୁ ସୁଯୋଗ ଦେବାକୁ ସେମାନେ ପ୍ରସ୍ତୁତ ନୁହଁନ୍ତି। ତେଣୁ ଆଜି ଏହି ନିର୍ବାଚନ ଅନୁଷ୍ଠିତ ହେଉଛି, କିନ୍ତୁ ଏହି ନିର୍ବାଚନର ସମ୍ପୂର୍ଣ୍ଣ ଦାୟିତ୍ୱ ଏନଡିଏ ନେତୃତ୍ୱରେ ରହିଛି ବୋଲି କେ.ସୁରେଶ କହିଛନ୍ତି।

Advertisment

ଆଜି ଲୋକସଭା ବାଚସ୍ପତି ପଦ ପାଇଁ ସଂସଦରେ ନିର୍ବାଚନ ଅନୁଷ୍ଠିତ ହେବ। ଏନଡିଏ ପୁଣିଥରେ ଲୋକସଭା ବାଚସ୍ପତି ପଦ ପାଇଁ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବାବେଳେ ଇଣ୍ଡିଆ ଆଲାଇନ୍ସ କଂଗ୍ରେସ ସାଂସଦ କେ. ସୁରେଶଙ୍କୁ ତାଙ୍କ ସାମ୍ନାରେ ପ୍ରାର୍ଥୀ କରିଛି। ଗତକାଲି ଉଭୟ ପ୍ରାର୍ଥୀ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଜି ୧୧ଟାରେ ନିର୍ବାଚନ ହେବ।

କହିରଖୁ ଯେ, ସାଧାରଣତଃ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହୁଏ ନାହିଁ। ବରଂ ଶାସକ ଦଳ ଏବଂ ବିରୋଧୀଙ୍କ ସହମତି ଅନୁଯାୟୀ ବାଚସ୍ପତି ନିର୍ବାଚିତ ହୁଅନ୍ତି। ହେଲେ ଏଥର ଲୋକସଭା ବାଚସ୍ପତି ପଦ ପାଇଁ ସରକାର ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।

Congress Nda Lok Sabha Speaker Election K Suresh