Advertisment

ଆଜି ହେବ ବାଚସ୍ପତି ନିର୍ବାଚନ; ମଇଦାନରେ ଓମ୍ ବିର୍ଲା ଓ କେ. ସୁରେଶ

ମଇଦାନରେ ଏନଡିଏର ପ୍ରାର୍ଥୀ ପୂର୍ବତନ ବାଚସ୍ପତି ଓମ୍ ବିର୍ଲା ବନାମ ଇଣ୍ଡି ମେଣ୍ଟ ପ୍ରାର୍ଥୀ ତଥା ୮ ଥରର ସାଂସଦ କେ. ସୁରେଶ।

Speaker Election

Speaker Election

Advertisment

ଆଜି ଲୋକସଭା ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ । ଦେଶର ଇତିହାସରେ ଆଜି ତୃତୀୟଥର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ମଇଦାନରେ ଏନଡିଏର ପ୍ରାର୍ଥୀ ପୂର୍ବତନ ବାଚସ୍ପତି ଓମ୍ ବିର୍ଲା ବନାମ ଇଣ୍ଡି ମେଣ୍ଟ ପ୍ରାର୍ଥୀ ତଥା ୮ ଥରର ସାଂସଦ କେ. ସୁରେଶ। ଉଭୟ ପ୍ରାର୍ଥୀ ନାମାଙ୍କନ ଗତକଶଲି ଭରିଥିବା ବେଳେ ଆଜି ଦିନ ୧୧ଟାରେ ହେବ ନିର୍ବାଚନ । ସମସ୍ତ ସାଂସଦଙ୍କ ଭୋଟ୍ ଆଧାରରେ ନିର୍ବାଚିତ ହେବେ ବାଚସ୍ପତି।

Advertisment

ଏଥର ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏନଡିଏର ୨୯୩ ସାଂସଦ ଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟର ୨୩୪ ଜଣ ସାଂସଦ ଅଛନ୍ତି। ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲା ରାଜସ୍ଥାନ କୋଟାରୁ ସାଂସଦ ଅଛନ୍ତି। ଲଗାତାର ତୃତୀୟଥର ପାଇଁ ନିର୍ବାଚନ ଜିତି ସଂସଦକୁ ଆସିଛନ୍ତି। ସପ୍ତଦଶ ଲୋକସଭାର ସେ ଥିଲେ ବାଚସ୍ପତି। ତାଙ୍କ ସମୟରେ ଟ୍ରିପଲ ତଲାକ, ଆର୍ଟିକିଲ-୩୭୦ ଉଚ୍ଛେଦ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ଲୋକସଭାରେ ପାରିତ ହୋଇଛି।

ସେହିପରି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ବିଲ୍ ସହ ଜିଏସଟିରେ ଦ୍ୱିତୀୟ ଥର ଲାଗି ସଂଶୋଧନ ବିଲ୍ ମଧ୍ୟ ତାଙ୍କ ସମୟରେ ପାରିତ ହୋଇଥିଲା।

Advertisment

ସେପଟେ ୮ ଥରର ସାଂସଦ କେ. ସୁରେଶ ଲୋକସଭାରେ ସବୁଠାରୁ ବରିଷ୍ଠ ସଦସ୍ୟ। ସେ କେରଳର ମାଭେଲିକାରା ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି। କେରଳ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଓ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସଚେତକ ଅଛନ୍ତି ସୁରେଶ।

Delhi Loksabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe