Advertisment

ଡିଜିଟାଲ ଆରେଷ୍ଟ: ନକଲି ପୁଲିସ ସାଜି ବୃଦ୍ଧାଙ୍କଠାରୁ ଠକି ନେଲେ ୩.୮ କୋଟି

ମହିଳା ଜଣଙ୍କୁ ଏତେ ମାତ୍ରାରେ ଭୟଭୀତ କରାଯାଇଥିଲା ଯେ, ତାଙ୍କୁ ଏକ ମାସ ଧରି ହ୍ୱାଟ୍‌ସ୍‌ଆପ୍‌ରେ ଭିଡିଓ କଲ୍‌ରେ ରଖାଯାଇଥିଲା।

Digital Arrest

Digital Arrest

Advertisment

ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ଡିଜିଟାଲ ଆରେଷ୍ଟ। ଠକମାନେ ସାଧାରଣ ଲୋକଙ୍କୁ ଫସାଇ ଲୁଟି ନେଉଛନ୍ତି ପୁଳା ପୁଳା ଟଙ୍କା। ଏଭଳି ହିଁ ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି ମୁମ୍ବାଇରୁ। ନକଲି ପୁଲିସ ସାଜି ଜଣେ ୭୭ ବର୍ଷୀୟ ବୃଦ୍ଧାଙ୍କୁ ଏକ ମାସ ଯାଏ ଡିଜିଟାଲ ଆରେଷ୍ଟ କରି ରଖିଥିଲେ। ଏହାପରେ ତାଙ୍କ ଠାରୁ ଲୁଟି ନେଇଛନ୍ତି ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା।

Advertisment

ସୂଚନା ଅନୁସାରେ ସାଉଥ ମୁମ୍ବାଇର ଜଣେ ବୃଦ୍ଧ ମହିଳାଙ୍କୁ ହ୍ୱାଟ୍‌ସ୍‌ଆପ୍‌ କଲ ଆସିଥିଲା। ନିଜକୁ ପୁଲିସ ଅଧିକାରୀର ପରିଚୟ ଦେଇ କୁହାଯାଇଥିଲା ଯେ ତାଇୱାନକୁ ପଠାଯାଇଥିବା ତାଙ୍କ ନାମରେ ଥିବା ଏକ ପାର୍ସଲକୁ ଅଟକାଇ ଦିଆଯାଇଛି। ଏହି ପାର୍ସଲରେ ୫ଟି ପାସପୋର୍ଟ, ବ୍ୟାଙ୍କ କାର୍ଡ, ୪ କିଲୋଗ୍ରାମ ପୋଷାକ ଏବଂ ନିଶାଶକ୍ତ ଔଷଧ ରହିଛି।

ମହିଳା ଜଣକ ପାର୍ସଲ ପଠାଇ ନଥିବା କହିଥିଲେ। ଏହାପରେ ଏଥିରେ ଥିବା ଆଧାର କାର୍ଡର ଡିଟେଲ ତାଙ୍କ ନାଁରେ ରହିଛି। ଓ କାର୍ଡ ମନି ଲଣ୍ଡରିଂର ଲିଙ୍କ ସହ ଜଡିତ। ତେଣୁ ଆପଣଙ୍କୁ ଗିରଫ କରାଯାଇପାରେ ବୋଲି ତାଙ୍କୁ ଫୋନ୍‌ କରିଥିବା ବ୍ୟକ୍ତି କହିଥିଲେ।

Advertisment

ମହିଳାଙ୍କୁ ସ୍କାଏ ଆପ୍‌ ଡାଉନଲୋଡ କରିବାକୁ କରାଯାଇଥିଲା। ଏହା ମାଧ୍ୟମରେ ତାଙ୍କ ସହ ଯୋଡି ହୋଇ ରହିବାକୁ କୁହାଯାଇଥିଲା। ଏ ବିଷୟରେ କାହାକୁ ନ କହିବାକୁ ମଧ୍ୟ ମହିଳାଙ୍କୁ ଧମକ ଦିଆଯାଇଥିଲା। କଲର୍ ନିଜକୁ ଆଇପିଏସ୍ ଆନନ୍ଦ ରାଣା ଏବଂ ଅର୍ଥ ବିଭାଗର ଅଧିକାରୀ ଜର୍ଜ ମାଥ୍ୟୁ ବୋଲି ପରିଚୟ ଦେଇଥିଲେ।

ଏହାପରେ ଯାଞ୍ଚ ଆଳରେ ମହିଳାଙ୍କୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇ ତାଙ୍କୁ ତାଙ୍କର ସମସ୍ତ ଟଙ୍କା ସେଠାକୁ ପଠାଇବାକୁ କହିଥିଲେ। ଯଦି ଏଥିରେ କୌଣସି ଗଡ଼ବଡ଼ ନ ମିଳେ ତେବେ ତାଙ୍କୁ ତାଙ୍କ ଟଙ୍କା ଫେରସ୍ତା କରିଦିଆଯିବ ବୋଲି ମହିଳାଙ୍କୁ କୁହାଯାଇଥିଲା।

ମହିଳା ଜଣଙ୍କୁ ଏତେ ମାତ୍ରାରେ ଭୟଭୀତ କରାଯାଇଥିଲା ଯେ, ତାଙ୍କୁ ୨୪ ଘଣ୍ଟା ହ୍ୱାଟ୍‌ସ୍‌ଆପ୍‌ ଭିଡିଓ କଲ୍‌ରେ ରହିବାକୁ କୁହାଯାଇଥିଲା। ଏଥିରେ ବୃଦ୍ଧ ମହିଳା ଜଣକ ଫଶିଯାଇ ଏକ ମାସ କାଳ ଘରର କମ୍ପ୍ୟୁଟର୍‌ରେ ଭିଡିଓ କଲ୍‌ରେ ରହିଥିଲେ। ପରେ ମହିଳାଙ୍କ ୬ଟି ବ୍ୟାଙ୍କ ଆକାଉଣ୍ଟରୁ ୩.୮ କୋଟି ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ।

ଏହାପରେ ମହିଳା ଜଣକ ତାଙ୍କ ଝିଅକୁ ଫୋନ୍‌ କରି ସବୁ କଥା କହିଥିଲେ। ପରେ ଝିଅ ପୁଲିସକୁ ସବୁ ଜଣାଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ମୁତାବକ, ମହିଳା ଜଣକ ତାଙ୍କ ୭୫ ବର୍ଷ ବୟସ୍କ ଅବସରପ୍ରାପ୍ତ ସ୍ୱାମୀଙ୍କ ସହ ରୁହନ୍ତି। ସେମାନଙ୍କର ପିଲାମାନେ ବିଦେଶରେ ରୁହନ୍ତି।

Mumbai Mumbai Police Digital Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe