Advertisment

ଲଣ୍ଡନ ଯାଉଥିବା ବିମାନ ଉଡ଼ାଣର ୩ ଘଣ୍ଟା ପରେ ପୁଣି ମୁମ୍ବାଇ ଫେରିଲା

ବିମାନ ଟ୍ରାକିଂ ସାଇଟରେ ଦର୍ଶାଯାଇଛି ଯେ ବିମାନଟି ୩୧୦ ଜଣ ଯାତ୍ରୀଙ୍କୁ ଧରି ସକାଳ ୮.୩୬ ମିନିଟରେ ମୁମ୍ବାଇରୁ ଉଡ଼ାଣ ଭରିଥିଲା।

author-image
Hemant Lenka
Air India

Air India

ମୁମ୍ବାଇରୁ ଲଣ୍ଡନ ଯାଉଥିବା ବିମାନ ଅଧା ବାଟରୁ ଫେରି ଆସିଛି। ଲଣ୍ଡନ ପରବର୍ତ୍ତେ ଉଡ଼ାଣର ୩ ଘଣ୍ଟା ପରେ ବିମାନଟି ପୁଣି ମୁମ୍ବାଇରେ ଅବବତରଣ କରିଛି। ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍‌ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ଫଳରେ ୩୧୦ ଯାତ୍ରୀଙ୍କୁ ନେଇ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବୋଇଂ ୭୭୭(ଭିଟି-ଏଏଲଏମକ୍ସ) ମୁମ୍ବାଇରେ ପୁଣି ଅବତରଣ କରିଛି। ବିମାନଟି ଜରୁରୀ ଅବତରଣ କରିଥିଲେ ହେଁ କୌଣସି ପ୍ରକାରର ବଡ଼ ଅଘଟଣ ଘଟିନାହିଁ।

Advertisment

ବିମାନ ଟ୍ରାକିଂ ସାଇଟରେ ଦର୍ଶାଯାଇଛି ଯେ ବିମାନଟି ଯାତ୍ରୀଙ୍କୁ ଧରି ସକାଳ ୮.୩୬ ମିନିଟରେ ମୁମ୍ବାଇରୁ ଉଡ଼ାଣ ଭରିଥିଲା। ତେବେ ବିମାନଟି ଜୟପୁରରେ ଥିବା ବେଳେ ପାଇଲଟ ଏହାକୁ ପୁଣି ମୁମ୍ବାଇ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି। ବିମାନର କ୍ୟାବିନରେ ଚାପ କମି ଯିବାରୁ ଉଡ଼ାଣରେ ସମସ୍ୟା ଦେଖାଯାଇଥିଲା। ତେଣୁ ବିମାନର ପାଇଲଟ ଦିନ ୧୧.୨୮ ମିନିଟରେ ଏହାକୁ ପୁଣି ମୁମ୍ବାଇରେ ଅବତରଣ କରାଇଥିଲେ।

ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି, “ଏହା ଏୟାର ଟର୍ଣ୍ଣ ବ୍ୟାକ ବା ବିମାନ ଫେରି ଆସିବା ଘଟଣା। ଏହା ଜରୁରୀ ଅବତରଣ ନୁହେଁ। ବିମାନରେ କିଛି କ୍ୟାବିନ ଚାପ ଜନିତ ସମସ୍ୟା ଦେଖାଯାଇଥିଲା। ଟେକ୍ନିକାଲ ସମସ୍ୟା ପାଇଁ ଏଆଇ ୧୨୯ ପୁଣି ମୁମ୍ବାଇ ଫେରିଥିଲା।

Advertisment

ଯାଞ୍ଚ ପାଇଁ ବିମାନଟି ସୁରକ୍ଷିତ ଭାବେ ମୁମ୍ବାଇ ଏୟାରପୋର୍ଟରେ ଲ୍ୟାଣ୍ଡ କରିଥିଲା। ଏପରି ଅପ୍ରତ୍ୟାଶିତ ବିଭ୍ରାଟ ଯୋଗୁ ଅତିଥିମାନେ ସମସ୍ୟା ଭୋଗିଛନ୍ତି। ଏଥିପାଇଁ ପାଇଁ ଦୁଃଖିତ। ଆମେ ପୂର୍ବରୁ ହିଁ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ନେବା ପାଇଁ ବିକଳ୍ପ ବ୍ୟବସ୍ଥା କରି ସାରିଥିଲୁ। ଅତିଥିମାନଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଛି।”

Air India Air India Flight