Advertisment

କନୌଜରୁ ନାମାଙ୍କନ ଭରିଲେ ଅଖିଳେଶ

ପୂର୍ବରୁ ଏହି ଆସନ ପାଇଁ ସମାଜବାଦୀ ପାର୍ଟି ତେଜ ପ୍ରତାପ ଯାଦବଙ୍କ ନାଁ ଘୋଷଣା କରିଥିଲା। ହେଲେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିରୋଧ ହେବାରୁ, ଶେଷରେ ଏହି ଆସନରୁ ଖୋଦ୍‌ ଅଖିଳେଶ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି।

Akhilesh Yadav

Akhilesh Yadav

Advertisment

ହଁ ନାଁ ପରେ ଉତ୍ତରପ୍ରଦେଶର କନୌଜରୁ ନିର୍ବାଚନ ଲଢ଼ିବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଏଥିପାଇଁ ସେ ଆଜି ନିଜ ପରିବାର ସହ ଆଶି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Advertisment

ଗୁରୁବାର ପତ୍ନୀ ଡିମ୍ପଲ ଯାଦବ, ଦାଦା ଶିବପାଲ ଯାଦବ ଓ ରାମଗୋପାଳ ଯାଦବଙ୍କ ସହ ଆସି ସେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି। ତେବେ ପୂର୍ବରୁ ଏହି ଆସନ ପାଇଁ ସମାଜବାଦୀ ପାର୍ଟି ତେଜ ପ୍ରତାପ ଯାଦବଙ୍କ ନାଁ ଘୋଷଣା କରିଥିଲା। ହେଲେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିରୋଧ ହେବାରୁ, ଶେଷରେ ଏହି ଆସନରୁ ଖୋଦ୍‌ ଅଖିଳେଶ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି।

ନାମାଙ୍କନ ପତ୍ର ଭରିବା ପରେ ଅଖିଳେଶ କହିଛନ୍ତି, ଦ'ଳ, ନେତା, କର୍ମୀ ଏବଂ ସମସ୍ତେ ସମାଜବାଦୀ ପାର୍ଟି ପକ୍ଷରୁ ମୁଁ ଏଠାରୁ ନିର୍ବାଚନ ଲଢ଼ିବା ଉଚିତ୍ ବୋଲି ଚାହୁଁଥିଲେ। ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ମୁଁ ଆଶା କରୁଛି ଯେ ଏଠାରେ ଥିବା ଲୋକଙ୍କ ଠାରୁ ମଧ୍ୟ ମୋତେ ନିଶ୍ଚିତ ଆଶୀର୍ବାଦ ମିଳିବି।'

Advertisment

କନୌଜକୁ ଏବେ ଆହୁରି ଆଗକୁ ବଢ଼ାଇବାର ଅଛି। କନୌଜର ବିକାଶ ଏବଂ ସମ୍ମାନ ପାଇଁ ମୁଁ ସର୍ବଦା ଠିଆ ହେବି। କନୌଜର ବ୍ୟବସାୟ କେବଳ ଭାରତରେ ନୁହେଁ ବରଂ ବିଶ୍ୱରେ ଅଛି। ଏହା ସପାର ଗଡ଼ ଜାଣିବା ପରେ ବିଜେପି ଏଠାକାର ବିକାଶ ଉପରେ ବ୍ରେକ୍‌ ଲଗାଇଦେଇଥିଲା ବୋଲି ଅଖିଳେଶ କହିଛନ୍ତି।

ଉତ୍ତରପ୍ରଦେଶର ଏହି କନ୍ନୌଜ ଲୋକସଭା ଆସନରେ ଏବେ ଲଢେଇ ବେଶ ରୋଚକ ହେବ। କାରଣ ସପାର ଗଡ ଭାବେ କନ୍ନୌଜ ବେଶ ପରିଚିତ। ଅନ୍ୟପଟେ ଏଠାରୁ ବର୍ତ୍ତମାନ ସାଂସଦ ଥିବା ସୁବ୍ରତ ପାଠକଙ୍କୁ ବିଜେପି ପୁଣିଥରେ ପ୍ରାର୍ଥୀ କରିଛି। ୨୦୧୯ ମସିହାରେ ସେ ଡିମ୍ପଲଙ୍କୁ ହରାଇ ଏଠାକାର ସାଂସଦ ବନିଥିଲେ। ତେଣୁ ଏଥର ନିର୍ବାଚନରେ ଅଖିଳେଶ ବନାମ ସୁବ୍ରତ ପାଠକ ଦେଖିବାକୁ ମିଳିବ।

Akhilesh Yadav Samajwadi Party Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe