Advertisment

ଏଚ୍‌ଡି ରେଭାନ୍ନାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି, ଘରେ ପଶିଲା ତଦନ୍ତ ଟିମ୍‌

ଉଭୟ ଏଚ୍‌ଡି ରେଭାନ୍ନା ଏବଂ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇଛି।

ଅଦ୍ୟତନ ହୋଇଛି
HD Revanna and Prajwal Revanna

HD Revanna and Prajwal Revanna

Advertisment

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି।ଶ୍ଳିଳ ଭିଡିଓ କ୍ଲିପ୍‌ ଭାଇରାଲ ଓ ଅନେକ ମହିଳାଙ୍କୁ ଯୌନ ଉତ୍ପୀଡନ ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ ଦୁର୍ଷ୍କମା ମାମଲା ରୁଜୁ ହୋଇଛି। ଏବେ ଏହାକୁ ନେଇ ଆକ୍ସନ ମୁଡ୍‌ରେ ଅଛନ୍ତି କର୍ଣ୍ଣାଟକ ସରକାର। ପ୍ରଜ୍ଜ୍ୱଳଙ୍କ ପରେ ଏବେ ତାଙ୍କ ବାପା ଏଚ୍‌ଡି ରେଭାନ୍ନାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି ହୋଇଛି।  ପ୍ରଜ୍ଜ୍ୱଳଙ୍କ ବାପାଙ୍କ ବିରୋଧରେ ମଧ୍ୟ ଅପହରଣ ସମେତ ସମାନ ଅଭିଯୋଗ ରହିଛି। ଏଥିସହ ସ୍ୱତନ୍ତ୍ର ଟିମ୍‌ ତଦନ୍ତ ପାଇଁ ତାଙ୍କ ଘରେ ପହଞ୍ଚିଛି।

Advertisment

କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ବର୍ତ୍ତମାନ ଉଭୟ ଏଚ୍‌ଡି ରେଭାନ୍ନା ଏବଂ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛୁ। କାରଣ ପ୍ରଜ୍ଜ୍ୱଳ ବିଦେଶରେ ଥିବା ବେଳେ ଏଚ୍‌ଡି ରେଭାନ୍ନା ମଧ୍ୟ ଦେଶ ଛାଡି ବିଦେଶକୁ ଯିବାକୁ ଯୋଜନା କରିପାରନ୍ତି।

ସେପଟେ ଅଶ୍ଳୀଳ ଭିଡିଓ ଓ ଯୌନ ଉତ୍ପୀଡନ ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ଟିମ୍‌ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଘରେ ପହଞ୍ଚିଛି। ବାପା-ପୁଅଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି ହେବା ପରେ ସ୍ୱତନ୍ତ୍ର ଟିମ୍‌ ତାଙ୍କ ଘରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ବାସ୍ତବରେ ପ୍ରଜ୍ଜ୍ୱଳ ତଦନ୍ତ ଟିମ୍‌ ସାମ୍ନାକୁରେ ହାଜର ହେବାକୁ ସମୟ ମାଗିଥିଲେ। ଏଥିପାଇଁ ସେ ଆବେଦନ ମଧ୍ୟ କରିଥିଲେ। 

Advertisment

ଦୁଇ ଦିନ ପୂର୍ବରୁ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଏସ୍‌ଆଇଟି ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଥିଲା। ଜି ପରମେଶ୍ୱରଙ୍କ ଅନୁଯାୟୀ ପ୍ରଜ୍ଜ୍ୱଳ ରେଭାନ୍ନା ଏବଂ ଏଚଡି ରେଭାନ୍ନାଙ୍କୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ ନୋଟିସ୍‌ର ଜବାବ ଦେବାକୁ ସମୟ ଦିଆଯାଇଛି। ପ୍ରଜ୍ଜ୍ୱଳ ରେଭାନ୍ନା ମୈସୁର ଅପହରଣ ମାମଲାରେ ମଧ୍ୟ ଜାମିନ ପାଇଁ ଆବେଦନ କରିଛନ୍ତି। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି କର୍ଣ୍ଣାଟକ ଗୃହ ମନ୍ତ୍ରୀ କହିଛନ୍ତି।

କହିରଖୁ ଯେ, ମେ' ୨ରେ ଜଣେ ବ୍ୟକ୍ତି ମୈସୁର ଜିଲ୍ଲାର କେ.ଆର ନାଗର ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ ତାଙ୍କ ଏପ୍ରିଲ ୨୯ ତାରିଖରୁ ତାଙ୍କ ମା' ନିଖୋଜ ଥିଲେ। ପରେ ତାଙ୍କ ଯୌନ ନିର୍ଯାତନାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେ ଏବଂ ତାଙ୍କ ମା' ହୋଲେନାରସିପୁରାର ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବାସଭବନ ଏବଂ ଫାର୍ମହାଉସରେ ୬ ବର୍ଷ ଯାଏ କାମ କରିଥିଲେ। ତେବେ ସେ ତିନି ବର୍ଷ ପୂର୍ବେ ଚାକିରି ଛାଡି ଦେଇଥିବା ତାଙ୍କ ଅଭିଯୋଗରେ ବ୍ୟକ୍ତି ଜଣକ କହିଛନ୍ତି।

୩୩ ବର୍ଷିୟ ପ୍ରଜ୍ଜ୍ୱଳ ରେଭାନ୍ନା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ସୁପ୍ରିମୋ ଏଚଡି ଦେବ ଗୌଡାଙ୍କ ନାତି ତଥା  ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏଚଡି ରେଭାନ୍ନାଙ୍କ ପୁଅ। ତାଙ୍କ ବିରୋଧରେ ଅନେକ ମହିଳାଙ୍କ ଯୌନ ଶୋଷଣ ଅଭିଯୋଗ ଆସିଛି। ଏହା ସହ ଜଡିତ ଅନେକ ଭିଡିଓ ଭାଇରାଲ ହୋଇଛି। ଏହି ମାମଲାରେ କର୍ଣ୍ଣାଟକ ସରକାର ଏସଆଇଟି ଗଠନ କରିଛନ୍ତି। ଏପ୍ରିଲ ୨୬ରେ ମତଦାନ ଅନୁଷ୍ଠିତ ହୋଇଥିବା କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ପ୍ରଜ୍ଜ୍ୱଳ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପୁଲିସ ସୂତ୍ର ଅନୁଯାୟୀ, ସାଂସଦଙ୍କ ସହ ଜଡିତ ଭିଡିଓ ସାମ୍ନାକୁ ଆସିବା ପରେ ଦେଶ ଛାଡି ପଳାଇଥିଲେ।

Karnataka Lookout Notice Prajwal Revanna Sex Scandal HD Revanna
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe